ରାଜ୍ୟ ସ୍ପେଶାଲ ରିପୋର୍ଟ

ଖରା ପାଇଁ ଏସ୍‌ଓପି ଜାରି: ଓପିଡିରେ ଓଆର୍‌ଏସ୍‌ କର୍ଣ୍ଣର ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ହଠାତ୍ ବୃଦ୍ଧି ପାଇଛି। ଖରା ପାଇଁ ଅଂଶୁଘାତ ଆଶଙ୍କା ବଢ଼ିଯାଇଛି। ଏହାକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାମାନଙ୍କୁ ସତର୍କ କରାଯାଇଛି। ଏହାସହ ଏକ ଆକ୍ସନ୍ ପ୍ଲାନ୍ ଓ ଏସ୍‌ଓପି ଜାରି ହୋଇଛି। ମାର୍ଚ୍ଚ ପହିଲାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ ବୋଲି ସ୍ପଷ୍ଟ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗ୍ରୀଷ୍ମକୁ ନଜରରେ ରଖି ୨୪ଘଣ୍ଟିଆ ଜିଲ୍ଲା ନିରୀକ୍ଷଣ ୟୁନିଟ୍‌(ଡିଏସ୍‌ୟୁ) ଖୋଲିବା ସହିତ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ରାପିଡ୍‌ ରେସପନ୍ସ ଟିମ୍‌(ଆରଆରଟି)କୁ ପ୍ରସ୍ତୁତ ରଖାଯାଉ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି, ଉପଖଣ୍ଡରେ ୪, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨ ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଶଯ୍ୟା ସଂରକ୍ଷିତ ରଖିବା ସହିତ ଏସି-କୁଲରକୁ ସୁନିଶ୍ଚିତ କରିବାକୁ ହେବ। ମେଡିକାଲ କଲେଜଗୁଡ଼ିକ ଆକ୍ରାନ୍ତଙ୍କ ସଂଖ୍ୟାକୁ ନଜରରେ ରଖି ଶଯ୍ୟା ସଂରକ୍ଷିତ ରଖିବାକୁ କୁହାଯାଇଛି। ସବୁ ହସ୍ପିଟାଲର ଓପିଡି, ଶିଶୁ ଓ ସଂକ୍ରାମକ ୱାର୍ଡରେ ଓଆରଏସ୍ କର୍ଣ୍ଣର ଖୋଲିବା ସହିତ ହିଟ୍‌ ଷ୍ଟ୍ରୋକ୍ ଗୃହରେ ଓଆରଏସ୍‌, ଆଇଭି ଫ୍ଲୁଇଡ୍‌, ଆଇସ୍ ପ୍ୟାକ୍ ଓ ଅନ୍ୟାନ୍ୟ ଆବଶ୍ୟକ ସରଞ୍ଜାମ ମହଜୁଦ ରଖିବା ସହିତ କାଜୁଆଲଟିରେ ୨୪ଘଣ୍ଟିଆ ଡାକ୍ତରଙ୍କ ଡ୍ୟୁଟି ସଂପର୍କରେ ଡିସପ୍ଲେ ହେବ। ଯଦି କୌଣସି ବ୍ୟକ୍ତି ଅଂଶୁଘାତର ଶିକାର ହୋଇ ଗୁରୁତର ହୋଇପଡ଼ନ୍ତି, ତାଙ୍କୁ ଅନ୍ୟତ୍ର ରେଫର କରିବାକୁ ହେଲେ ପ୍ରୋଟୋକଲ୍‌ ଅନୁଯାୟୀ ରେଫର କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ଡାକ୍ତର ଡାଏଗ୍ନୋସିସ୍ କରିବେ। ଯଦି କୌଣସି ବ୍ୟକ୍ତିଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ନଜରକୁ ଆସିବ ତାହାଲେ ଡାକ୍ତର, ମହାମାରୀ ବିଶେଷଜ୍ଞ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଯୁଗ୍ମ ତଦନ୍ତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଖରା ସମୟରେ ରୋଷେଇଠାରୁ ଦୂରେଇ ରୁହନ୍ତୁ
