ରାଜ୍ୟ

ଭବାନୀପାଟଣା ରାଜନୀତି: ପ୍ରମିଳା ନାଏକଙ୍କ ପ୍ରାର୍ଥିତ୍ବକୁ ନେଇ ଚର୍ଚ୍ଚା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଜେପି ବିଧାୟକ ପ୍ରଦୀପ୍ତ କୁମାର ନାଏକ ଅସୁସ୍ଥତା ଯୋଗୁଁ ଅନୁପସ୍ଥିତ ରହୁଛନ୍ତି। ଆଗାମୀ ନିର୍ବାଚନରେ ଶ୍ରୀ ନାଏକଙ୍କୁ ନେଇ ଦଳୀୟ ନିଷ୍ପତ୍ତି କ’ଣ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ପରିପ୍ରେକ୍ଷୀରେ ତାଙ୍କ ପତ୍ନୀ ପ୍ରମିଳା ନାଏକଙ୍କ ପ୍ରାର୍ଥିତ୍ବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତ ନିର୍ବାଚ‌ନରେ ଶ୍ରୀ ନାଏକ ବିଜେପି ପ୍ରାର୍ଥୀ ଭାବେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ଦୁଷ୍ମନ୍ତ ନାଏକଙ୍କୁ ୪ ହଜାର ୬୮୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ କରିଥିଲେ। ଏହାପରେ ନବଗଠିତ ବିଧାନସଭାରେ ସେ ବିରୋଧୀ ଦଳ ନେତା ଭୂମିକା ତୁଲାଇଥିଲେ। ବିଧାନସଭା ଓ ବିଧାନସଭା ବାହାରେ ସେ ମଧ୍ୟ ବେଶ୍‌ ସକ୍ରିୟ ଥିଲେ। ମାତ୍ର, କୋଭିଡ୍‌ରେ ଆକ୍ରାନ୍ତ ହେବାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଦୀର୍ଘଦିନ ଧରି ନୂଆଦିଲ୍ଲୀଠାରେ ଚିକିତ୍ସିତ ହେଉଥିଲେ। ତେବେ, ଏହାପରଠାରୁ ସେ ନିର୍ବାଚନମଣ୍ଡଳୀରେ ଅନୁପସ୍ଥିତ ରହିଆସୁଛନ୍ତି। ଯେଉଁଥିପାଇଁ ତାଙ୍କ ସମର୍ଥକଙ୍କ ନିଜ ସପକ୍ଷକୁ ଆଣିବା ପାଇଁ ଉଭୟ ବିଜେଡି ଓ କଂଗ୍ରେସ କସରତ ଆରମ୍ଭ କରିଦେଇଛନ୍ତି।

ପ୍ରମିଳା ବିଧାୟକ ପ୍ରଦୀପ୍ତ ନାଏକଙ୍କ ପତ୍ନୀ
ବିଜେପିର ଗୋଟିଏ ଗୋଷ୍ଠୀ ଚାହୁଛନ୍ତି ସାଂସଦ ପ୍ରାର୍ଥୀ
ବିଜେଡି ବି ନିଜ ପକ୍ଷକୁ ଆଣିବାକୁ ଉଦ୍ୟମରତ

ହସ୍ତଗତ ସୂଚନା ଅନୁସାରେ, ବିଜେଡିର ଏକ ଗୋଷ୍ଠୀ ଶ୍ରୀ ନାଏକଙ୍କ ପତ୍ନୀ ପ୍ରମିଳା ନାଏକଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଶ୍ରୀ ନାଏକ ଏବେ ଓୟୁଏଟିରେ ଅଧ୍ୟାପନା କରୁଛନ୍ତି। ଅନ୍ୟପକ୍ଷରେ ପ୍ରଦୀପ୍ତଙ୍କ ସମର୍ଥକମାନେ ଆସନ୍ତା ନିର୍ବାଚନରେ ଶ୍ରୀମତୀ ନାଏକଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଛିଡ଼ା କରିବା ପାଇଁ ମଧ୍ୟ କସରତ ଚଳାଇଛନ୍ତି। ଏହାପଛରେ କାରଣ ହେଉଛି, ବର୍ତ୍ତମାନର ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କୁ ଅଙ୍କୁଶ ଦେବା। ଏଇଥିପାଇଁ ଏହିଭଳି ଏକ ଉଦ୍ୟମ ଆରମ୍ଭ କରାଯାଇଥିବା ଶୁଣାଯାଉଛି। ତେବେ, ଶ୍ରୀ ନାଏକ ଜଣେ ଧୂରୀଣ ରାଜନୀତିଜ୍ଞ ହୋଇଥିବାରୁ ତାଙ୍କର ନିଷ୍ପତ୍ତି ଓ ଗୋଟିଚାଳନା ଉପରେ ସବୁକିଛି ନିର୍ଭର କରୁଥିବା ରାଜ‌ନୈତିକ ବିଶେଷଜ୍ଞଙ୍କ ମତ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।