ରାଜ୍ୟ

ନୀତେଶ ଗଙ୍ଗଦେବ ବିଜେପିରେ ଅଛନ୍ତି ତ?

ସମ୍ବଲପୁର: ନିର୍ବାଚନ ଜିତିବା ପରଠାରୁ ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବଙ୍କର ପ୍ରାୟତଃ ଦେଖା ମିଳୁନାହିଁ। ମଝିରେ କେତେକ ବ୍ୟକ୍ତି ସମ୍ବଲପୁର ଲୋକସଭା ସାଂସଦ ନ‌ିଖୋଜ ଥିବା ନେଇ କାନ୍ଥବାଡ଼ରେ ପୋଷ୍ଟର ଲଗାଇଥିଲେ। ଏବେ ସେ ବିଜେପି‌ରେ ଅଛନ୍ତି କି ନାହିଁ ବୋଲି ଜନସାଧାରଣରେ ଚର୍ଚ୍ଚା ହେଲାଣି। ତାଙ୍କ ଫେସ୍‌ବୁକ୍ ପୋଷ୍ଟରୁ ଏଭଳି କିଛି ମନେ ହେଉଛି। ନୀତେଶଙ୍କ ନାମରେ ଥିବା ଫେସ୍‌ବୁକ୍‌ ଆକାଉଣ୍ଟରୁ ବିଜେଡି ସମର୍ଥନରେ ନିୟମିତ ବ୍ୟବଧାନରେ ବିଭିନ୍ନ ପୋଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି। ସେପଟେ ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ଲୋକସଭା କ୍ଷେତ୍ର ପାଇଁ ଦଳ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି।

ମାନସ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବା ପରେ ନୀତେଶଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରୁ ତାଙ୍କୁ ଅଭିନନ୍ଦନ ଜଣାଇ ଏକ ପୋଷ୍ଟ କରାଯାଇଛି। ମାନସଙ୍କ ଫଟୋ ବି ସେଥିରେ ରହିଛି। ଇଂରାଜୀ ଭାଷାରେ ହୋଇଥିବା ଏହି ପୋଷ୍ଟରେ ଅବଶ୍ୟ କେତେକ ଭାଷାଗତ ତ୍ରୁଟି ରହିଛି। ତେଣୁ ସେ ନିଜେ ଏହାକୁ ପୋଷ୍ଟ କରିଛନ୍ତି ନା ଆଉ କ’ଣ ସେ ଦ୍ବନ୍ଦ୍ବ ହଟିନି। ଦେବଗଡ଼ର ରାଜାସାହେବ ନୀତେଶଙ୍କ ଏହି ପୋଷ୍ଟରେ ରାଣୀ ଅରୁନ୍ଧତୀଦେବୀ ଓ ପୁଅ ନମନଙ୍କୁ ବି ଟ୍ୟାଗ୍ କରାଯାଇଛି। ଏଭଳି ପୋଷ୍ଟ ପଛରେ ନୀତେଶ ବିଜେଡିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। େତେବେ ସାଂସଦଙ୍କ ଏଭଳି ଆଭିମୁଖ୍ୟ ସତ୍ତ୍ବେ ବିଜେପି ନେତାମାନେ କେହି ମୁହଁ ଖୋଲୁନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନରେ ନୀତେଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ନଳିନୀକାନ୍ତ ପ୍ରଧାନଙ୍କ ଠାରୁ ୯୧୬୨ ଭୋଟ ଅଧିକ ପାଇ ବିଜୟୀ ହୋଇଥିଲେ। ସେ ପ୍ରଥମ ଥର ସଂସଦରେ ପାଦ ଥାପିଥିଲେ। ତେବେ, ତାଙ୍କ ବିଜୟ ସହିତ ବିଜେପି ମଧ୍ୟ ଏକ ନୂଆ ରେକର୍ଡ କରିଥିଲା। ସମ୍ବଲପୁର ଲୋକସଭା ଆସନ ଇତିହାସରେ ପ୍ରଥମ ଥର ପାଇଁ ବିଜେପି ନିର୍ବାଚନ ଜିତିଥିଲା। ହେଲେ ଏବେ ତାଙ୍କ ବିରୋଧରେ ରହିଥିବା ଜନ ଅସନ୍ତୋଷ ଆଗାମୀ ନିର୍ବାଚନରେ ବିଜେପିକୁ ଅଡ଼ୁଆରେ ପକାଇ ପାରେ ବୋଲି ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ଆମ ଦେବଗଡ଼ ପ୍ରତିନିଧି ନୀତେଶଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ଏହି ପୋଷ୍ଟ କରିନାହାନ୍ତି କି ଏଭଳି କିଛି ପୋଷ୍ଟ ହୋଇଥିବା ସଂକ୍ରାନ୍ତରେ ଜାଣିନାହାନ୍ତି ବୋଲି କହିଥିଲେ। ନୀତେଶ ଜାଣିଶୁଣି ପୋଷ୍ଟ କରିବା ପରେ ଏବେ ମନା କରୁଛନ୍ତି ନା ତାଙ୍କ ଅଗୋଚରରେ ଅନ୍ୟ କେହି ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟ ଚଳାଉଛି ତାହା ଅନୁସନ୍ଧାନସାପେକ୍ଷ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।