ରାଜ୍ୟ ସ୍ପେଶାଲ ରିପୋର୍ଟ

୨୬ରେ ପ୍ରଧାନମନ୍ତ୍ରୀଙ୍କ ମେଗା ରେଳ ପ୍ରକଳ୍ପ ଉଦ୍‌ଘାଟନ: ଓଡ଼ିଶାକୁ ୨୩୨୦ କୋଟିର ଭେଟି

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୫୫୪ଟି ରେଳ ଷ୍ଟେସନ ଓ ୧୫୦୦ ରୋଡ୍ ଓଭର ବ୍ରିଜ୍(ଆରଓବି) ଓ ରୋଡ୍ ଅଣ୍ଡର ବ୍ରିଜ୍(ଆରୟୁବି) ପ୍ରକଳ୍ପର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ। ଯେଉଁଥିରେ ଓଡ଼ିଶାର ୨୧ଟି ଅମୃତ ଭାରତ ରେଳ ଷ୍ଟେସନ ଓ ୫୨ଟି ଆରଓବି/ଆରୟୁବି ରହିଥିବା ନେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି। ରେଳ ସଦନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି, ଓଡ଼ିଶାରେ ଶିଳାନ୍ୟାସ ହେବାକୁ ଥିବା ୨୧ଟି ରେଳଷ୍ଟେସନ ପାଇଁ ୯୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ତାଲିକାରେ ବିମଳାଗଡ଼, ଜରୋଳି, ରାଇରଙ୍ଗପୁର, ପାନପୋଷ, ବାଲେଶ୍ୱର, ବେତନଟି, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ୍, ଟିଟିଲାଗଡ, କେସିଙ୍ଗା, ରାୟଗଡ଼ା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ତାଳଚେର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ, ଭଦ୍ରକ, ବେଲପାହାଡ ଓ ବ୍ରଜରାଜନଗର ଷ୍ଟେସନ ରହିଛି।

ସେହିପରି ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର କିଛି ଅଂଶକୁ ନେଇ ଗଠିତ ପୂର୍ବତଟ ରେଳପଥ ଜୋନ୍‌ର ଶିଳାନ୍ୟାସ ହେବାକୁ ଥିବା ୨୨ଟି ରେଳ ଷ୍ଟେସନ ପାଇଁ ୭୯୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପଦକ୍ଷେପ ଦ୍ୱାରା ଷ୍ଟେସନଗୁଡ଼ିକରେ ସୁବିଧା ବୃଦ୍ଧି ପାଇବ। ଯାତ୍ରୀଙ୍କୁ ଅଧିକ ଆରାମଦାୟକ ସୁବିଧା ମିଳିବ। ୫୨ଟି ଆରଓବି/ଆରୟୁବି ପ୍ରକଳ୍ପର ଲୋକାର୍ପଣ କିମ୍ବା ଶିଳାନ୍ୟାସ କରିବାକୁ ୧୪୨୦ କୋଟି ଟଙ୍କା ରହିଛି। କେବଳ ପୂର୍ବତଟ ରେଳପଥ ଜୋନ୍‌ରେ ୧୨୮୮ କୋଟି ଟଙ୍କା ବ୍ୟୟରେ ୩୦ଟି ଆରଓବି/ଆରୟୁବିର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅମୃତ ଷ୍ଟେସନ ପୁନଃନିର୍ମାଣ ପ୍ରକଳ୍ପରେ ଉନ୍ନତ ଷ୍ଟେସନ ଉପଲବ୍ଧତା, ଏୟାର କନକର୍ସ, ବ୍ୟାପକ ଫୁଟ୍ ଓଭର ବ୍ରିଜ୍(ଏଫ୍ଓବି), ପ୍ରତୀକ୍ଷା କ୍ଷେତ୍ର, ଶୌଚାଳୟ ସୁବିଧା, ଲିଫ୍ଟ, ଏସ୍କାଲେଟର ପ୍ରତିଷ୍ଠା ସହ ସ୍ୱଚ୍ଛତା ବୃଦ୍ଧି କରାଯିବ। ଯାତ୍ରୀମାନେ ମାଗଣା ୱାଇ-ଫାଇ, ସ୍ଥାନୀୟ ଉତ୍ପାଦ କିଓସ୍କ, ଏକ୍ଜିକ୍ୟୁଟିଭ୍ ଲାଉଞ୍ଜ୍ ଓ ବ୍ୟବସାୟିକ ବୈଠକ ପାଇଁ ସ୍ଥାନ ଭଳି ସୁବିଧା ରହିବ। ଆରଓବି/ଆରୟୁବି ପ୍ରକଳ୍ପଗୁଡ଼ିକ ଦ୍ବାରା ଟ୍ରାଫିକ୍ ପ୍ରତିବନ୍ଧକ ଦୂର ହେବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।