ମଦ୍ୟପାନ, ଚା’, କଫି ଓ ଥଣ୍ଡା ପାନୀୟ ବି ସମସ୍ୟା ଆଣିପାରେ
ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ରୋଗ ଥିଲେ ଖରାରେ ଖେଳିବା ମନା

ସେହିପରି ସାଧାରଣ ଜନତା, ଶ୍ରମିକ ଓ କର୍ମଚାରୀମାନେ ଖରା ସମୟରେ କ’ଣ କରିବେ ଓ କ’ଣ ନ କରିବେ ତାହା ସଂପର୍କରେ ବିଭାଗ ପକ୍ଷରୁ ପ୍ରସ୍ତୁତ ଆକ୍ସନ୍ ପ୍ଲାନ୍‌ରେ ସ୍ପଷ୍ଟ କରାଯାଇଛି। ଖରା ସମୟରେ ଲୋକମାନେ ଖାଲି ପାଦରେ ବାହାରକୁ ନ ବାହାରିବା ସହିତ ଟାଣ ଖରାରେ ରୋଷେଇଠାରୁ ଦୂରେଇ ରହିବାକୁ କୁହାଯାଇଛି। ଏହାସହ ମଦ୍ୟପାନ, ଚା’, କଫି ସହ ଥଣ୍ଡପାନୀୟଠାରୁ ମଧ୍ୟ ଯଥାସମ୍ଭବ ଦୂରେଇବା ଉଚିତ୍। ବାସ୍ ଖାଦ୍ୟ ବଦଳରେ ତାଜା ଖାଦ୍ୟ ଓ ବାହାରେ ପାର୍କିଂ ହୋଇଥିବା ଗାଡ଼ି ନିକଟକୁ ଛୋଟ ପିଲାଙ୍କୁ ନ ଛାଡ଼ିବାକୁ କୁହାଯାଇଛି। ଏହାସହ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ମଧ୍ୟ ଖରାଦିନକୁ ନଜରରେ ରଖି କ’ଣ କରିବାକୁ ହେବ ତାହା ସଂପର୍କରେ ସୂଚନା ଦିଆଯାଇଛି। ଖେଳାଳିମାନଙ୍କୁ ଡାକ୍ତରଙ୍କ ଦ୍ବାରା ସ୍କ୍ରିନିଂ କରାଯିବା ସହିତ ସେମାନଙ୍କର ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ ରୋଗ ଚିହ୍ନଟ ହୋଇଥିଲେ ତାଙ୍କୁ କ୍ରୀଡ଼ାରେ ଅଂଶଗ୍ରହଣ ନ କରିବାକୁ ପରାମର୍ଶ ଦିଆଯାଉ। ଖରା ସମୟରେ ହଠାତ୍ ବଡ଼ ବ୍ୟାୟାମକୁ ନ ଯାଇ ଧୀରେ ଧୀରେ ବ୍ୟାୟାମକୁ ବଢ଼ାଇବା, ହାଲ୍‌କା ପୋଷାକ ପିନ୍ଧିବା ସହିତ ଭୀଷଣ ଗରମ ସମୟରେ ସକାଳ କିମ୍ବା ସଂଧ୍ୟାରେ ଖେଳାଖେଳି କରିବାକୁ ନିର୍ଦ୍ଦେଶ ଦିଆଯାଉ। ପିଲାମାନଙ୍କ ଭୀଷଣ ମୁଣ୍ଡ ବିନ୍ଧିବା, ଦୁର୍ବଳ, ଜୋରରେ ନିଶ୍ବାସପ୍ରଶ୍ବାସ ନେବା, ଶରୀର ତାପମାତ୍ରା ୪୦.୫ ଡିଗ୍ରିରୁ ଅଧିକ ହେଲେ ଏହାକୁ ଅଂଶୁଘାତ ବୋଲି ଧରିବାକୁ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।