ରାଜ୍ୟ

ମଦରୁ ମିଳୁଥିବା ଅର୍ଥରେ ବିକାଶ ଦରକାର ନାହିଁ: ଅଳକା

ଭୁବନେଶ୍ବର: ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ମହିଳା ନ୍ୟାୟ ସମାବେଶ ଅନୁଷ୍ଠିତ ହୋଇଛି। ଶତାଧିକ ମହିଳା କଂଗ୍ରେସ ସଦସ୍ୟା ନବୀନ ନିବାସ ଅଭିମୁଖେ ବାହାରି ଶକ୍ତି ପ୍ରଦର୍ଶନ କରିଥିଲେ। ରାଜମହଲ ଛକରେ ପୁଲିସ ସେମାନଙ୍କୁ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ ମହିଳା କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ମହିଳା ନ୍ୟାୟ ସମାବେଶକୁ ଅଖିଳ ଭାରତ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଉଦ୍‌ଘାଟନ କରିଥିଲେ। ଶ୍ରୀମତୀ ଲାମ୍ବା କହିଥିଲେ, ୨୦୦୦ ମସିହାରେ ଓଡ଼ିଶାରେ ମଦ ବିକ୍ରିରୁ ୧୧୪ କୋଟି ରାଜସ୍ବ ପାଉଥିଲେ ସରକାର। ଏବେ ତାହା ବଢ଼ି ୬୪୫୫ କୋଟିରେ ପହଞ୍ଚିଲାଣି। ମଦର ବନ୍ୟା ପାଇଁ ବହୁ ଜୀବନ ଉଜୁଡ଼ି ଯାଉଛି। ମା’ ଭଉଣୀ ସମସ୍ୟାର ସମ୍ମୁଖୀନ ହେଉଛି। ତେଣୁ ମଦ ବିକ୍ରିରୁ ମିଳୁଥିବା ଅର୍ଥରେ ବିକାଶ ଦରକାର ନାହିଁ। ଓଡ଼ିଶାରେ ପ୍ରତିଦିନ ୭ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ତହିଁରୁ ୪ଜଣ ହେଉଛନ୍ତି ନାବାଳିକା। ରାଜ୍ୟ ସରକାର ୭୩ଲକ୍ଷ ମହିଳାଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀରେ ସାମିଲ କରି ଆର୍ଥିକ ବିକାଶ ହେଉଥିବା କଥା କହୁଛନ୍ତି। ହେଲେ ଯେଉଁସବୁ ତଥ୍ୟ ସାମ୍ନାକୁ ଆସୁଛି ତହିଁରେ ଓଡ଼ିଶାର ଏସ୍‌ଏଚ୍‌ଜି ଗ୍ରୁପ୍‌ର ଦୈନିକ ଆୟ ୧୭ଟଙ୍କା। ଏଭଳି ପରିସ୍ଥିତିରେ ମହିଳାମାନେ କିଭଳି ଅର୍ଥନୈତିକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇଛନ୍ତି ?

ସେ କହିଥିଲେ, ମହିଳାଙ୍କୁ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ନ୍ୟାୟ ପାଇଁ ମହିଳା କଂଗ୍ରେସ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍‌ସ୍ତରକୁ ଯିବ। ଏମିତିରେ ବି ଦରଦାମ ବୃଦ୍ଧି ପାଇଁ ହାଣ୍ଡିଶାଳକୁ ମାଡ଼ ହୋଇଛି। ୨୦୧୪ ମସିହାରେ ରନ୍ଧନ ଗ୍ୟାସର ମୂଲ୍ୟ ୪୨୦ ଟଙ୍କା ଥିବା ବେଳେ ଏବେ ତାହା ୧୧୫୦ ଟଙ୍କା। ଅଟା ୨୨ଟଙ୍କା ଥିଲା। ଏବେ ୫୦ ଛୁଇଁଲାଣି। ଲୋକଙ୍କ ରୋଜଗାର ନାହିଁ ଓ ଖର୍ଚ୍ଚ ବହୁ ପରିମାଣରେ ବଢ଼ିବା ଯୋଗୁଁ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ଆସନ୍ତା ନିର୍ବାଚନରେ ବିଧାନସଭା ଓ ଲୋକସଭାରେ ୫୦% ମହିଳାଙ୍କୁ ରାଜ୍ୟ କଂଗ୍ରେସରେ ଟିକେଟ୍‌ ଦେବା ପାଇଁ ତାଲିକା ଦିଆଯିବ ବୋଲି ଶ୍ରୀମତୀ ଲାମ୍ବା କହିଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ବିଜେଡି ଶାସନରେ ରାଜ୍ୟର ମହିଳାମାନେ ସବୁଠାରୁ ଅଧିକ ଅବହେଳିତ।

ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଥିଲେ, ରାଜ୍ୟର ୭୫ଭାଗ ମହିଳା ଅପପୁଷ୍ଟିର ଶିକାର ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ତାରାପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, ଅନନ୍ତ ସେଠୀ, ବିଜୟ ପଟ୍ଟନାୟକ, ଶିବାନନ୍ଦ ରାୟ, ବିଶ୍ବଜିତ ଦାଶ, ୟାସିର ନୱାଜ, ରଣଜିତ ପାତ୍ର, ଦାସରଥି ଗମାଙ୍ଗୋ, ବିଜୟଲକ୍ଷ୍ମୀ ସାହୁ, ରଶ୍ମି ମହାପାତ୍ର, ସସ୍ମିତା ବେହେରା, ଅନିତା ବିଶ୍ବାଳ, ଗୀତାଞ୍ଜଳି ମହାନ୍ତି, ଶିଳ୍ପଶ୍ରୀ ହରିଚନ୍ଦନ, ଶ୍ରୀୟାସ୍ମିତା ପଣ୍ଡା, ଅଜୟନ୍ତୀ ପ୍ରଧାନ, ପ୍ରଣତି ମିଶ୍ର, ପ୍ରତିମା ମଲ୍ଲିକ, ସ୍ନେହଲତା ରାୟ ଚୌଧୁରୀ, ଜୟଶ୍ରୀ ପାତ୍ର, ଅପର୍ଣ୍ଣା ସେଠୀ, ଶୋଭାମୟୀ ସିଂହଳ, ମୌସୁମୀ ସାହୁ, ଆରତୀ ଦେଓ, କଳ୍ପନା ସେନ, ଦେବସ୍ମିତା ସାମଲ ଓ ଅନ୍ୟମାନେ ସାମିଲ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।