ରାଜ୍ୟ

ରାଉରକେଲା ଆସିଛନ୍ତି ଗାନ୍ଧି ପରିବାରର ଏକାଧିକ ନେତା; ନେହରୁ, ଇନ୍ଦିରାଙ୍କ ସହ ରାଜୀବ ବି ଆସିଥିଲେ

ରାଉରକେଲା: ଇସ୍ପାତ ସହର ରାଉରକେଲାରେ ଏକାଧିକ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପାଦ ପଡ଼ିଛି। କିଏ ନିର୍ବାଚନ ପ୍ରଚାରରେ ଆସିଛନ୍ତି ତ ପୁଣି କିଏ ପ୍ରକଳ୍ପ ଲୋକାର୍ପଣ ପାଇଁ। ଏହି କ୍ରମରେ ଗାନ୍ଧି ପରିବାରର ପ୍ରାୟ ସବୁ ସଦସ୍ୟଙ୍କ ଆଗମନ ଘଟିଛି ଏହି ସହରକୁ। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କଠାରୁ ଆରମ୍ଭକରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ରାଉରକେଲା ଆସିଛନ୍ତି ଓ ରାତ୍ରିଯାପନ ମଧ୍ୟ କରିଛନ୍ତି। ଆଜିର ରାହୁଲ ଗାନ୍ଧିଙ୍କ ରୋଡ୍‌ ସୋ’ ଏକ ଦୁର୍ଲଭ ସଂଯୋଗ ସୃଷ୍ଟି କରିଛି। ଠିକ୍‌ ପ୍ରାୟ ୩୦ ବର୍ଷପରେ ରାହୁଲଙ୍କ ବାପା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ମଧ୍ୟ ରାଉରକେଲାରେ ପଦଯାତ୍ରା କରିଥିଲେ। ପ୍ରକାଶଥାଉକି, ରାହୁଲ ୨୦୧୯ ଫେବ୍ରୁଆରି ମାସରେ ରାଉରକେଲାରେ ଅନୁଷ୍ଠିତ ଏକ ଜନ ସମାବେଶରେ ଉଦ୍‌ବୋଧନ ଦେଇଥିଲେ। ଉକ୍ତ ଗସ୍ତବେଳେ କିନ୍ତୁ ପଦଯାତ୍ରା କିମ୍ବା ରୋଡ୍‌ ସୋ’ରେ ଭାଗ ନେଇନଥିଲେ।

୧୯୮୪ ଅକ୍ଟୋବର ୨୦ ତାରିଖ। ନୂଆ ନୂଆ ରାଜନୀତିରେ ପାଦ ଥାପିଥିବା ରାଜୀବ ଗାନ୍ଧି ରାଉରକେଲାରେ ପହଞ୍ଚିଥିଲେ। ସେତେବେଳେ ସେ ସାଂସଦ ଥିଲେ। ଜନମାନସରେ ରାଜୀବଙ୍କ ପତିଆରା ବୃଦ୍ଧି ପାଇଁ ତାଙ୍କର ରାଉରକେଲା ଗସ୍ତ ଆୟୋଜନ କରାଯାଇଥିଲା। ଉକ୍ତ ଗସ୍ତବେଳେ ସେ ରାଉରକେଲା ମୁଖ୍ୟରାସ୍ତା ଦେଇ ପଦଯାତ୍ରା କରିଥିଲେ। ଏହାସହ ୧୯୯୦ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପ୍ରଚାରରେ ଆସିଥିଲେ। ସେ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ପ୍ରଧାନଙ୍କ ସମର୍ଥନରେ ଭୋଟ୍‌ ମାଗିଥିଲେ। ଉଲ୍ଲେଖଯୋଗ୍ୟ, ୧୯୫୭ ମସିହା ଡିସେମ୍ବର ୧୬ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନିର୍ମାଣାଧୀନ ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ କରିଥିଲେ। ଉକ୍ତ ଗସ୍ତରେ ନାବାଳକ ରାଜୀବ ଗାନ୍ଧି ମଧ୍ୟ ସାମିଲ ଥିଲେ। ସେତେବେଳେ ନେହରୁ ଓ ରାଜୀବ ମିଶି ସେକ୍ଟର-୫ସ୍ଥ ଭିଆଇପି ମାର୍କେଟ୍‌ ମଧ୍ୟ ବୁଲି ଦେଖିଥିଲେ। ସେହିଭଳି ଇନ୍ଦୀରା ଗାନ୍ଧି ମଧ୍ୟ ଏକାଧିକବାର ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି।

୧୯୭୪ ମସିହାରେ ଶ୍ରୀମତି ଗାନ୍ଧି ରାଉରକେଲା ଗସ୍ତରେ ଆସି ସ୍ଥାନୀୟ ବିର୍ସା ମୈଦାନରେ ଜନସମାବେଶରେ ସାମିଲ ହୋଇଥିଲେ। ମହାନ ସ୍ବାଧୀନତା ସଂଗ୍ରାମୀ ତଥା କଂଗ୍ରେସ ପ୍ରାର୍ଥୀ ଧନଞ୍ଜୟ ମହାନ୍ତିଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଥିଲେ। ସେହିଭଳି ୧୯୭୭ ରାଜଗାଙ୍ଗପୁର ଲୁଙ୍ଗେଇଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉଲ୍ଳେଖଯୋଗ୍ୟ, ପୂର୍ବତନ ଅଖୀଳ ଭାରତୀୟ କଂଗ୍ରେସ କମିଟି ସଭାପତି ସୋନିଆ ଗାନ୍ଧି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି। କିନ୍ତୁ ରାଉରକେଲାର କୌଣସି ସଭାରେ ଯୋଗଦେଇନଥିବା ରାଜନୈତିକ ବ୍ୟକ୍ତିଙ୍କ ସୂଚନାରୁ ପ୍ରକାଶ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।