ରାଜ୍ୟ

ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ମାରିଦେଲେ ୬ ସାଙ୍ଗ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ପତ୍ରାପାଲି ବଜାର ପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ହେଲେ ସେହି ଗାଁର ବିପିନ ଭୋଇ (୨୫)। ସୂଚନା ପାଇ ଲଇକେରା ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ୬ ଜଣଙ୍କୁ ଅଟକ ରଖିଛି। ସେପଟେ ସାଇନ୍ଟିଫିକ ଟିମ୍ ଘଟଣସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ଘଟଣାସ୍ଥଳରେ ହତ୍ୟାରେ ବ୍ୟବହୃତ ଠେଙ୍ଗା ଏବେ ବି ପଡ଼ିରହିଛି। ସୂଚନା ଅନୁସାରେ ଗ୍ରାମର ବିପିନ ଓ ତାଙ୍କ ସାଙ୍ଗମାନେ ଗତକାଲି ରାତିରେ ପାର୍ଟି କରୁଥିଲେ। ଏହି ସମୟରେ କୌଣସି କଥାକୁ କେନ୍ଦ୍ର କରି ବଚସା ହେବା ପରେ ସାଙ୍ଗମାନେ ହିଁ ବିପିନଙ୍କୁ ପିଟି ପିଟି ମାରି ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।