ରାଜ୍ୟ

ଇତିହାସ ପୃଷ୍ଠାରୁ: ମହତାବଙ୍କ ବିଦାୟରେ ଆଶ୍ବସ୍ତ ହେଲେ ନୀଳକଣ୍ଠ

‘ସ୍ମୃତି ଓ ଅନୁଭୂତି’ ପୁସ୍ତକରେ ନୀଳମଣି ଲେଖିଛନ୍ତି, ‘‘୧୯୩୬-୩୭ ମସିହାରେ କଂଗ୍ରେସ ରାଜନୀତିରେ ପଣ୍ଡିତ ନୀଳକଣ୍ଠ ଦାସଙ୍କର ଯେଉଁ ପ୍ରଭାବ ଓ ପ୍ରତିଷ୍ଠା ଥିଲା ସେ ଯଦି ୧୯୩୭ ମସିହା ବ୍ୟବସ୍ଥାସଭାକୁ ଆସିବାକୁ ଚାହିଥାଆନ୍ତ ତାଙ୍କୁ କେହି ଅଟକାଇ ପାରିନଥା’ନ୍ତେ। ସେ ବ୍ୟବସ୍ଥାସଭାକୁ ଆସିଥିଲେ ନିଶ୍ଚିତ ଭାବରେ ଦଳପତି ହୋଇ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ। ଅଧିକ ସମୟ ଦେଇ କଂଗ୍ରେସକୁ ଜୟଯୁକ୍ତ କରିବାପାଇଁ ସେ ନିର୍ବାଚନରେ ଛିଡ଼ା ନହୋଇ ଅନ୍ୟମାନଙ୍କୁ ଜିତେଇବାରେ ସାହାଯ୍ୟ କରିଥିଲେ। କିନ୍ତୁ ଓଡ଼ିଶାର ନିର୍ବାଚନରେ କଂଗ୍ରେସ ଖୁବ୍ ଅଧିକ ସଂଖ୍ୟାରେ ବ୍ୟବସ୍ଥାସଭାର ଆସନ ଦଖଲ କରିବା ଦେଖି ପଣ୍ଡିତ ଦାସଙ୍କ ବିରୋଧରେ ଏକ ରାଜନୈତିକ ଷଡ଼୍‌ଯନ୍ତ୍ରର ସୂତ୍ରପାତ ହେଲା। ସେ ଚକ୍ରାନ୍ତ ଏପରି ଅବସ୍ଥା ସୃଷ୍ଟି କରିଥିଲା ଯେ ସେ ଆମ ପ୍ରଦେଶରେ ପ୍ରଧାନମନ୍ତ୍ରୀ ତ ହୋଇପାରିଲେ ନାହିଁ, ଆହୁରି କେତେକ ପଦବିରୁ ମଧ୍ୟ ତାଙ୍କୁ ବଞ୍ଚିତ ହେବାକୁ ପଡ଼ିଥିଲା। ସେଥିପାଇଁ ତାଙ୍କ ମନରେ ସ୍ବାଭାବିକ ଅବସୋସ ରହିଯାଇଥିଲା। ଦିନେ ସେ ତାଙ୍କ ମନକଥା ଯେପରି ଭାବରେ ମୋ ଆଗରେ ପ୍ରକାଶ କରିଥିଲେ ଏଠାରେ ତାହା ଉଲ୍ଲେଖ ନ କରି ରହିପାରୁନାହିଁ। ୧୯୬୦ ମସିହାରେ ସେ ଥିଲେ ଓଡ଼ିଶା ବିଧାନସଭାର ବାଚସ୍ପତି।

ଡକ୍ଟର ହରେକୃଷ୍ଣ ମହତାବ ଥିଲେ କଂଗ୍ରେସ-ଗଣତନ୍ତ୍ର ପରିଷଦର ମିଳିତ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ। କଂଗ୍ରେସ ଭିତରେ ମହତାବ ଓ ବିଜୁ ପଟ୍ଟନାୟକଙ୍କ ମଧ୍ୟରେ ମତାନ୍ତର ଘଟିବାରୁ ମହତାବ ଇସ୍ତଫା ଦେଇଥିଲେ। ସେତିକିବେଳେ ରାଜ୍ୟ କଂଗ୍ରେସର ନେତୃତ୍ୱ ବିଜୁ ପଟ୍ଟନାୟକଙ୍କ ହାତକୁ ଗଲା। ମନ୍ତ୍ରିମଣ୍ଡଳ ଭାଙ୍ଗିବା ଦିନ ବିଧାନସଭା ଗୃହରେ ବାଚସ୍ପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ସହିତ ମୋର ଦେଖାହେଲା। ସେ ମୋତେ ପାଖକୁ ଡାକି କହିଲେ, ‘ନୀଳମଣି ! ଗୋଟିଏ କଥା କହୁଛି ଶୁଣ। ମୁଁ ଆଜି ତୃପ୍ତିଲାଭ କରିଛି। ତୁମେ ହୁଏତ ସବୁ କଥା ଜାଣି ନଥିବ। ଆମ୍ଭମାନଙ୍କର ରାଜନୈତିକ ହତ୍ୟା ଏହି ମହତାବ କରିଛି – ମୋର ଏବଂ ଗୋଦାବରୀଶ ମିଶ୍ରର। ଆମେସବୁ ଥିଲୁ ଭଦ୍ରଲୋକ, ତେଣୁ ମାନେ ମାନେ ରହିଗଲୁ। ଆଜି ମୁଁ ଖୁସି ଯେ ମହତାବ ଏବେ ଗୋଟିଏ ଜବରଦସ୍ତ ଲୋକ ହାବୁଡ଼ରେ ପଡ଼ିଛି। ସେ ବିଜୁ ପଟ୍ଟନାୟକ ତା’ ବେକକୁ ମୋଡ଼ି ଧରିଛି। ସେଥିରୁ ଆଉ ଉଦ୍ଧାର ପାଇବାର ଶକ୍ତି ତା’ର ନାହିଁ..।’ ସରଳବିଶ୍ବାସୀ ପଣ୍ଡିତଜୀଙ୍କର କୋମଳ ହୃଦୟରୁ ପୂର୍ବର ଦାରୁଣ ଆଘାତର ଦାଗ ନିଭି ନଥିଲା। ସେ ହୁଏତ ଧର୍ମ ଅଛି ବୋଲି ମନେ ମନେ କହି ଆଶ୍ବସ୍ତିର ନିଃଶ୍ୱାସ ମାରିଥିଲେ..।’’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।