ରାଜ୍ୟ

ନିର୍ବାଚନୀ ଇସ୍ତାହାରରେ ‘ଜଳବାୟୁ ପରିବର୍ତ୍ତନ’ ପ୍ରସଙ୍ଗ ସ୍ଥାନ ପାଉ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଏବେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଲାଣି। ଦେଶ ତଥା ରାଜ୍ୟର ନିର୍ବାଚନରେ ଏହି ପ୍ରସଙ୍ଗଟି ପ୍ରାଥମିକତା ନପାଇଲେ, ଆଗାମୀ ଦିନରେ ମାନବ ସମାଜକୁ ଏକ ବଡ଼ ବିପଦ ମାଡ଼ିଆସିବ। ତେଣୁ ଆସନ୍ତା ନିର୍ବାଚନରେ ପ୍ରତି ଦଳ ଯେଉଁ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବେ, ସେଥିରେ ‘ଜଳବାୟୁ ପରିବର୍ତ୍ତନ’ ପ୍ରସଙ୍ଗଟି ଗୁରୁତ୍ବ ପାଉ। ପ୍ରତି ଦଳ ‘ଜଳବାୟୁ ସେଲ୍‌’ ଖୋଲନ୍ତୁ। ନିର୍ବାଚନରେ ପ୍ରାର୍ଥୀ ହେଉଥିବା ବ୍ୟକ୍ତିଙ୍କ ପାଇଁ ଜଳବାୟୁ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରାଯାଉ।
ବକୁଳ ଫାଉଣ୍ଡେସନ୍‌ରେ ଏ ସଂକ୍ରାନ୍ତରେ ହୋଇଥିବା ଏକ ଆଲୋଚନାଚକ୍ରରେ ଏପରି ମତପ୍ରକାଶ ପାଇଛି। ବକୁଳ ଫାଉଣ୍ଡେସନ୍‌ର ସୁଜିତ ମହାପାତ୍ର, ସୋକ୍ରାଟସ୍‌ ଫାଉଣ୍ଡେସନ୍‌ର ଦେବଜିତ ମିତ୍ର, ସମ୍ବାଦର ଉପମହାପ୍ରବନ୍ଧକ(ବାର୍ତ୍ତା) ଭବାନୀ ଶଙ୍କର ତ୍ରିପାଠୀ ଓ ବିଜେପି ନେତା ଭୃଗୁ ବକ୍ସିପାତ୍ର ମିଳିତ ଭାବେ ଏହି ବୈଠକ ଡାକିଥିଲେ। ବିଭିନ୍ନ ରାଜନୈତିକ ଦଳ, ଗଣମାଧ୍ୟମ, ଶିକ୍ଷାନୁଷ୍ଠାନ ଓ ସ୍ବେଚ୍ଛାସେବୀ ସଂସ୍ଥାର ପ୍ରତିନିଧିଙ୍କ ସମେତ ବକୁଳ ଫାଉଣ୍ଡେସନ୍‌ର ଯୁବ ସ୍ବେଚ୍ଛାସେବୀମାନେ ଏଥିରେ ସାମିଲ ହୋଇଥିଲେ। ତିନି ପ୍ରମୁଖ ରାଜନୈତିକ ଦଳର ଇସ୍ତାହାର କମିଟିର ସଦସ୍ୟ ବିଜେଡିର ଅମର ପଟ୍ଟନାୟକ, କଂଗ୍ରେସର ବିସ୍ମୟ ମହାପାତ୍ର ଓ ବିଜେପିର ପୃଥ୍ବୀରାଜ ହରିଚନ୍ଦନ ଆଲୋଚନାରେ ମତ ରଖିଥିଲେ। ଧରିତ୍ରୀର ସମ୍ପାଦକ ତଥାଗତ ଶତପଥୀ ଯୋଗ ଦେଇ ଏପରି ପ୍ରସ୍ତାବକୁ ସମର୍ଥନ ଦେଇଥିଲେ।

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ଚିନ୍ତାଧାରା ଓ କାର୍ଯ୍ୟକୁ ରାଜନୈତିକ ମନୋଭାବ ଓ ପରବର୍ତ୍ତୀ ନିର୍ବାଚନରେ ​​ଏକୀଭୂତ କରିବା ପାଇଁ ବିଭିନ୍ନ କ୍ଷେତ୍ରରୁ ନେତାଙ୍କ ମତାମତ ଆଣିବାକୁ ଏହା ଏକ ପ୍ରୟାସର ଆରମ୍ଭ ଥିଲା। ଏହାର ଆବଶ୍ୟକତା ଉପରେ ସହମତି ହୋଇଥିଲା। ‌ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଯେ ଜଳବାୟୁ ପରିବର୍ତ୍ତନର ଭାଷା କିପରି ବଦଳାଯିବ, ଯାହା ଦ୍ବାରା କି ଏହା କେବଳ ନିର୍ଦ୍ଦିଷ୍ଟ ବର୍ଗର ପ୍ରସଙ୍ଗ ନ ହୋଇ ସାଧାରଣ ଜନତା‌ଙ୍କ ସାମୂହିକ ପ୍ରସଙ୍ଗ ହୋଇପାରିବେ। ସେମାନେ ଦୈନନ୍ଦିନ ଜୀବନରେ ଭୋଗୁଥିବା ସମସ୍ୟାଗୁଡ଼ିକର ଜଳବାୟୁ ପରିବର୍ତ୍ତନ ସହ କିପରି ସଂପୃକ୍ତି ରହିଛି, ତାହାକୁ ବୁଝାଇବାକୁ ପଡ଼ିବ। ରା‌ଜନୈତିକ ଦଳଗୁଡ଼ିକର ନିର୍ବାଚନୀ ଇସ୍ତାହାରରେ ଦାରିଦ୍ର୍ୟ, ସ୍ଥାନାନ୍ତରଣ, ଧର୍ମ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଭୋଟରମାନଙ୍କୁ ଭାବପ୍ରବଣ କରିଥାଏ। ତେଣୁ ଏହିସବୁ ପ୍ରସଙ୍ଗ ସହ ଜଳବାୟୁ ପରିବର୍ତ୍ତନକୁ ସାମିଲ କରିବା ପାଇଁ ଆଲୋଚକମାନେ ମତ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।