ରାଜ୍ୟ

କନ୍ଧମାଳ ସୀମାନ୍ତ ଜଙ୍ଗଲ: ନିଖିଲ୍‌ ନେତୃତ୍ବରେ ମାଓବାଦୀ ଠୁଳ

ଫୁଲବାଣୀ: କନ୍ଧମାଳ-ବୌଦ୍ଧ, କନ୍ଧମାଳ-ରାୟଗଡ଼ା ଏବଂ କନ୍ଧମାଳ-କଳାହାଣ୍ଡି ସୀମାରେ କେକେବିଏନ୍‌ ଓ ବଂଶଧାରା-ଘୁମୁସର-ନାଗାବଳୀ ମାଓ ଗୋଷ୍ଠୀ ନିଜର ଉପସ୍ଥିତି ଜାହିର ରଖିଛନ୍ତି। ମାଓ କମାଣ୍ଡର୍‌ ନିଖିଲ୍‌ ଏହି ଦୁଇଟି ମାଓ ଡିଭିଜନ୍‌ର ନେତୃତ୍ବ ନେଉଛି। ତେବେ ବର୍ତ୍ତମାନ ଛତିଶଗଡ଼ର ମାଓବାଦୀ ଓଡ଼ିଶାକୁ ଚାଲିଆସି ଏଠାକାର ଜଙ୍ଗଲରେ ଠୁଳ ହୋଇଥିବାରୁ ଏହା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ନୂଆ ବର୍ଷରୁ କେକେବିଏନ୍‌ (କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼) ଡିଭିଜନାଲ୍‌ କମିଟି ମାଓ ସଂଗଠନର ଚଳପ୍ରଚଳ କନ୍ଧମାଳ-ବୌଦ୍ଧ ସୀମାନ୍ତ କଣ୍ଟାମାଳ ଥାନା ଅଧୀନ ମାଟାକୁମ୍ପା ଜଙ୍ଗଲରେ ରହିଥିବା ସୂଚନା ମିଳିଥିଲା। ପୁଲିସ ପକ୍ଷରୁ ଜାନୁଆରି ପହିଲାରୁ ଅପରେସନ୍‌ ଆରମ୍ଭ ହୋଇଥିଲା।

ଡାଙ୍ଗେଣାମା ଜଙ୍ଗଲରେ ଗୁଳିବିନିମୟ ଓ କ୍ୟାମ୍ପ୍‌ ଧ୍ବଂସ, ବିପୁଳ ସାମଗ୍ରୀ ଜବତ
ନୂଆ ବର୍ଷରୁ ଆରମ୍ଭ ‌ଅପରେସନ୍‌ ଜାରି

ହେଲେ ୧୬ ତାରିଖରୁ ଏସ୍‌ଓଜି, ସିଆର୍‌ପିଏଫ୍‌ ଓ ବିଏସ୍‌ଏଫ୍‌ ଯବାନଙ୍କୁ ନେଇ ଗଠିତ ନକ୍ସଲ ବିରୋଧୀ ଅଭିଯାନ ଟିମ୍‌ ଲୁଇସିଂ ପଞ୍ଚାୟତର ଡାଙ୍ଗେଣାମା ଜଙ୍ଗଲରେ ଅଭିଯାନ ବେଳେ ମାଓବାଦୀଙ୍କ ସହିତ ପୁଣି ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଛି। ପୁଲିସ ଗୁଳି‌ରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ନକ୍ସଲ ବିରୋଧୀ ଅଭିଯାନ ଟିମ୍‌ ଗୋଛାପଡ଼ା ଥାନା ଅନ୍ତର୍ଗତ ମାଟାକୁପା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଆଜି ସୂଚନା ଦେଇଛନ୍ତି। ପୁଲିସ ଜବତ କରିଥିବା ମାଓ ସାମଗ୍ରୀ ମଧ୍ୟରେ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଜିଲେଟିନ୍‌ ଷ୍ଟିକ୍‌, ଗୋଟିଏ ବିଦ୍ୟୁତ୍‌ ଡ‌ିଟୋନେଟର୍‌, ୫ ମିଟର ଫ୍ୟୁଜ୍‌ ତାର, ୬ ହଳ ବ୍ୟାଟେରି, ୧୨ଟି ଆଇଇଡି, ଗୋଟିଏ କ୍ୟାମେରା, ୬ଟି ଆଣ୍ଟି ହ୍ୟାଣ୍ଡ୍‌ଲିଂ ମେକାନିଜିମ୍‌, ୫୦ ମିଟର ବିଦ୍ୟୁତ୍‌ ତାର, ୬ଟି ବୋମା, ରହିଥିବା ଏସ୍‌ପି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।