ରାଜ୍ୟ

ଆଜି ଜନ୍ମଦିନ: ବିପଦସଙ୍କୁଳ ନେତାଜୀ ସଂଗ୍ରହାଳୟ

ପୁରୀ: ବିଗୁଡୁଛି ସୁଭାଷ ବୋଷଙ୍କ ଐତିହ୍ୟ ଭବନର ସ୍ଥିତି । ୧୦୬ ବର୍ଷ ତଳର ଏହି କୋଠା, ସଂଗ୍ରହାଳୟର ରୂପ ନେଇଥିଲେ ହେଁ ଛାତ ଓ କାନ୍ଥ ଫାଟି ଆଁ କଲାଣି। ଏହିପରି ଭାବେ ନେତାଜୀଙ୍କ ଫରୱାର୍ଡ ବ୍ଲକ୍‌ର ଗୁପ୍ତ ବୈଠକର ମୂକସାକ୍ଷୀ ସାଜିଥିବା ଏହି କୋଠା ବିପଦସଂକୁଳ ଅବସ୍ଥାରେ ଥିଲେ ହେଁ ମରାମତି ହେଉନାହିଁ। ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ କଟକରେ ରହୁଥିବା ବେଳେ ୧୯୧୬ ମସିହାରେ ଶାରଦା ଦେବୀ ରୋଡ୍‌ରେ ଲିଜ୍‌ ସୂତ୍ରରେ ୦.୪୩୪ ଏକର ଜମି ନେଇଥିଲେ। ତେଣୁ ଏଠାରେ ମଧ୍ୟ କଟକ ସଦୃଶ ଦୁଇ ‌ମହଲା କୋଠା ନିର୍ମାଣ କରିଥିଲେ। ପୁରୀ ଆସିଲେ ଜାନକୀନାଥଙ୍କ ସମଗ୍ର ପରିବାର ସେଠାରେ ଅବସ୍ଥାନ କରୁଥିଲେ। ୧୯୩୮ରେ ଜାନକୀନାଥ ବୋଷଙ୍କ ମୃତ୍ୟୁ ପରେ ନେତାଜୀଙ୍କ ନାମରେ ଏହା ୧୯୪୬ ମସିହାରେ ପୁଣି ଲିଜ୍‌ ଦିଆଯାଇଥିଲା। ତେଣୁ ନେତାଜୀ ପୁରୀ ଆସୁଥିବା ବେଳେ ଏହି କୋଠାରେ ଫରୱାର୍ଡ ବ୍ଲକ୍‌ର ଗୁପ୍ତ ବୈଠକ କରାଉଥିବା ସ୍ବାଧୀନତା ସଂଗ୍ରାମୀମାନେ କହିଥିଲେ। ତେଣୁ ଦେଶର ଏହି ଅଦ୍ବିତୀୟ ବୀର ସନ୍ତାନଙ୍କର ଘରକୁ ସ୍ମୃତିପୀଠ ଭାବେ ଘୋଷଣା କରାଯାଇ ସଂଗ୍ରହାଳୟ କରାଯାଇଛି। କିନ୍ତୁ ପୁରୁଣା କୋଠା ଉପରେ କେବଳ ରଙ୍ଗ ବୋଳି ଦେଇ ଯେମିତି କୋଠାର ଦୁର୍ବଳତାକୁ ଲୁଚାଇବାକୁ ‌ଉଦ୍ୟମ‌ ହୋଇଛି। ଏଣେ ଧବଳ ଛାତ ତଳେ ଯେ ଫାଟ ଆଁ କରି ଚାହିଁ ରହିଛି ତା’ର ପୁନରୁଦ୍ଧାର କରାଯାଉନାହିଁ।

ଅଳ୍ପ ଫାଟ ସୃଷ୍ଟି ହୋଇଥିବା ବେଳେ ଏହାକୁ ମରାମତି କରିଥିଲେ ଅନ୍ତତଃ ଏହା କାନ୍ଥ ଓ ଷ୍ଟ୍ରକ୍ଚର୍‌ ଉପରେ ପ୍ରଭାବ ପକାଇ ନଥାଆନ୍ତା। କିନ୍ତୁ ଏବେ ଏହି ଫାଟ ପୂରା କୋଠାକୁ ବ୍ୟାପିଗଲାଣି।
ଏନେଇ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା କହିଛନ୍ତି, ନେତାଜୀ ସଂଗ୍ରହାଳୟର ଉନ୍ନତୀକରଣ ଓ ମରାମତି ପାଇଁ ୬କୋଟି ୭୪ ଲକ୍ଷ ଟଙ୍କାର ‌ବଜେଟ୍‌ ମିଳିବା ପରେ ବିଲ୍‌ଡିଂର ମରାମତି ସହ କାନ୍ଥ, ରଙ୍ଗ ଓ ଆଲୋକୀକରଣ ବ୍ୟବସ୍ଥା, ଫାଉଣ୍ଟେନ୍‌ ସମେତ ଭିତର ପାର୍ଶ୍ବକୁ ସୌନ୍ଦର୍ଯ୍ୟୀକରଣ ପାଇଁକୋଠାବାଡ଼ି ନିର୍ମାଣ ବିଭାଗକୁ ଅର୍ଥ ଦିଆସରିଛି। ଖୁବଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସଂଗ୍ରହାଳୟ ମଧ୍ୟରେ ନେତାଜୀଙ୍କ କୋଠରି ସମେତ ପଠନଶାଳା ଓ ସେ ବ୍ୟବହାର କରୁଥିବା ପୋଷାକପତ୍ର ରହିଛି। ଏହାବ୍ୟତୀତ ନେତାଜୀଙ୍କର ବହୁ ବିରଳ ଫଟୋ ମଧ୍ୟ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।