ରାଜ୍ୟ ସ୍ପେଶାଲ ରିପୋର୍ଟ

ସଜେଇ ହେଉଛି ଶ୍ରୀଲୋକନାଥ ପୀଠ

ପୁରୀ: ପ୍ରଭୁ ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା ନୀତି ଚୂଡ଼ାନ୍ତ ହୋଇସାରିଛି। ମାର୍ଚ୍ଚ ୬ ତାରିଖ ବୁଧବାର ପଙ୍କୋଦ୍ଧାର ଏକାଦଶୀରେ ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ ସୁବିଧା ପାଇବେ। ସେହିଭଳି ମାର୍ଚ୍ଚ ୮ ତାରିଖ ଶୁକ୍ରବାର ଜାଗରଦିନ ରାତି ସାଢ଼େ ୧୨ଟାରେ ଦ୍ବାର ଖୋଲିବା ପରେ ଭୋର୍‌ ୪ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଏଥିସହ ଭୋର୍‌ ୪ଟା ପରେ ମହାଦୀପ ଉଠିବା ନେଇ ନୀତି ଧାର୍ଯ୍ୟ ହୋଇଛି। ଏ ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ମନ୍ଦିରର ଧଉଳା କାର୍ଯ୍ୟ ଚାଲିଛି। ତେବେ ଜାଗର ଯାତ୍ରାକୁ ଦୃଷ୍ଟିରେ ରଖି ମନ୍ଦିର ବାହାରେ ଓ ଭିତର ବେଢ଼ାରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ମାର୍ଚ୍ଚ ୨ତାରିଖରୁ ବନ୍ଦ ରହିବ।

ଭକ୍ତମାନେ ଧାଡ଼ିବାନ୍ଧି ଯିବା ପାଇଁ ଶୌଚାଳୟଠାରୁ ଶ୍ରୀଲୋକନାଥ ମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ଜିଗ୍‌ଜାଗ ସଦୃଶ କରାଯିବ। ପ୍ରବଳ ଖରାରୁ ବର୍ତ୍ତିବା ପାଇଁ ଛାମୁଡ଼ିଆର ବନ୍ଦୋବସ୍ତ କରାଯିବା ନେଇ ନିଷ୍ପତ୍ତି ହୋଇଛି। ମନ୍ଦିର ନିକଟରେ ରାତିତମାମ ଭଜନ ସମାରୋହ ଅନୁଷ୍ଠିତ ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଏହା ଅନୁଷ୍ଠିତ ହେବ। ସର୍କିଟ୍‌ ହାଉସ୍‌ରେ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବ ସମ୍ପର୍କରେ ଆଲୋଚନା ହୋଇଛି। ଶ୍ରୀଲୋକନାଥ ମନ୍ଦିରର ପାଳିଆ ସେବାୟତ ରବି ନାରାୟଣ ପଣ୍ଡା ପଙ୍କୋଦ୍ଧାର ଏକାଦଶୀରେ ଦର୍ଶନ ଅବଧି ବଢ଼ାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି। ସେହିପରି ଦୁହୁଡ଼ି ସେବକ ଓ ଅନ୍ୟ ସେବକମାନେ ପ୍ରାପ୍ୟକୁ ନେଇ ସନ୍ତୁଷ୍ଟ ନଥିବା ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।