ରାଜ୍ୟ

କଂଗ୍ରେସରୁ ଲଢ଼ିବେ ସୁଧାରାଣୀ!

ସୁନ୍ଦରଗଡ଼: ୨ ମାସ ତଳେ ବିଜୁ ଜନତା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଆଦିବାସୀ ନେତ୍ରୀ ତଥା ହେମଗିରର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଧାରାଣୀ ରାଉଡ଼ିଆ ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ହେବେ। ହେଲେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ। ସୁଧାରାଣୀ ହେମଗିର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ୨୦୧୭ରୁ ନିର୍ବାଚିତ ହୋଇ ୨୦୨୨ ଯାଏ ଦାୟିତ୍ବରେ ରହିଥିଲେ। ତା’ ପୂର୍ବରୁ ସେ ଗୋପାଳପୁର ସମିତିସଭ୍ୟା ରୂପେ ନିର୍ବାଚିତ ହୋଇଥିଲେ।

ହେମଗିର ଅଞ୍ଚଳର ଜଣେ ଟାଣୁଆ ଆଦିବାସୀ ନେତ୍ରୀ ଭାବେ ଜିଲ୍ଲାରେ ତାଙ୍କ ପରିଚୟ ରହିଛି। ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରୁ ଯୋଗେଶ କୁମାର ସିଂହ ଦୁଇଥର ବିଧାୟକ ଭ‌ାବେ ନିର୍ବାଚିତ ହୋଇଥିଲେ। ତେବେ, ଶ୍ରୀ ସିଂହ କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ଯୋଗଦାନ କରିବାଫଳରେ ଦଳ ଏକପ୍ରକାର ଦୁର୍ବଳ ସ୍ଥିତିକୁ ଚାଲିଆସିଥିଲା। ୨୦୧୯ ମସିହା ନିର୍ବାଚନରେ ଦଳ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସାନଝିଅ ଅମିତା ବିଶ୍ବାଳଙ୍କୁ ପ୍ରାର୍ଥୀ କରିଥିଲା। ଶ୍ରୀମତୀ ବିଶ୍ବାଳ ସର୍ବନିମ୍ନ ୭ ପ୍ରତିଶତ ମାତ୍ର ୧୨,୦୮୭ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୨୦୨୪ ପାଇଁ ସେ ସୁନ୍ଦରଗଡ଼ ଛାଡ଼ି ତଳସରାରେ ଲଢ଼ିବାକୁ ମନ ବଳାଇ ସେଠାରେ ଡେରା ପକାଇଥିବାରୁ ଦଳ ଏଠାରେ କାହାକୁ ପ୍ରାର୍ଥୀ କରିବ ସେନେଇ ଚିନ୍ତାରେ ଥିଲା। ଏବେ ସୁଧାରାଣୀଙ୍କ ଆବିର୍ଭାବ ଯୋଗୁ କଂଗ୍ରେସର ଏହି ସମସ୍ୟା ଦୂରୀଭୂତ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ବିଜେପିରୁ ବିଧାୟିକା କୁସୁମ ଟେଟେ ପ୍ରାର୍ଥୀ ହେବା ନିଶ୍ଚିତ କୁହାଯାଉଥିବାବେଳେ କଂଗ୍ରେସ ମଧ୍ୟ ମହିଳା କାର୍ଡ ଖେଳିବାକୁ ସୁଧାରାଣୀଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।