ରାଜ୍ୟ

ମାନବିକତା ଦେଖାଇଲେ ବସ୍‌ କର୍ମଚାରୀ: ହୃଦ୍‌ଘାତ ପରେ ରୋଗୀଙ୍କୁ ଡାକ୍ତରଖାନା ଆଣି ବଞ୍ଚାଇଦେଲେ

ଅନୁଗୁଳ: ହୃଦ୍‌ଘାତରେ ପୀଡ଼ିତ ଜଣେ ଯାତ୍ରୀଙ୍କୁ ଏକ ବସ୍‌ର ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ ଡାକ୍ତରଖାନାରେ ପହଞ୍ଚାଇ ତାଙ୍କୁ ନୂଆ ଜୀବନ ଦେଇଛନ୍ତି। ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ରାସୋଳରୁ ଲକ୍ଷ୍ମୀଶ୍ରୀ ନାମକ ଏକ ବସ୍‌ ବଅଁରପାଳ ଦେଇ ଅନୁଗୁଳ ବସଷ୍ଟାଣ୍ଡକୁ ଆସୁଥିଲା। ବଅଁରପା‌ଳ ଛକରେ ରଞ୍ଜନ କୁମାର ନାୟକ (୩୨) ନାମକ ଜଣେ ଯୁବକ ଏହି ବସ୍‌ରେ ଚଢ଼ିଥିଲେ। ‌ବସ୍‌ରେ ଥିଲେ ପ୍ରାୟ ୩୦ ଜଣ ଯାତ୍ରୀ। ଉକ୍ତ ବସ୍‌ ନାଲ୍‌କୋ ପାଖରେ ପହଞ୍ଚିଥିବା ବେଳେ ରଞ୍ଜନ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଚେତାଶୂନ୍ୟ ହୋଇଯାଇଥିଲେ। ‌ତାଙ୍କର ହୃଦ୍‌ଘାତ ହୋଇଥିବା ଜାଣି ବସ୍‌ କଣ୍ଡକ୍ଟର୍‌ ଲକ୍ଷ୍ମୀଧର ପୃଷ୍ଟି ଡ୍ରାଇଭର୍‌ ଅଶୋକ ନାୟକଙ୍କୁ ଏହା କହିଥିଲେ। ଆମ୍ବୁଲାନ୍ସ ଡାକି ତାଙ୍କୁ ଡାକ୍ତରଖାନାକୁ ନେଲେ ବିଳମ୍ବ ହେବ। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଉଭୟ ବସ୍ କର୍ମଚାରୀ ସେହି ଗାଡ଼ିରେ ତାଙ୍କୁ ଡା‌କ୍ତରଖାନାକୁ ନେବେ ବୋଲି ସ୍ଥିର କରିଥିଲେ। ବସ୍‌ରେ ଥିବା ଯାତ୍ରୀମାନଙ୍କୁ ଏହି କଥା ବୁଝାଇବା ସହ ସମସ୍ତ ଯାତ୍ରୀଙ୍କ ସହ ବସ୍‌ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ ଅସୁସ୍ଥ ରଞ୍ଜନଙ୍କୁ ନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା‌ଳୟରେ ଭର୍ତ୍ତି କରିଥିଲେ। ତୁରନ୍ତ ଚିକିତ୍ସା ପରେ ରଞ୍ଜନଙ୍କ ଜୀବନ ରକ୍ଷା ହୋଇଯାଇଥିଲା। ରଞ୍ଜନଙ୍କୁ ଡାକ୍ତରଖାନାକୁ ନେବାରେ ସମସ୍ତ ବସ୍‌ଯାତ୍ରୀ ମଧ୍ୟ ସହଯୋଗ କରିଥିଲେ। ଅସୁସ୍ଥ ରଞ୍ଜନଙ୍କ ଘର ଭଦ୍ରକ ଜିଲ୍ଲାରେ। ସେ ପରିବାର ସହ ଅନୁଗୁ‌ଳରେ ରହି ଏକ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।