ରାଜ୍ୟ

ସରକାରୀ ଜାଗାରେ ଗୃହ ନିର୍ମାଣକୁ ବିରୋଧ; ଗ୍ରାମବାସୀଙ୍କ ଥାନା ଘେରାଉ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ପାଲେଶିରା ଗ୍ରାମର ୟୁପି ସ୍କୁଲ ସଂଲଗ୍ନ ସରକାରୀ ଜାଗାକୁ ଜଣେ ବ୍ୟକ୍ତି ଅକ୍ତିଆର କରି ଗୃହ ନିର୍ମାଣ କରିଛି। ଏହାକୁ ଗ୍ରାମବାସୀ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମତେ, ଗତ ୧୦ ବର୍ଷ ହେଲା ଜଣେ ବ୍ୟକ୍ତି ସ୍କୁଲପଡ଼ା ପାଖରେ ଗୋଚର ଜମିରେ ଗୃହ ନିର୍ମାଣ କରି ରହୁଛନ୍ତି।

ଚଳିତ ବର୍ଷ ସେ ଆବାସ ଯୋଜନାରେ ଉପକୃତ ହୋଇଥିବା ବେଳେ କାର୍ଯ୍ୟାଦେଶ ପାଇ ସ୍କୁଲକୁ ଲାଗି ରହିଥିବା ସରକାରୀ ଜାଗାରେ ଘର ନିର୍ମାଣ କରୁଛନ୍ତି। ଏହାକୁ ବିରୋଧ କରି ପୂର୍ବରୁ ଗ୍ରାମବାସୀ ବିଡ଼ିଓ, ତହସିଲଦାର, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଘର ନିର୍ମାଣ କାମ ବନ୍ଦ କରିବାକୁ କହାଯାଇଥିଲା। ହେଲେ ମଙ୍ଗଳବାର ପୁଣି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରୁ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ତେବେ ଅଭିଯୋଗର ସମାଧାନ ନକରିବା ପର୍ଯ୍ୟନ୍ତ ଥାନାରେ ବସି ରହିବେ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ଶୁକ୍ରବାର ତହସିଲଦାରଙ୍କୁ ଡାକି ଏନେଇ ସମାଧାନ କରାଯିବ ବୋଲି ପୁଲିସ୍ ପ୍ରତିଶ୍ରୁତି ଦେଇଥିଲା। ତେବେ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଗ୍ରାମବାସୀ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବେଲପଡ଼ା ଏବିଡିଓ ସାରଥୀ ସାହୁଙ୍କୁ ପଚାରିବାରୁ ଗ୍ରାମବାସୀ ଆସି ଅଭିଯୋଗ କରିଛନ୍ତି। ଯଦିଓ ସଠିକ୍ ଜାଗାରେ ଆବାସ ଗୃହ ନିର୍ମାଣ ହୋଇନାହିଁ, ଆର୍ଥିକ ସହାୟତା ଦିଆଯିବ ନାହିଁ ବୋଲି କହିଛନ୍ତି। ଆଜିର ଦାବି ସମାବେଶରେ ସୁବାସ ନିଆଲ, ଶାନ୍ତନୁ ଖର୍ସେଲ, ନୀଳବତୀ ଭୁଏ, ଯଶୋବନ୍ତୀ ପୁଟେଲ, ନବୀନ ଖର୍ସେଲ, ଗୌତମ ଖର୍ସେଲ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।