ରାଜ୍ୟ

୨୨ରେ ଆସୁଛନ୍ତି ରାଜନାଥ ସିଂହ: ପ୍ରଦୀପ ପାଣିଗ୍ରାହୀ ପଦ୍ମ ଧରିବେ!

ବ୍ରହ୍ମପୁର: ଆସନ୍ତା ୨୨ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଓଡ଼ିଶା ଗସ୍ତରେ ବ୍ରହ୍ମପୁର ସ୍ଥାନ ପାଇଛି। ସେହିଦିନ ଅପରାହ୍ନରେ ପ୍ରାୟ ଗୋଟାଏ ବେଳେ ଆମ୍ବପୁଆଠାରେ ବିଜେପି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ, ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ସମର୍ଥକଙ୍କ ସହିତ ‌ବିଜେପିରେ ଯୋଗ‌ଦେବେ ବୋଲି ଶୁଣିବାକୁ ମିଳୁଛି। ହସ୍ତଗତ ସୂଚନା ଅନୁସାରେ, ବିଜେପିରେ ଯୋଗଦେବାକୁ ଦୃଷ୍ଟିରେ ରଖି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସମର୍ଥକମାନେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ନିର୍ବାଚନମଣ୍ଡଳୀ‌ ଅନ୍ତର୍ଗତ ଗୋପାଳପୁର ଏନ୍‌ଏସି, ରଂଗେଇଲୁଣ୍ଡା ଓ କୁକୁଡ଼ାଖଣ୍ଡି ବ୍ଲକ୍‌ର ୩୭ ପଂଚାୟତ ଏବଂ ବ୍ରହ୍ମପୁର ମହାନଗର ନିଗମର ୬ଟି ୱାର୍ଡ଼ରୁ କିଭଳି ବହୁସଂଖ୍ୟାରେ କର୍ମୀ ଯୋଗଦେବେ, ସେଥିପାଇଁ ସମସ୍ତପ୍ରକାରର ଉଦ୍ୟମ କରାଯାଉଛି।

ଶ୍ରୀ ପାଣିଗ୍ରାହୀଙ୍କ ବିଜେପିରେ ଯୋଗ‌ଦାନ ନେଇ କିଛିଦିନ ଧରି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜାରିରହିଛି। କିଛିଦିନ ତଳେ ସେ ବିଜେପି ରାଜ୍ୟ ସଭାପତିଙ୍କୁ ଭେଟିଥିବା ପରେ ଏହି ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ, ଆସନ୍ତା ୨୨ ତାରିଖଦିନ ସେ ଯୋଗଦେଉଥିବା ଶୁଣିବାକୁ ମିଳୁଥିବା ବେଳେ ଏସମ୍ପର୍କରେ ନେଇ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ, ପ୍ରତିରକ୍ଷା ମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ସମ୍ପର୍କରେ ବିଜେପିର ଜିଲ୍ଲା ସଭାପତି ଡା. ସୁବାସ ସାହୁଙ୍କ ପ୍ରତିକ୍ରିୟା ନେବାରୁ, ପରେ କହିବେ କହି ଏହାକୁ ଏଡ଼ାଇ ଯାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।