ରାଜ୍ୟ

ଦୁଇଗୁଣ ବଢ଼ିଲା ଚିଲିକା ବୋଟ୍ ଭଡ଼ା: ଘରୋଇ ୧୦୦, ଓଟିଡିସିର ୨୦୦

ବାଲୁଗାଁ: ଚିଲିକାରେ ବଢ଼ିଲା ବୋଟ୍ ଭଡ଼ା। ଦୁଇ ମାସ ତଳେ ପର୍ଯ୍ୟଟକମାନେ ଯେଉଁଠି ୧୦୬ଟଙ୍କାର ଟିକେଟ୍‌ କାଟି ମା’ କାଳୀଜାଇଙ୍କ ଦର୍ଶନ କରିବାର ସୁଯୋଗ ପାଉଥିଲେ, ଆଜି ତାକୁ ଦ୍ବିଗୁଣିତ କରାଯାଇଛି। ପ୍ରାଇଭେଟ୍ ବୋଟ୍‌ ଚାଳକ ସଂଘ ନିଜର ବୋଟ୍ ଭଡ଼ା ଶହେ ଟଙ୍କାରେ ସୀମିତ ରଖିଥିବା ବେଳେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଏ ପ୍ରକାର ଦୁଇ ଗୁଣ ଭଡ଼ା ବୃଦ୍ଧି ଘଟଣା ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି। ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ବଡ଼କୁଳଠାରୁ କାଳୀଜାଇଙ୍କ ପୀଠର ଦୂରତା ହେଲା ୮କିଲୋମିଟର। ଯାତ୍ରା ସମୟ ହେଲା ୪୫ମିନିଟ୍। ଉଭୟ ଯିବା ଆସିବାର ଦୂରତା ୧୬କିଲୋମିଟର ଥିବା ବେଳେ ସମୟ ଦେଢ଼ ଘଣ୍ଟା ଲାଗୁଛି। ପର୍ଯ୍ୟଟକଙ୍କୁ ପୀଠ ଦର୍ଶନ କରିବା ପାଇଁ ଅଧ ଘଣ୍ଟାର ସମୟ ଦିଆଯାଉଛି। ମା’ କାଳୀଜାଇ ମଟର ବୋଟ୍ ଶ୍ରମିକ ସଂଘ ସଭାପତି ତଥା ଆଇନ୍‌ଜୀବୀ କୁଳମଣି ବେହେରାଙ୍କ କହିବା ଅନୁସାରେ, ଗୋଟିଏ ବୋଟ୍‌ରେ ଆମେ ୧୦ଜଣ ଯାତ୍ରୀଙ୍କୁ ବସାଉଛୁ। ଚାଳକ ଓ ସହାୟକଙ୍କୁ ମିଶାଇ ୧୨ଜଣ ଯାତ୍ରା କରୁଛନ୍ତି। ଏଥିପାଇଁ ମୁଣ୍ଡପିଛା ୧୦୦ଟଙ୍କାର ଭଡ଼ା ରଖାଯାଇଛି। ଆମ ବୋଟ୍‌ରେ ସୁରକ୍ଷାରେ କୌଣସି ଢିଲା ନାହିଁ। ଯଦିଓ ବୋଟ୍ ଚାରିପାଖ ଖୋଲା, କିନ୍ତୁ ଉପର ଅଂଶ ଆବଦ୍ଧ ଅଛି। ସବୁ ପର୍ଯ୍ୟଟକଙ୍କୁ ଲାଇଫ୍‌ ଜ୍ୟାକେଟ୍ ଦେଇ ସୁରକ୍ଷିତ ନେବା ଆଣିବା କରାଯାଉଛି। କିନ୍ତୁ, ଆମର ବୋଟ୍‌ ଭଡ଼ାରେ କୌଣସି ବୃଦ୍ଧି କରାଯାଇନାହିଁ। ବଡ଼କୁଳରୁ ଚଢ଼େଇହଗା ଦୂରତା ୬କିଲୋମିଟର। ବୋଟ୍ ଭଡ଼ା ୭ଶହ ଟଙ୍କା ରଖାଯାଇଥିବା ବେଳେ ୩୬କିଲୋମିଟର ଦୂର ନଳବଣ ପାଇଁ ଭଡ଼ା ୧୯୦୦ଟଙ୍କା ରଖାଯାଇଛି। କୌଣସି ପରିବର୍ତ୍ତନ ହୋଇନାହିଁ। ଏ ସମ୍ପର୍କରେ ଓଟିଡିସିର ବଡ଼କୁଳ ମ୍ୟାନେଜର ସବ୍ୟସାଚୀ କର କହିଛନ୍ତି, ଗଲା ସେପ୍ଟେମ୍ବର ୧୫ରୁ ଆମର ମୁଣ୍ଡ ପିଛା ଭଡ଼ା ୧୦୬ଟଙ୍କା ଥିଲା। କିନ୍ତୁ, ସରକାର ତାକୁ ନିକଟରେ ଦୁଇ ଶହ ଟଙ୍କା ବୃଦ୍ଧି କରିଛନ୍ତି। ଆମର ବୋଟ୍ ପ୍ରାଇଭେଟ୍ ଅପେକ୍ଷା ବିଳାସପୂର୍ଣ୍ଣ ଓ ଆବଦ୍ଧ ଅଛି। ତା’ ସହିତ ଲାଇଫ୍‌ ଜ୍ୟାକେଟ୍ ଓ ଯାତ୍ରୀଙ୍କର ବୀମା କରାଯାଉଛି। ତେଣୁ, ଭଡ଼ା ବୃଦ୍ଧି କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।