ରାଜ୍ୟ

ମକାପୁଟରୁ ହଟିବ ମୁଖ୍ୟଡମ୍ପିଂ ୟାର୍ଡ: ସରିଲା ଡ୍ରୋନ ସର୍ଭେ

ଜୟପୁର: ସହରର ୨୮ଟି ୱାର୍ଡରୁ ସଂଗ୍ରୃହିତ ହେଉଥିବା ସୁଖିଲା ଓକଂଚା ମଇଳା, ଆବର୍ଜନା ଆଦିକୁ ମକାପୁଟ ମୁଖ୍ୟଡମ୍ପିଂୟାର୍ଡ,ଗୋଡିଆଧୋବା ସାହି, କୁମ୍ଭାରସାହି ନିକଟରେ ଥିବା ଡମ୍ପିଂୟାର୍ଡରେ  ପକାଯାଉଛି। ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ତୁରନ୍ତ ଏହି ଡମ୍ପିଂୟାର୍ଡ ସବୁକୁ ହଟାଇ ଅତ୍ୟାଧୁନିକ ପ୍ରଣାଳୀରେ ବର୍ଜବସ୍ତୁକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ପ୍ରାରମ୍ଭିକ ଭାବେ ମକାପୁଟ ମୁଖ୍ୟଡମ୍ପିଂୟାର୍ଡ ସଂପୁର୍ଣ୍ଣ ଉଚ୍ଛେଦ କରିବା ପ୍ରକ୍ରିୟା ପୌରପାଳିକା ପକ୍ଷରୁ ଆରମ୍ଭ ‌ହୋଇଛି। ଏହି କ୍ରମରେ ଗତ କିଛି ଦିନ ହେବ ଡ୍ରୋନ ସର୍ଭେ ସରିଛି। ଏଠାରେ ଜମାଥିବା ମଇଳାକୁ ଜୈବିକ ପଦ୍ଧତି-(ବାଇଓ –ମାଇନିଂ)ରେ ନଷ୍ଟ କରାଯିବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ସୂଚନା ଅନୁଯାୟୀ, ଜାତୀୟ ଗ୍ରୀନଟ୍ରିବ୍ୟୁନାଲ ଦେଇଥିବା ମାର୍ଗଦର୍ଶନ ଅନୁଯାୟୀ ଡ୍ରୋନ କ୍ୟାମେରାରେ ସର୍ଭେ କରାଯାଇଥିଲା। ୫ଏକର ମୁଖ୍ୟଡମ୍ପିଂୟାର୍ଡରେ ୩ଏକର ମଧ୍ୟରେ ମଇଳା ଜମା ହୋଇ ରହିଛି। ଏଥିରୁ ଅଳ୍ପ କିଛି ଜମିରେ ବାଇପାସ୍ ରାସ୍ତା ଏବେ ଯିବ। ବାଇପାସ୍ ରାସ୍ତା ପାର୍ଶ୍ବରେ ପାଚେରୀ ପୌରପାଳିକା ପକ୍ଷରୁ କରାଯିବ। ବଳକା ୨ଏକର ମଧ୍ୟରେ ୨ଟି ମାଇକ୍ରୋ ରିକୋଭରୀ ଫାର୍ମ (ଏମଆରଏଫ୍) ଓ ୨ଟି ଏମସିସି (ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର) ରହିଛି। ୩ଏକର ମଧ୍ୟରେ ଜମା ରହିଥିବା ମଇଳାରୁ ଏମଆରଏଫରେ ମଇଳା ପକା ଗଲେ ଏଥିରେ କାଚ, ଚମଡ଼ା ଓ ପ୍ଲାଷ୍ଟିକ ବାହାରି ପଡ଼ିବ। ଏବଂ ପଲିଥିନ ଏବଂ ନନ୍ ରିସାଇକ୍ଲ ସାମଗ୍ରୀକୁ ବାଇଓ ମାଇନିଂ ପଦ୍ଧତିରେ ବଡ ବଡ ଫଙ୍ଖା ଲଗାଇ ସବୁ ସଂଗ୍ରହ କରାଯାଇ ସେସବୁକୁ ସିମେଣ୍ଟ ଫ୍ୟାକ୍ଟ୍ରୀର ଜାଳେଣୀ ପାଇଁ ବିକ୍ରୀ କରାଯିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାନିଟାରୀ ଏକ୍ସପାର୍ଟ ରାଜଶେଖର। ବଳକା ମଇଳାକୁ ଏମସିସିରେ ପକା ଯାଇ ଖତ ତିଆରି କରାଯିବ। ସହରରେ ମକାପୁଟ ମୁଖ୍ୟଡମ୍ପିଂ ୟାର୍ଡ ସହ ଗୋଡ଼ିଆ ଧୋବା ସହି ଓ କୁମ୍ଭାରସାହିରେ ଗୋଟିଏ ଲେଖାଏଁ ଏମଆରଏଫ୍ଓ  ଏମସିସି ୟୁନିଟ୍ ରହିଛି। ଏହି ୪ଟି ୟୁନିଟ ଦ୍ବାରା ଗତ ତିନି ବର୍ଷରେ ୪୦ଟନ୍ ‘‘ମୋ ଖତ’’ ବାହାରିଥିଲା।

ଏହି ମୋ ଖତ ବାବଦରେ ୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ସରକାରୀ ବିଭାଗ ଯଥା କୃଷି, ଉଦ୍ୟାନ, ବନ, ବ୍ଲକ ସହ ବିଭିନ୍ନ ନର୍ସରୀରେ ବିକ୍ରୀ କରାଯାଇଥିବା ଉଭୟ କହିଛନ୍ତି। ଏନଜିଟିର ନିର୍ଦ୍ଦେଶ ଅନୁଯାୟୀ  ମକାପୁଟ ମୁଖ୍ୟଡମ୍ପିଂୟାର୍ଡ ସହ ସବୁ ଡମ୍ପିଂୟାର୍ଡକୁ ବନ୍ଦ କରାଯିବ। ସହରରୁ ସଂଗ୍ରହ କରାଯାଉଥିବା ମଇଳାକୁ ତୁରନ୍ତ ଏମଆରଏଫ୍ଓ  ଏମସିସି ୟୁନିଟ୍ରେ ପକାଇବା ସହ ବାଇଓ ମାଇନିଂ କରାଯିବ ବୋଲି କହିଛନ୍ତି । ଡ୍ରୋନ ରିପୋର୍ଟ ସଂପୁର୍ଣ୍ଣ ଆସିବା ପରେ ୩ଏକର ଜମିରେ କେତେ ପରିମାଣର ମଇଳା ଜମା ହୋଇ ରହିଛି ତାହାକୁ ତର୍ଜମା କରି ୫୦ହଜାର ମେଟ୍ରୀକ ଟନ୍ ରହିଥିଲେ ମିଶନଶକ୍ତି ଯୋଜନା ଦ୍ବାରା ମହିଳା ଏସଏଚଜିଙ୍କୁ ଏହି କାମ ଦିଆଯିବ। ଯଦି ଏହାର ପରିମାଣ ଅଧିକା ରହିଥିଲେ ଟେଣ୍ଡର କରି  କୌଣସି ଠିକା ସଂସ୍ଥାକୁ ଏହି କାମ ଦିଆଯିବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାନିଟାରୀ ଏକ୍ସପାର୍ଟ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।