ତିରୁଅନନ୍ତପୁରମ୍: ନିକଟରେ କେରଳ ହାଇକୋର୍ଟ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି। ପୀଡ଼ିତାଙ୍କର ନାବାଳକ ଭାଇ ସହ ଅନୈତିକ ସମ୍ପର୍କ ଥିଲା। କୋର୍ଟ କହିଛନ୍ତି ଯେ ଗର୍ଭାବସ୍ଥା ୩୪ ସପ୍ତାହରେ ପହଂଚି ସାରିଥିବାରୁ ଏବଂ ଭ୍ରୂଣ ବର୍ତ୍ତମାନ ସମ୍ପୂର୍ଣ୍ଣ ବିକଶିତ ହୋଇଥିବାରୁ ଗର୍ଭପାତ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ। ଗର୍ଭରେ ୩୪ ସପ୍ତାହରେ ପହଂଚିସାରିଥିବା ଏହି ଭ୍ରୂଣ ଏବେ ଗର୍ଭ ବାହାରେ ଜୀବନ ପାଇଁ ପ୍ରସ୍ତୁତ ହୋଇ ସମ୍ପୂର୍ଣ୍ଣ ବିକଶିତ ହୋଇଛି। ଏହି ସମୟରେ ଗର୍ଭପାତ ଅସମ୍ଭବ ନ ହେଲେ ମଧ୍ୟ ଅନୁଚିତ। ତେଣୁ ନିଶ୍ଚିତ ଭାବେ ଶିଶୁଜନ୍ମ ପାଇଁ ଅନୁମତି ଦେବାକୁ ପଡ଼ିବ ବୋଲି ହାଇକୋର୍ଟ କହିଛନ୍ତି।
୧୨ ବର୍ଷୀୟା ବାଳିକାର ୩୪ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେନି କେରଳ ହାଇକୋର୍ଟ