ରାଜ୍ୟ

କ୍ୟାମେରାରେ ଆସୁନି ମହାବଳ!

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲ‌ରେ ମହାବଳ ବାଘ ଉପସ୍ଥିତି ଜାହିର କରିଥିଲା। ତା’ର ଗତିବିଧି ଉପରେ ନଜର ରଖିବାପାଇଁ ଜଙ୍ଗଲର ବିଭିନ୍ନ ସ୍ଥା‌ନରେ କ୍ୟାମେରା ଲଗାଯାଇଥିଲା। କିଛିଦିନ ହେବ ଏହି ମହାବଳ କ୍ୟାମେରା ଲେନ୍ସରେ କଏଦ ହୋଇନଥିବା ଜଣାପଡ଼ିଛି। ମହାବଳଟି ସମ୍ଭବତଃ ଶିମିଳିପାଳ ଫେରିଯାଇଥିବା ବନ ବିଭାଗ ସନ୍ଦେହ କରୁଛି। ଅଟେଇ ସଂରକ୍ଷିତ ଜଙ୍ଗଲରେ ଗତବର୍ଷ ଏକ ମହାବଳ ବାଘ ଠାବ କରାଯାଇଥିଲା। ବାଘର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଗତିବିଧି ଉପରେ ନଜର ରଖିବାପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୧.୪ କିମି ପିରିଧିରେ ଗୋଟିଏ ଲେଖାଏଁ କରି ମୋଟ ୫୪ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା। ଏହି ଟ୍ରାପ କ୍ୟାମେରାରୁ ହିଁ ମହାବଳର ଗତିବିଧିକୁ ନିୟମିତଭାବେ ନିରୀକ୍ଷଣ କରାଯାଉଥିଲା। ୨୫ ଦିନ ହେବ ଟ୍ରାପ କ୍ୟାମେରାରେ ମହାବଳ ବାଘ ନଜରକୁ ଆସୁନାହିଁ।

ବନ ବିଭାଗର ସୂଚନା ଅନୁସାରେ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ନିୟମିତ ବ୍ୟବଧାନରେ ସାତକୋଶିଆକୁ ମହାବଳ ବାଘ ଯାତାୟାତ କରିଥାନ୍ତି। ଏହି ମହାବଳ ବାଘଟି ହୁଏତ ଶିମିଳିପାଳ କିମ୍ବା ସାତକୋଶିଆକୁ ଚାଲିଯାଇଥିବା ବନ ବିଭାଗ ସନ୍ଦେହ କରୁଛି। ଏହାସ‌ତ୍ତ୍ବେ ଟ୍ରାପ କ୍ୟାମେରା ଗୁଡ଼ିକୁ ନିୟମିତ ବ୍ୟବଧାନ‌ରେ ଯାଞ୍ଚ କରାଯାଉଛି। ଏ ସଂପର୍କରେ ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି, କ୍ୟାମେରାରେ କଏଦ ହେଉନଥିବାରୁ ମହାବଳଟି ହୁଏତ ଶିମିଳିପାଳ ଚାଲି ଯାଇଥାଇପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।