ଦେଶ ବିଦେଶ ମନୋରଞ୍ଜନ ରାଜନୀତି ସ୍ୱାସ୍ଥ୍ୟ

ରାଜନୀତିରେ ଯୋଗଦେବେନି ରଜନୀକାନ୍ତ, କହିଲେ- “ଦେହ ଖରାପ ହେବା ଭଗବାନଙ୍କ ଚେତାବନୀ ଥିଲା”

ନୂଆଦିଲ୍ଲୀ ୨୯।୧୨: ରାଜନୀତିକୁ ନା । ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ଏକ ବୟାନ ଜାରି କରି ରଜନୀକାନ୍ତ ଏହି ଘୋଷଣା କରିଛନ୍ତି । ଦଳ ନଢିବା ସହ ନିର୍ବାଚନ ମଧ୍ୟ ଲଢିବେ ନାହିଁ । ବରଂ ଲୋକଙ୍କ ପାଇଁ କାମ ଜାରି ରଖିବେ । ମେଡିକାଲକୁ ଡିସଚାର୍ଜ ହୋଇ ଘରକୁ ଫେରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରଜନୀକାନ୍ତ । ଏହାସହିତ ନିଜ ଫ୍ୟାନ୍ସମାନଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି । ରାଜନୀତିରେ ପ୍ରବେଶ କରିବା ପାଇଁ ନିଜ ସମର୍ଥକମାନଙ୍କୁ ଦେଇଥିବା ନିଷ୍ପତ୍ତି ରଖିନପାରିବାରୁ କ୍ଷମା ମଧ୍ୟ ମାଗିଛନ୍ତି ।

ରଜନୀକାନ୍ତ ନିଜ ବୟାନରେ କହିଛନ୍ତି ଯେ, କିଛି ଦିନ ତଳେ ମୋର ଦେହ ଖରାପ ହୋଇଥିଲା । ଯାହାକି ଭଗବାନଙ୍କର ଚେତାବନୀ ଥିଲା କି ମୁଁ ରଜନୀତିରେ ପ୍ରବେଶ କରିବି ନାହିଁ । ଏହାପରେ ମୁଁ ପାର୍ଟି ଗଠନ କରିବି ନାହିଁ କି ରାଜନୀତିରେ ପ୍ରବେଶ କରିବି ନାହିଁ । ଏହାପୂର୍ବରୁ ରଜନୀକାନ୍ତ ଘୋଷଣା କରିଥିଲେ କି ଡିସେମ୍ବର ୩୧କୁ ନିଜର ରାଜନୈତିକ ପାର୍ଟିର ନାମ ଘୋଷଣା କରିବେ । ଯାହାପରେ ତାମିଲନାଡୁ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲେ ।

କିନ୍ତୁ କିଛି ଦିନ ତଳେ ହାଇଦ୍ରାବାଦରେ ଫିଲ୍ମ ସୁଟିଂ ଚାଲୁଥିଲା , ଏହି ସମୟରେ ହଠାତ୍‌ ତାଙ୍କ ଦେହ ଖରାପ ହୋଇଥିଲା । ରକ୍ତଚାପ ବୃଦ୍ଧି ହେବା ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ ତାମିଲ ସୁପରଷ୍ଟାର ରଜନୀକାନ୍ତ। ଡିସେମ୍ବର ୨୫ରେ ତାଙ୍କୁ ହାଇଦ୍ରାବାଦ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । କିନ୍ତୁ ତାଙ୍କୁ ଘରେ କିଛି ଦିନ ଆରାମ ( ବେଡ୍ ରେଷ୍ଟ) କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