ରାଜ୍ୟ ସ୍ପେଶାଲ ରିପୋର୍ଟ

ସପରିବାର ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ସପରିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଭିତରକାଠ ନିକଟରେ ମହାରାଣୀ ଲୀଳାବତୀ ପାଟମହାଦେଇ ଓ ରାଜକୁମାରୀ କୁମାରମଣିଙ୍କ ସହ ସେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପରମ୍ପରା ମୁତାବକ, ଗଜପତି ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିର ଦକ୍ଷିଣଦ୍ବାରରେ ପ୍ରବେଶ କରି ବଟ ଗଣେଶଙ୍କୁ ଦର୍ଶନ କରିଥିଲେ। ସେଠାରୁ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ଦକ୍ଷିଣଦ୍ବାର ଦେଇ ଫେରିଥିଲେ। ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପରେ ବିମଳାଙ୍କ ମନ୍ଦିର ଓ ଲକ୍ଷ୍ନୀ ମନ୍ଦିରରେ ଦର୍ଶନ କରିଥିଲେ।

ପରେ ମୁକ୍ତିମଣ୍ଡପ ବ୍ରାହ୍ଣଣଙ୍କ ଆଶୀର୍ବାଦ ନେଇଥିଲେ। ଗଜପତିଙ୍କ ସହ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଅନ୍ୟ ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର ପୁରୋହିତ, ରାଜପୁରୋହିତ, ରାଜଗୁରୁ ଉପସ୍ଥିତ ଥିଲେ। ଦର୍ଶନ ପରେ ଗଜପତି କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ବଢ଼ିଛି। ସରକାର ଓ ପ୍ରଶାସନ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଆହୁରି ଯୋଜନା ପ୍ରସ୍ତୁତ କରିଛନ୍ତି। ସେସବୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସେ ଆଶା ରଖିଛନ୍ତି। ନାଟମଣ୍ଡପ କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ସେ କହିଛନ୍ତି, ଏହାର ମରାମତି ଆବଶ୍ୟକ ଥିଲା। ସେଇ ଅନୁଯାୟୀ କାମ ଆରମ୍ଭ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।