ରାଜ୍ୟ ସ୍ପେଶାଲ ରିପୋର୍ଟ

ପରିବେଶ ଯୋଦ୍ଧା: ଗଛ ପାଇଁ ସମର୍ପିତ ରମାକାନ୍ତ

‘ରହ ଆରେ କାଠୁରିଆ ନ ପକାଅ ହାଣି, ଶୁଣ କାନ ଡେରି ଥରେ ଏ ଗଛ କାହାଣୀ।’ ପିଲାଦିନେ କବି ନନ୍ଦକିଶୋର ବଳଙ୍କ ରଚିତ ଏହି କବିତା ପଢ଼ିବା ସମୟରେ ଜଗତସିଂହପୁରର ବାତ୍ୟାଞ୍ଚଳ ଏରସମାରେ ଜନ୍ମିତ ରମାକାନ୍ତ ଜେନାଙ୍କ ମନରେ ଚହଳ ସୃଷ୍ଟି ହୋଇଥିଲା। ଗଛ ପ୍ରତି ଦୁର୍ବଳତା ଏତେ ବଢ଼ିଥିଲା ଯେ ଗଛର ଡାଳଟିଏ କିଏ ହାଣିଦେଲେ ତାଙ୍କୁ କଷ୍ଟ ଲାଗୁଥିଲା। ଗଛ ପ୍ରତି ତାଙ୍କର ଏହି ପ୍ରୀତି ଦିନକୁ ଦିନ ଅଧିକ ପ୍ରଗାଢ଼ ହୋଇଥିବା ବେଳେ ବଡ଼ ହୋଇ ସେ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ବୃକ୍ଷରୋପଣ କରିବାକୁ ପ୍ରବର୍ତ୍ତାଉଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ନିଜେ ୧୦ ହଜାରରୁ ଅଧିକ ଗଛ ଲଗାଇଥିବା ବେଳେ ଗଜପତି, ରାୟଗଡ଼ା, ଖୋର୍ଧା, ସୁନ୍ଦରଗଡ଼, ବାଲେଶ୍ବର, କଳାହାଣ୍ଡି, କେନ୍ଦୁଝର ଓ ଜଗତସିଂହପୁରର ଯୁବକମାନଙ୍କୁ ଏକାଠି କରି ବୃକ୍ଷରୋପଣ କରାଇଛନ୍ତି। ଏଥିସହ ଜଳବାୟୁ ପରିବର୍ତ୍ତନ, ପରି‌େବଶ ଉପରେ ଏହାର ପ୍ରଭାବ, କୃଷିର କ୍ଷତି, ଏହା ଫଳରେ ଲୋକମାନଙ୍କ ସ୍ଥାନାନ୍ତରଣ ଓ ବିଶ୍ବ ତାପାୟନ କିଭଳି ଭାବେ ଜନସାଧାରଣଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଛି, ଏନେଇ ଅବଗତ କରାଇବା ସହ ସଚେତନ କରାଉଛନ୍ତି।

ଏକ ଚାଷୀ ପରିବାରରୁ ଆସିଥିବାରୁ ଓ ଚାଷ ସହ ସିଧାସଳଖ ଯୋଡ଼ି ହୋଇଥିବାରୁ ମୁଁ ପିଲାଟି ଦିନୁ ଅନୁଭବ କରିଛି, ଏକ ସନ୍ତୁଳିତ ପରିବେଶ ପାଇଁ ଗଛର ଆବଶ୍ୟକତା କେତେ ରହିଛି।

