ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେପିକୁ ବାହୁଡ଼ିଲେ ରବୀନ୍ଦ୍ର ପଟ୍ଟଯୋଷୀ: ଧର୍ମଗଡ଼ ରାଜନୀତି କଡ଼ ଲେଉଟାଇଲା‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଂଗ୍ରେସ ଉପସଭାପତି ରବୀନ୍ଦ୍ର ପଟ୍ଟଯୋଷୀ ହାତ ଛାଡ଼ି ପୁଣି ବିଜେପିକୁ ବାହୁଡିବା ପରେ ଧର୍ମଗଡ଼ ନିର୍ବାଚନମଣ୍ଡଳୀରେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଶ୍ରୀ ପଟ୍ଟଯୋଷୀ ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ଦଳର ସାମିଲ୍‌ ହୋଇଛନ୍ତି। ରବୀନ୍ଦ୍ରଙ୍କ ବିଜେପିରେ ଯୋଗଦାନ ପରେ ଉଭୟ ବିଜେଡି ଓ କଂଗ୍ରେସ ଶିବିରରେ ଆଲୋଡ଼ନ ସୃଷ୍ଟି ହୋଇଛି। ଶ୍ରୀ ପଟ୍ଟଯୋଷୀ ୧୯୯୨ରୁ ୧୯୯୫ ମସିହା, ୧୯୯୭ରୁ ୨୦୦୨ ମସିହା ଏବଂ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଲଗାତାର ୩ ଥର ଧର୍ମଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ହାଟ୍ରିକ୍‌ କରିଥିଲେ। ତୃଣମୂଳ ସ୍ତରରେ ନିଜର ସଙ୍ଗଠନ ଥିବା ଯୋଗୁ ତାଙ୍କର ପତିଆରା ମଧ୍ୟ ରହିଛି। ୨୦୧୪ ମସିହାରେ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ୨୦୧୯ ମସିହାରେ ବିଜେପି ଟିକେଟ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ବିଧାୟକ ନିମନ୍ତେ ଲଢ଼ି ପରାଜିତ ହୋଇଥିଲେ। ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ବର୍ତ୍ତାମନ ରବୀନ୍ଦ୍ରଙ୍କ ରାଜନୈତିକ ପଟ୍ଟପରିବର୍ତ୍ତନ କଂଗ୍ରେସକୁ ଝଟ୍‌କା ଲାଗିଛି।

ଅନ୍ୟପକ୍ଷରେ, ଗତ ପୌର ନିର୍ବାଚନରେ ବିଜେଡି ଜିଲ୍ଲା ସଭାପତିଙ୍କ ଏକାନ୍ତ ଅନୁଗତ ଥିବା ଅଶୋକ ମହାନ୍ତି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେ ବିଜେପି ଟିକେଟ୍‌ରେ ଧର୍ମଗଡ଼ ଏନ୍‌ଏସିର ଅଧ୍ୟକ୍ଷ ଭାବେ ବିଜୟ ଲାଭ ବି କରିଥିଲେ। ରବୀନ୍ଦ୍ରଙ୍କ ଯୋଗଦାନ ପରେ ତାଙ୍କର ପରବର୍ତ୍ତୀ ରଣନୀତି କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏଥିସହିତ, ବିଜେପିର ଶକ୍ତିବୃଦ୍ଧି ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।