ରାଜ୍ୟ

ନିର୍ବାଚିତ ପ୍ରତିନିଧିଙ୍କ ଅଂଶଗ୍ରହଣ ପ୍ରସଙ୍ଗ ବିଚାରକୁ ନେବେ ସରକାର

କଟକ: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ସ୍ଥାନୀୟ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଧିକରୁ ଅଧିକ ସାମିଲ କରିବା ପ୍ରସଙ୍ଗ ବିଚାର କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରକଳ୍ପ ଚୟନ ଓ କାର୍ଯ୍ୟକାରିତା କ୍ଷେତ୍ରରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଛି ଦର୍ଶାଇ ଦାୟର ମାମଲା ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଗ୍ରାମସ୍ତରରେ ଜନସାଧାରଣଙ୍କ ଉନ୍ନତି ଉଦ୍ଦେଶ୍ୟ ନେଇ ସରକାର ଏହି ଯୋଜନା ଆଣିଥିଲେ। ସାମ୍ବିଧାନିକ ବ୍ୟବସ୍ଥା ତଥା ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଓ ଏ ସଂପର୍କିତ ନିୟମାବଳୀ ଅନୁସାରେ ଏହି ଯୋଜନା ହେଉଛି। ତେଣୁ ସମଗ୍ର ଯୋଜନା ତଥା ପ୍ରକଳ୍ପ ଚୟନ, ମଞ୍ଜୁରୀ, ପାଣ୍ଠି ଓ ତାହାର କାର୍ଯ୍ୟକାରିତା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଜାନୁଆରି ୯ରେ ଏ ସଂପର୍କିତ ୪୧ଟି ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ତାହାର ରାୟ ପ୍ରକାଶ ପାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୩, ଜୁଲାଇ ୧୧ରେ ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା କାର୍ଯ୍ୟକାରୀ ପାଇଁ ମାର୍ଗଦର୍ଶିକା ଜାରି କରିଥିଲେ। ବସ୍ତା ବ୍ଲକର ଆବେଦନକାରୀ ନଗେନ୍ଦ୍ର କୁମାର ସିଂ ଓ ଅନ୍ୟ ୮ଜଣ ନିର୍ବାଚିତ ସରପଞ୍ଚ ସେମାନଙ୍କ ପଞ୍ଚାୟତ ପାଇଁ ବିଭିନ୍ନ ପ୍ରକଳ୍ପ ସଂକ୍ରାନ୍ତରେ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ଯୋଜନାରେ କେମିତି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ସେ ନେଇ ସରପଞ୍ଚମାନଙ୍କୁ ଅନ୍ଧକାରରେ ରଖାଯାଇଥିଲା। ଏହାକୁ ବିରୋଧ ହୋଇଥିଲା। ପଞ୍ଚାୟତସ୍ତରରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ସଂପାଦନ ବେଳେ ଗ୍ରାମପଞ୍ଚାୟତକୁ ସଂପୃକ୍ତ କରା ନଯିବା ବେଆଇନ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ସେହିଭଳି ପଲ୍ଲୀସଭା, ଗ୍ରାମସଭା ନ ଡାକି ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ବିଭିନ୍ନ ବିଭାଗ ଦ୍ବାରା ସଂପାଦନ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ସରକାର ଏକ ପ୍ରଶାସନିକ ଆଦେଶ ବଳରେ ଆଇନରେ ଥିବା ବ୍ୟବସ୍ଥାର ଉଲ୍ଳଂଘନ କରି ପାରିବେ ନାହିଁ ବୋଲି ଦର୍ଶାଇ ପ୍ରକଳ୍ପ କାର୍ଯ୍ୟ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏହାପରେ ସମାନ ପ୍ରସଂଗ ନେଇ ଆଉ ୪୦ଟି ମାମଲା ହାଇକୋର୍ଟରେ ରାଜ୍ୟର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ରୁଜୁ କରିଥିଲେ। ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଗ୍ରାମ ପଞ୍ଚାୟତ ଆଇନର ଧାରା ୯୩ ଅନୁସାରେ ଏହି ଯୋଜନା ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଗ୍ରାମ ପଞ୍ଚାୟତ ପାଣ୍ଠି ନୁ‌ହେଁ। ଏହି ପାଣ୍ଠି ପଞ୍ଚାୟତର ନିଜସ୍ବ ରାଜସ୍ବରୁ ଆସୁ ନାହିଁ। ସରକାର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଏହି ଯୋଜନାରେ ଅର୍ଥ ମଞ୍ଜୁର କରୁଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସାମ୍ବିଧାନିକ ବ୍ୟବସ୍ଥା ଓ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର କୌଣସି ପ୍ରକାର ଉଲ୍ଲଂଘନ ହୋଇ ନାହିଁ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଶ୍ରୀ ସିଂହଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା
ପରିଚାଳନା କରୁଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।