୪୨ ବର୍ଷୀୟ ରମାକାନ୍ତ ଏବେ ବିଷମ କଟକ ଅଞ୍ଚଳରେ ରହୁଛନ୍ତି। ସ୍ନାତକ ପ‌େ‌ର ଏମ୍‌ଏସ୍‌ଡବ୍ଲ୍ୟ କରି ଏବେ ସେ ‘ଲେକ୍‌ ଗାର୍ଡେନ ଓମେନ୍‌ ଆଣ୍ଡ୍‌ ଚିଲ୍‌ଡ୍ରେନ୍‌ ଡେଭ‌ଲପ୍‌ମେଣ୍ଟ୍‌’ର ଲୋକାଲ୍‌ ଟୁ ଗ୍ଲୋବାଲ ପ୍ରୋଜେକ୍ଟରେ ଓଡ଼ିଶାର ରାଜ୍ୟ ସଂଯୋଜକ ଭାବେ ରାୟଗଡ଼ାରେ କାର୍ଯ୍ୟରତ। ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗ ଉପରେ ସେ କାର୍ଯ୍ୟ କରୁଥିବା ବେଳେ ଗତ ୩ ବର୍ଷ ହେଲା ରାୟଗଡ଼ା, ବିଷମକଟକ, କଳାହାଣ୍ଡି, କୋରାପୁଟ ଆଦି ବିଭିନ୍ନ ଅଞ୍ଚଳରେ ଯୁବକମାନଙ୍କ ସହ ମିଶି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରମାକାନ୍ତ ଏନେଇ କହିଛନ୍ତି, ପିଲାଦିନୁ ହିଁ ମୋର ଗଛ ପ୍ରତି ବେଶ୍‌ ଦୁର୍ବଳତା ରହିଆସିଛି। ବର୍ଷାରେ ଅନିୟମିତତା ଦେଖାଗଲେ, ଶୀତ କମିଗଲେ ବା ଖରା ଅତ୍ୟଧିକ ହେଲେ; ମନ ମୋର ବ୍ୟାକୁଳ ହୋଇ ଉଠେ। ଯଦିଓ ବାପା ସରକାରୀ ଚାକିରି କରିଥିଲେ, ତଥାପି ଆମେ ଚାଷ ଉପରେ ନିର୍ଭରଶୀଳ ପରିବାର। ଏକ ଚାଷୀ ପରିବାରରୁ ଆସିଥିବାରୁ ମୁଁ ପିଲାଟି ଦିନୁ ଅନୁଭବ କରିଛି, ଏକ ସନ୍ତୁଳିତ ପରିବେଶ ପାଇଁ ଗଛର ଆବଶ୍ୟକତା କେତେ ରହିଛି। ଏଣୁ ‌ଯେତେବେଳେ ସୁବିଧା ମିଳେ, ଗଛ ଲଗାଏ ଓ ଲଗାଇବା ପାଇଁ ଲୋକମାନଙ୍କ ସହ ବିଭିନ୍ନ ସ୍ତରରେ ‌ଆଲୋଚନା ମଧ୍ୟ କରେ।

‘ଓଡ଼ିଶା ୟୁଥ୍‌ ନେଟ୍‌ୱର୍କ’ ଜରିଆରେ ଆମେ ଗଜପତି, ରାୟଗଡ଼ା, ଖୋର୍ଧା, ସୁନ୍ଦରଗଡ଼, ବାଲେଶ୍ବର, କଳାହାଣ୍ଡି, କେନ୍ଦୁଝର ଓ ଜଗତସିଂହପୁରର ଯୁବକମାନଙ୍କୁ ନେଇ ପାଣିପାଗ, ପରିବେଶ ଓ ବୃକ୍ଷରୋପଣ ଉପରେ କାମ କରୁଛୁ। କଳାହାଣ୍ଡି ଓ ରାୟଗଡ଼ାର ଯୁବକମାନେ ପରିବେଶ ସୁରକ୍ଷା ପାଇଁ ସିଡ୍‌ ବଲ୍‌(ମାଟି, ଖତ ଓ ବିଭିନ୍ନ ବିହନକୁ ‌ଗୁଳା କରି) ବିଭିନ୍ନ ଜଙ୍ଗଲରେ ପକାଯାଉଛି। ପରିବେଶ ସମ୍ବନ୍ଧିତ ଦିବସଗୁଡ଼ିକରେ ବୃକ୍ଷରୋପଣକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ବର୍ଷାଦିନେ ରମାକାନ୍ତଙ୍କ ନେତୃତ୍ବରେ ପ୍ରତିବର୍ଷ ୫ରୁ ୧୦ ହଜାର ଗଛ ଲଗାଯାଉଛି। ଏଥିସହ ନିଜ ବ୍ୟକ୍ତିଗତ ଉଦ୍ୟମରେ ସେ ୧୦ ହଜାରରୁ ଅଧିକ ଗଛ ଲଗାଇସାରିଲେଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।