ଅପରାଧ ରାଜ୍ୟ

ତୁ ପୂରା ବଦଳି ଗଲୁ: ମୃତ୍ୟୁ ଷ୍ଟାଟସ୍‌ ଦେଇ ଝୁଲି ପଡ଼ିଲେ ଯୁବତୀ

ଖୋର୍ଦ୍ଧା: ତୁ ପୂରା ବଦଳି ଗଲୁ, ବଞ୍ଚିବି ଆଉ କାହା ପାଇଁ। ମୃତ୍ୟୁ ମୋର ଅପେକ୍ଷା କରିଛି…..। ଫିଲ୍ମ ଷ୍ଟାଇଲ୍‌ରେ ଏମିତି ହ୍ବାଟସ୍‌ଆପ୍‌ ଷ୍ଟାଟସ୍‌ ଦେଇ ଝୁଲି ପଡ଼ିଛନ୍ତି ଯୁବତୀ। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ମୁକୁନ୍ଦପ୍ରସାଦ ସ୍ଥିତ ଏକ କ୍ଲିନିକ୍‌ରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବେକରେ ଓଢ଼ଣୀ ଦେଇ ଯୁବତୀ ଜଣକ ଫ୍ୟାନ୍‌ରେ ଝୁଲି ପଡ଼ିଛନ୍ତି। ସୂଚନା ମୁତାବକ, ଏହି ଯୁବତୀଙ୍କ ବୟସ ପ୍ରାୟ ୨୦ବର୍ଷ ହେବ। ତାଙ୍କ ଘର ପୁରୀ ଜିଲ୍ଲା ସୁନାଖେଳା ଅଞ୍ଚଳରେ। ଆର୍ଥିକ ଅନାଟନ ପାଇଁ ଯୁବତୀ ଜଣକ ଗଲା ପ୍ରାୟ ଛଅ ମାସ ହେଲା କ୍ଲିନିକ୍‌ରେ ଆସି କାମ କରୁଥିଲେ। ସକାଳ ୧୦ରୁ ସନ୍ଧ୍ୟା ୫ଯାଏ କ୍ଲିନିକ୍‌ କାମ କରିବା ପରେ କ୍ଲିନିକ୍‌ରେ ହିଁ ରହୁଥିଲେ। ସାଥୀରେ ରହୁଥିଲେ ଆଉ ଦୁଇ ଜଣ ସହକର୍ମୀ ଯୁବତୀ।

ସବୁଦିନ ପରି ଆଜି ସନ୍ଧ୍ୟା ୫ଟା ଯାଏ ଯୁବତୀ ଜଣକ କ୍ଲିନିକ୍‌ରେ ଠିକ୍‌ଠାକ୍‌ କାମ କରିଥିଲେ। ସନ୍ଧ୍ୟାରେ କ୍ଲିନିକ୍ ବନ୍ଦ ହେବା ପରେ ନିଜ ରୁମ୍‌କୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ଛଅଟା ସମୟରେ ଦେଖିଲା ବେଳକୁ ତାଙ୍କ ମୃତ ଦେହ ଫ୍ୟାନ୍‌ରେ ଝୁଲିଥିଲା। କ୍ଲିନିକ୍‌ ୟୁନିଫର୍ମରେ ହିଁ ତାଙ୍କର ମୃତ ଦେହକୁ ସହକର୍ମୀମାନେ ଦେଖି କ୍ଲିନିକ୍‌ ମାଲିକଙ୍କୁ ଖବର ଦେଇଥିଲେ। ସୂଚନା ମୁତାବକ, ଯୁବତୀ ଜଣକ ଗଲା କିଛି ଦିନ ହେଲା ଲୁହଭରା ଷ୍ଟାଟସ୍‌ ସବୁ ସୋସିଆଲ୍ ମିଡିଆରେ ଦେଉଥିଲେ। ଆଜି ସକାଳୁ ସଞ୍ଜ ଯାଏ ଚାରି ଗୋଟି ବିଚ୍ଛେଦ ପ୍ରେମଭରା ପୂର୍ଣ୍ଣ ଷ୍ଟାଟସ୍‌ ବି ଦେଇଥିଲେ। ତୁ ପୂରା ବଦଳିଗଲୁ…. ଭଳି ହୃଦୟସ୍ପର୍ଶୀ ଓ କୋହଭରା ଲେଖା ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ତାଙ୍କର ଶେଷ ହ୍ବାଟସ୍‌ ଅପ୍‌ ଷ୍ଟାଟସ୍‌ ଥିଲା ସନ୍ଧ୍ୟା ୬ଟା ୩ମିନିଟ୍‌ରେ। ଯେଉଁଥିରେ ସେ ମୃତ୍ୟୁର ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ‘ମୁଁ ମୃତ୍ୟୁକୁ ଅପେକ୍ଷା କରିଛି…’ ବୋଲି ସେଥିରେ ଦର୍ଶାଇଥିଲେ। ଯାହାକୁ ଦେଖି କେହି କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ ଯୁବତୀ ଜଣକ ସୋସିଆଲ୍ ମିଡିଆର ଭିଡ଼ିଓକୁ ସତ୍ୟ ପ୍ରମାଣିତ କରିଛନ୍ତି। କ୍ଲିନିକ୍‌ ପଙ୍ଖାରେ ଯୁବତୀଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଛି। ସୂଚନା ପାଇଁ ଶିଳ୍ପାଞ୍ଚଳ ଥାନାର ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଜୟସିଂହ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତନାଘନା ଚଳାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।