ରାଜ୍ୟ

ରାତି ୧୧ଟା ପରେ ସବୁ ଔଷଧ ଦୋକାନ ବନ୍ଦ: ରାତିରେ ବିକ୍ରି ହେଉନି ନା ପୁଲିସ ଡରାଉଛି?

ଭୁବନେଶ୍ବର: ଝିଅର ଗ୍ୟାସ୍‌ ଜନିତ ସମସ୍ୟା ବାହାରିବାରୁ ରାତି ୧ଟାରେ ଲକ୍ଷ୍ମୀସାଗର ଓସ୍କାର ସିଟିରେ ରହୁଥିବା ଲକ୍ଷ୍ମୀକାନ୍ତ ସିଂହ ଗ୍ୟାସ୍‌ ଔଷଧ ପାଇଁ ପାଖ ଦୋକାନକୁ ଯାଇଥିଲେ। କିନ୍ତୁ ଦୋକାନ ବନ୍ଦ ଥିଲା। ସେ ସଂପୂର୍ଣ୍ଣ ଲକ୍ଷ୍ମୀସାଗର ଓ ଝାରପଡ଼ା ଅଞ୍ଚଳରେ ବୁଲି ଖୋଜିଲେ। ହେଲେ ଗୋଟିଏ ବି ଔଷଧ ଦୋକାନ ଖୋଲା ନଥିଲା। ଏପରିକି ଲକ୍ଷ୍ମୀସାଗର ବଡ଼ଗଡ଼ କେନାଲ ରୋଡ୍‌ରେ ଥିବା ପ୍ରଧାନମନ୍ତ୍ରୀ ଜନୌଷଧୀ ଷ୍ଟୋର୍‌ ମଧ୍ୟ ବନ୍ଦଥିଲା। ତେଣୁ ସେ ବାଧ୍ୟ ହୋଇ ଘରକୁ ଫେରି ଝିଅକୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ଓ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ଔଷଧ ଲେଖିଲା ପରେ ‘ନିରାମୟ’ରୁ ଔଷଧ ନେଇ ଶୀତରାତିରେ ଝିଅକୁ ଧରି ଘରକୁ ରାତି ୨.୩୦ଟା ବେଳକୁ ଫେରିଥିଲେ। କ୍ୟାପିଟାଲ ହସ୍ପିଟାଲରେ ଭିଡ଼ ଥିବାରୁ ସେଠାରେ ମଧ୍ୟ ତାଙ୍କୁ ଅଧଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ସାମାନ୍ୟ ଗ୍ୟାସ୍‌ ଔଷଧ ପାଇଁ ତା‌ଙ୍କୁ ଶୀତରେ ଏଭଳି ହଇରାଣ ହେବାକୁ ପଡ଼ିଥିଲା।

ପୂରା ଭୁବନେଶ୍ବରରେ ଉଣାଅଧିକ ସମାନ ସ୍ଥିତି। ରାଜଧାନୀରେ ରାତି ୧୧ଟା ପରେ ଔଷଧ ଦୋକାନ ଖୋଲା ରହୁନି। ଫଳରେ ଅତି ସାଧାରଣ ରୋଗ, ଯେଉଁ ରୋଗ ପାଇଁ ବିନା ପ୍ରେସକ୍ରିପସନ୍‌ରେ ମଧ୍ୟ ଔଷଧ ଦିଆଯାଇ ପାରିବ; ତା’ପାଇଁ ଭୁବନେଶ୍ବର ଓ ଭୁବନେଶ୍ବର ଉପକଣ୍ଠବାସୀ କ୍ୟାପିଟାଲ ହସ୍ପିଟାଲକୁ ଦୌଡ଼ୁଛନ୍ତି। ଔଷଧ ଦୋକାନକୁ ୨୪ ଘଣ୍ଟା ଖୋଲିବାକୁ ଅନୁମତି ଅଛି, ହେଲେ ଦୋକାନୀମାନେ ଖୋଲୁନାହାନ୍ତି। ଉଲ୍ଲେଖନୀୟ ଯେ କିଛି କର୍ପୋରେଟ ହସ୍ପିଟାଲର ଔଷଧ ଦୋକାନ ୨୪ ଘଣ୍ଟା ଖୋଲୁଥିଲେ ମଧ୍ୟ ବାହାର ପ୍ରେସକ୍ରିପସନରେ ଔଷଧ ଦେଉ ନାହାନ୍ତି। ଦିନକୁ ଦିନ ରାଜଧାନୀର କାୟା ବଢ଼ୁଛି। ଲୋକସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କିନ୍ତୁ ରାତି ୧୧ଟା ପରେ ସାଧାରଣ ‌ଔଷଧ ମଧ୍ୟ ମିଳୁନାହିଁ। ଯେ‌ତେ ଦୂରରେ ରହିଲେ ମଧ୍ୟ ଲୋକେ ବାଧ୍ୟ ହୋଇ ୫-୧୦ ଟଙ୍କାର ବଟିକା ପାଇଁ ‌ଘରୋଇ ହସ୍ପିଟାଲକୁ ଯାଇ ୫୦୦ -୧,୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି କିମ୍ବା ରୋଗୀକୁ ଧରି କ୍ୟାପିଟାଲ ହସ୍ପିଟାଲ ଯାଉଛନ୍ତି। ଏ ବ‌ାବଦରେ ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହନ୍ତି, ‌ଔଷଧ ଦୋକାନୀମାନେ ଦୋକାନରେ ଅତିକମ୍‌ରେ ଜଣେ ଫାର୍ମାସିଷ୍ଟ ରଖିବା ପାଇଁ ବାଧ୍ୟ। ପ୍ରତି ଫାର୍ମାସିଷ୍ଟ ୮ଘଣ୍ଟା ଡିଉଟି କରିବେ। ରାତିରେ ଅଧିକ ବ୍ୟବସାୟ ହେଉନଥିବାରୁ ଘରୋଇ ଦୋକାନୀମାନେ ରାତି‌‌ରେ ଫାର୍ମାସିଷ୍ଟ ରଖି ଦୋକାନ ଖୋଲିବାକୁ ଚାହୁ ନାହାନ୍ତି। ଏହାଛଡ଼ା ରାତିଅଧରେ ବିଶୃଙ୍ଖଳାର ଭୟ ମଧ୍ୟ ରହୁଛି। ଏ ବାବଦରେ ଖୋର୍ଦ୍ଧା ଡ୍ରଗିଷ୍ଟ୍ ଓ କେମିଷ୍ଟ୍ ଆସୋସିଏସନର ସଭାପତି ପ୍ରଗତି ରଞ୍ଜନ ମହାନ୍ତି କହିଲେ, ‘ନିରାମୟ’ ଆରମ୍ଭ ହେବା ପରେ ଔଷଧ ଦୋକାନରେ ଆଉ ପୂର୍ବଭଳି ବ୍ୟବସାୟ ହେଉନି। ତେଣୁ କିଏ କାହିଁକି ୩ଟା ଫାର୍ମାସିଷ୍ଟ ‌ରଖି ରାତିରେ ଦୋକାନ ଖୋଲିବ!

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।