ରାଜ୍ୟ

୧୫ ମିନିଟ୍‌ରେ ସମସ୍ୟା ଶୁଣିବ ପୁଲିସ: ଜାରି ହେଲା ନୂଆ ପୁଲିସ ସହାୟତା ନମ୍ବର

କଟକ: କୌଣସି ଅଭିଯୋଗ ସଂକ୍ରାନ୍ତରେ ପୁଲିସକୁ ଫୋନ୍ କି ହ୍ବାଟ୍‌ସଆପ୍ ମେସେଜ୍ କଲେ ମାତ୍ର ୧୫ ମିନିଟରେ ପୁଲିସ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରିବ। ଅଭିଯୋଗର ତ୍ବରିତ ସମାଧାନ କରିବା ପାଇଁ କଟକ କମିସନରେଟ୍ ପୁଲିସ ଏକ ସ୍ବତନ୍ତ୍ର ନମ୍ବର ଜାରି କରିଛି। ଡିସିପିଙ୍କ ଆଧୁନିକ କଣ୍ଟ୍ରୋଲ୍‌ ରୁମ୍ ମାଧ୍ୟମରେ ଏହି ନମ୍ବର ପରିଚାଳିତ ହେବାକୁ ଯାଉଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ରାସ୍ତାରେ ଘଟୁଥିବା ଅପରାଧ ରୋକିବାକୁ କଟକ କମିସନରେଟ୍ ପୁଲିସ ୨୪ ଘଣ୍ଟିଆ ସହାୟତା ନମ୍ବର୍‌ ଜାରି କରିଛି। ଏହି ମୋବାଇଲ୍ ନମ୍ବର୍‌ ହେଉଛି ୭୯୭୮୮୯୪୪୦୫। ଏହା ୧୧୨ ସହାୟତା ନମ୍ବର୍‌ ସହିତ ସମାନ୍ତରାଳ ଭାବେ କାର୍ଯ୍ୟ କରିବ। କୌଣସି ଅପରାଧିକ ତତ୍ତ୍ବଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେଇ କିମ୍ବା ରାସ୍ତାରେ ଲୁଟେରା ଛିନତାଇ କଲେ, ସର୍ବସାଧାରଣରେ ବେଆଇନ ମଦ କାରବାର ସମ୍ପର୍କରେ ଏହି ନମ୍ବର ମାଧ୍ୟମରେ ସାଧାରଣ ଲୋକେ କିମ୍ବା ଅଭିଯୋଗକାରୀ ପୁଲିସକୁ ସୂଚନା ଦେଇପାରିବେ। କଟକ ସହର ବାସିନ୍ଦା ଏହି ନମ୍ବର୍‌ରେ ଫୋନ୍ କରିବା ସହିତ ହ୍ବାଟ୍‌ସଆପ୍‌ରେ ମେସେଜ୍‌ ପଠାଇପାରିବେ।

ଏହା ସିଧାସଳଖ କଣ୍ଟ୍ରୋଲ୍‌ ରୁମ୍ ସହିତ ଯୋଡ଼ି ହୋଇଥିବାରୁ ଏହି ତଥ୍ୟ ସଂଗ୍ରହ କରି ସେହି ଅନୁଯାୟୀ ପୁଲିସ ସହାୟତା ଯୋଗାଇ ଦିଆଯିବ। ୧୫ ମିନିଟ୍ ମଧ୍ୟରେ ଅଭିଯୋଗକାରୀଙ୍କୁ ପୁଲିସ ଯୋଗାଯୋଗ କରିବ। ୨୪ ଘଣ୍ଟା ମଧ୍ୟରେ ଏହାର ସମାଧାନ କରାଯିବ। ଏହି ନମ୍ବର୍‌କୁ ଆସିଥିବା ଫୋନ୍ ଓ ହ୍ବାଟ୍‌ସଆପ୍ ମେସେଜ୍‌ ଦୈନିକ ଅତିରିକ୍ତ ଡିସିପି ଅନୀଲ ମିଶ୍ର ସମୀକ୍ଷା କରିବେ। ଯଦି ୨୪ ଘଣ୍ଟା ମଧ୍ୟରେ କୌଣସି ସମସ୍ୟାର ସମାଧାନ ହୋଇପାରିଲା ନାହିଁ, ତେବେ ସମ୍ପୃକ୍ତ ବ୍ୟକ୍ତି ସିଧାସଳଖ ଶ୍ରୀ ମିଶ୍ରଙ୍କୁ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଯୋଗାଯୋଗ କରିପାରିବେ। ରାସ୍ତାରେ ଘଟୁଥିବା ଅପରାଧ ଏବେ ପୁଲିସ ପାଇଁ ଅଧିକ ଚିନ୍ତାଜନକ ହୋଇଛି। କେଉଁ ଥାନାରେ ଅଭିଯୋଗକାରୀ ପହଞ୍ଚି ସେମାନଙ୍କ ଅଭିଯୋଗ ଦେବେ, ଏ ନେଇ ଅନେକ ସମୟରେ ଦ୍ବନ୍ଦ୍ବ ଥାଏ। ସେଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ କଟକ କମିସନରେଟ୍ ପୁଲିସ ଏଭଳି ଏକ ସହାୟତା ନମ୍ବର୍‌ ଜାରି କରିଛି। ସାଧାରଣ ଲୋକ ଏହି ନମ୍ବର୍‌ ମାଧ୍ୟମରେ ନିଜର ଅଭିଯୋଗ ଜଣାଇ ପୁଲିସ ସହାୟତା ତୁରନ୍ତ ପାଇବା ପାଇଁ ଏଡିସିପି ଅନୀଲ ମିଶ୍ର ଜନସାଧାରଣଙ୍କୁ ଅନୁରୋଧ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।