ରାଜ୍ୟ

ମୟୂରଭଞ୍ଜରେ ପାରଦ ତଳମୁହାଁ: ଘନକୁହୁଡ଼ି ଓ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ

ବାରିପଦା: ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାରେ ସପ୍ତାହେ ହେଲା ଅସହ୍ୟ ଶୀତ ଲହରି ଲାଗି ରହିଛି। ଦିନତମାମ କୋହଲା ପାଗ ସାଙ୍ଗକୁ ରାତିରେ ହାଡ଼ଭଙ୍ଗା ଜାଡ଼ ଜନଜୀବନକୁ ଏକପ୍ରକାର ଅସ୍ତବ୍ୟସ୍ତ କରି ପକାଇଛି। ମୁଖ୍ୟତଃ ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତର ଅଞ୍ଚଳ ସହ ବାରିପଦା, ଯଶିପୁର, କରଞ୍ଜିଆ, ବିଶୋଇ, ଶୁକୃଳି, ଠାକୁରମୁଣ୍ଡା, ତିରିଂ, ବହଳଦା ଆଦି ବ୍ଲକ୍‌ରେ ଶୀତର ପ୍ରକୋପ ଅଧିକ ରହୁଥିବା ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଶିମିଳିପାଳର ନଅଣା, ଗୁଡ଼ୁଗୁଡ଼ିଆ, ବରେହିପାଣି, କିଆଝରି ଓ ରାମତୀର୍ଥରେ ତାପମାତ୍ରା ୬ରୁ ୧୦ ଡିଗ୍ରି ମଧ୍ୟରେ ରହିଥିବା ବେଳେ ରାତିରେ ଉପର ବାର୍‌ହାକାମୁଡ଼ାଠାରେ ତାପମାତ୍ରା ଶୂନ ଡିଗ୍ରିକୁ ଖସି ଆସିଥିଲା। ଆଜି (ମଙ୍ଗଳବାର) ସକାଳେ ଏହି ଅଞ୍ଚଳରେ ମାଟି ଉପରେ ବରଫର ପତଳା ଆସ୍ତରଣ ଜମିଥିବା ଦେଖିବାକୁ ମିଳିଥିଲା।

ଗତ ୧୨ ତାରିଖ ରାତିରେ ବାର୍‌ହାକାମୁଡ଼ାରେ ଚଳିତବର୍ଷ ପ୍ରଥମ ଥର ପାଇଁ ଶୂନ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ପାରଦ ତଳମୁହାଁ ହେଉଥିବାରୁ ଶିମିଳିପାଳ ଭିତରେ ଓ ପାଦଦେଶରେ ଥିବା ଗ୍ରାମର ଲୋକମାନେ ଭାରି ଦହଗଞ୍ଜ ହେଉଛନ୍ତି। ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ବେଳେ ଲୋକମାନେ କାଠଗଣ୍ଡି ଜାଳି ନିଆଁ ଚାରିପଟେ ବସି ରହୁଛନ୍ତି। ହାଡ଼ଭଙ୍ଗା ଶୀତ ସହିତ ଦିନ ୯ଟା ଯାଏ ଘନ କୁହୁଡ଼ି ଲାଗି ରହିବା ଫଳରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ଆଉ କିଛି ଦିନ ଏମିତି ସ୍ଥିତି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।