ରାଜ୍ୟ ସ୍ପେଶାଲ ରିପୋର୍ଟ

ୟୁଟ୍ୟୁବ୍‌ରେ ପାଠ ପଢ଼ାଇ ରୋଜଗାର

ପୁରୀ: ବୟସ ୧୫। ଦଶମ ଶ୍ରେଣୀର ଛାତ୍ର। କିନ୍ତୁ ସୋସିଆଲ୍‌ ମିଡିଆରେ ସେ ଜ୍ୟୋତି ସାର୍‌। ୟୁଟ୍ୟୁବ୍‌ରେ ତାଙ୍କର ଢେର ଖ୍ୟାତି। ନିଜେ ପାଠ ପଢ଼ୁଥିଲେ ବି ପିଲାମାନଙ୍କୁ ୟୁଟ୍ୟୁବ୍‌ ଜରିଆରେ ପଢ଼ାଉଛନ୍ତି ବିଶ୍ବମ୍ଭର ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ରଂଜନ ପାଢ଼ୀ। ‘ଓକେ ଇଂଲିସ୍‌ ଫ୍ରେଣ୍ଡ୍‌ସ’ ଚ୍ୟାନେଲ ତାଙ୍କୁ ଦେଇଛି ୟୁଟ୍ୟୁବର୍‌ର ପରିଚୟ। ୬ ମାସ ତଳେ ସେ ୟୁଟ୍ୟୁବ୍‌ରୁ ପ୍ରଥମ ରୋଜଗାର ୨୪୦ ଡଲାର ପାଇଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପାଖାପାଖି ୧୯,୫୦୦ ଟଙ୍କା। ଏହା ପରେ ସେ ଲଗାତାର ରୋଜଗାର କରି ଚାଲିଛନ୍ତି। ଇତିମଧ୍ୟରେ ତାଙ୍କ ପାଖକୁ କିଛି ଘରୋଇ ବିଜ୍ଞାପନ ପ୍ରଚାର ପାଇଁ ମଧ୍ୟ ଅଫର ଆସିଛି। ବଡ଼ କଥା ହେଉଛି, ୟୁଟ୍ୟୁବର୍‌ ଜ୍ୟୋତି ଭିଡିଓ ପ୍ରସ୍ତୁତିଠୁ ନେଇ ଏଡିଟିଂ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ନିଜ ମୋବାଇଲ ଜରିଆରେ ହିଁ କରୁଛନ୍ତି।

ସୋସିଆଲ ମିଡିଆକୁ ଅନେକ ମନୋରଂଜନର ମାଧ୍ୟମ ବନାଇଥିବା ବେଳେ ସେ ଏହା ଜରିଆରେ ନିଜ ପ୍ରବୃତ୍ତିକୁ ଚରିତାର୍ଥ କରିବା ସହ କିଛି କିଛି ରୋଜଗାର ମଧ୍ୟ କରୁଛନ୍ତି। ଜ୍ୟୋତି ସପ୍ତମ ଶ୍ରେଣୀରୁ ନିଜ ପଢ଼ା ଦକ୍ଷତାକୁ ୟୁଟ୍ୟୁବ ଜରିଆରେ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ବାପା ଚନ୍ଦ୍ର କୁମାର ପାଢ଼ୀ ଥିଲେ ପ୍ରେରଣାଦାତା। ପଣକିଆଠୁ ନେଇ ସାହିତ୍ୟ, ଗଣିତ, ବିଜ୍ଞାନ, ହିନ୍ଦୀ ଓ ଇଂରାଜୀ ବିଷୟର ପ୍ରଶ୍ନ ଏବଂ ଉତ୍ତର ବୁଝାଉଥିଲେ। ୩ ବର୍ଷ ମଧ୍ୟରେ ସେ ପ୍ରାୟ ୩ଶହରୁ ଅଧିକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଓଡ଼ିଆ ସହ ଇଂରାଜୀ ଭାଷାରେ ମଧ୍ୟ ସେ କିଛି ଭିଡିଓ ପ୍ରସ୍ତୁତ କରିଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ସବସ୍କ୍ରାଇବର ସଂଖ୍ୟା ୨୮ ହଜାର ଅତିକ୍ରମ କଲାଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।