ରାଜ୍ୟ ସ୍ପେଶାଲ ରିପୋର୍ଟ

ପଦ ଗଲା, ଭୁଲିଗଲେ ସମସ୍ତେ: ଦୟନୀୟ ଅବସ୍ଥାରେ ପୂର୍ବତନ କାଉନ୍‌ସିଲର

ସତ୍ୟବ୍ରତ ପ୍ରଧାନ
ଜଳେଶ୍ବର: ପୂର୍ବତନ କାଉନ୍‌ସିଲର ଏବେ ଦୟନୀୟ ସ୍ଥିତିରେ। ଯିଏ ଦିନେ ୱାର୍ଡସାରା ବୁଲି ଲୋକଙ୍କ ପାଖରେ ପହଞ୍ଚୁଥିଲେ, ବିକାଶମୂଳକ କାମ କରୁଥିଲେ; ଆଜି ସେ ରୋଗରେ ଶଯ୍ୟାଶାୟୀ। ସକାଳୁ ସକାଳୁ ଯାହାଙ୍କ ପାଖରେ ଲୋକଙ୍କ ଧାଡ଼ି ଲାଗୁଥିଲା, ଏବେ ତାଙ୍କୁ ଆହା ପଦେ କହିବା ପାଇଁ କାହା ପାଖରେ ସମୟ ନାହିଁ। କେବଳ ସେତିକି ନୁହେଁ, ଶାସନ ବ୍ୟବସ୍ଥାରେ ଲୋକଙ୍କ ପ୍ରତିନିଧିତ୍ବ କରିଥିବା​ ମଣିଷଟି ପ୍ରତି ପ୍ରଶାସନିକ ଅବହେଳା ବିଡ଼ମ୍ବନାର ବିଷୟ।
୨୦୦୮ ମସିହାରେ ହୋଇଥିଲା ମ୍ୟୁନିସିପାଲିଟି ନିର୍ବାଚନ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ନନ୍ଦିକାର ଅନ ହେମ୍ବ୍ରମଙ୍କ ପୁଅ ସମରାୟ ୧୩ ନମ୍ବର ୱାର୍ଡ କାଉନ୍‌ସିଲର ପଦ ପାଇଁ ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ। ଲୋକପ୍ରିୟତା ଯୋଗୁଁ ସେ ସହଜରେ ବିଜୟୀ ହେଲେ। ଦାୟିତ୍ବ ଗ୍ରହଣ କରିବା ପରେ ୱାର୍ଡସାରା ବୁଲି ଲୋକଙ୍କ ପାଖରେ ପହଞ୍ଚିଥିଲେ ଏବଂ ବିକାଶମୂଳକ କାମ କରିଥିଲେ। ତାଙ୍କ ସମୟରେ ଅନେକ ରାସ୍ତା ନିର୍ମାଣ ହୋଇଥିଲା। ସେହିପରି ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଶତାଧିକ ଲୋକ ଭତ୍ତା ଓ ରାସନ୍‌ କାର୍ଡ ପାଇଥିଲେ। ତାଙ୍କୁ କିଏ ଭାଇ ତ କିଏ ସାର୍‌ ଡାକୁଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି କରୁଥିଲେ। ହେଲେ ପଦ ଯିବା ପରେ ସମରାୟ ସମସ୍ତଙ୍କ ପାଇଁ ଅଲୋଡ଼ା ପାଲଟିଗଲେ। ଅର୍ଥାଭାବ ସାଙ୍ଗକୁ ଟିବି ରୋଗର ଜ୍ବାଳା ତାଙ୍କୁ ତଳିତଳାନ୍ତ କରିପକାଇଛି। ସମରାୟ ଚଲାବୁଲା କରିପାରୁ ନାହାନ୍ତି।

ଭତ୍ତା, ଜମିପଟ୍ଟା ଓ ଆବାସ ସ୍ବପ୍ନ
ପଲିଥିନ୍‌ ଘୋଡ଼ା ଘରେ ଅସହାୟ ପରିବାର
ଚଲାବୁଲା କରିବା ପାଇଁ ଅକ୍ଷମ
ଔଷଧ ଖାଇବାକୁ ବି ପାଖରେ ଟଙ୍କା ନାହିଁ
ସହାୟତା ଦେବାକୁ ଅନୁରୋଧ କଲେ ପଡ଼ୋଶୀ

ଶରୀର ନିସ୍ତେଜ, ଜରାଜୀର୍ଣ୍ଣ। ପରିବାର ସହ ପଲିଥିନ୍ ଘୋଡ଼ା ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି। ପରିବାର କହିଲେ, ୮୦ ବର୍ଷ ବୟସ୍କ ମାଆ ସୁଗୀ, ସାନପୁଅ ସୁନୀଲ (୧୩) ଏବଂ ବଡ଼ପୁଅ ଲୁବିନ (୧୮)। ପତ୍ନୀ କିଛି ବର୍ଷ ହେଲା ଘର ଛାଡ଼ି କେଉଁଆଡ଼େ ପଳାଇଥିବା ବେଳେ ବଡ଼ପୁଅ ଆନ୍ଧ୍ରପ୍ରଦେଶର ଏକ ଟାଇଲ୍‌ସ କମ୍ପାନିରେ କାର୍ଯ୍ୟ କରୁଛନ୍ତି। ସମରାୟଙ୍କୁ ଏଯାଏ ଦିବ୍ୟାଙ୍ଗ ଭତ୍ତା, ଜମିପଟ୍ଟା କି ଆବାସ; କିଛି ବି ମିଳିନି। ଯାହାକୁ ସିଏ ଓ ତାଙ୍କ ପରିବାର ସଦସ୍ୟ ଚାତକ ପରି ଚାହିଁ ବସିଛନ୍ତି। ଘର ମରାମତି ତ ଦୂରର କଥା, ସମରାୟ ଆବଶ୍ୟକ ଔଷଧ ଖାଇବାକୁ ମଧ୍ୟ ଟଙ୍କା ମିଳୁନି। କାଉନ୍‌ସିଲର ଥିବା ବେଳେ ସକାଳୁ ସକାଳୁ ଯାହାଙ୍କ ପାଖରେ ବିଭିନ୍ନ କାମ ପାଇଁ ଲୋକଙ୍କ ଧାଡ଼ି ଲାଗୁଥିଲା, ଏବେ ତାଙ୍କୁ ଆହା ପଦେ କହିବାକୁ କାହା ପାଖରେ ସମୟ ନାହିଁ। ଦଳୀୟ ନେତାମାନେ ମଧ୍ୟ ସମରାୟଙ୍କୁ ମନେପକାଉ ନାହାନ୍ତି। ଯିଏ ଶାସନ ବ୍ୟବସ୍ଥାରେ ଲୋକଙ୍କ ପ୍ରତିନିଧିତ୍ବ କରିଛନ୍ତି, ତାଙ୍କ ପ୍ରତି ପ୍ରଶାସନ ଘୋର ଅବହେଳା କରିଛି। ଏହା ବିଡ଼ମ୍ବନା ଛଡ଼ା ଆଉ କଣ ହୋଇପାରେ? ତଥାପି ସମରାୟ ଓ ତାଙ୍କ ପରିବାର ସଦସ୍ୟ ସହାୟତାକୁ ଚାହିଁ ବସିଛନ୍ତି। ଏପରି ସମୟରେ ସାହିପଡ଼ିଶା ସହଯୋଗର ହାତ ବଢ଼ାଇବା ପାଇଁ ସରକାରଙ୍କ ସହ ସହୃଦୟ ବ୍ୟକ୍ତିମାନଙ୍କୁ ଅନୁରୋଧ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।