ରାଜ୍ୟ

ବାହାଘର ଭୋଜି ଖାଇ ଜଣେ ମୃତ, ୨୦ରୁ ଅଧିକ ଗୁରୁତର

ସୁନ୍ଦରଗଡ଼: ବାହାଘର ଭୋଜି ଖାଇ ଜଣଙ୍କର ମୃତ୍ୟୁ ହେବା ସହ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ସନ୍ଦେହ ଉପୁଜିଛି। ସୁନ୍ଦରଗଡ଼ ସବଡ଼େଗା ବ୍ଲକ ଦେଓଗାଁରେ ଅଘଟଣ ଘଟିଛି। ମୃତକ ହେଲେ ଦୀପକ ମିଞ୍ଜ।

ସୂଚନା ଅନୁଯାୟୀ, ଗତ ମାସ ୨୭ ତାରିଖରେ ଗାଁର ବିନିତ ତିର୍କୀଙ୍କ ବିବାହ ଉତ୍ସବ ଥିଲା। ଏଥିରେ ସମସ୍ତେ ମାଂସ ଖାଇଥିଲେ। ପରେଜଣକ ପରେ ଜଣେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସଂଖ୍ୟା ୩୦ରେ ପହଞ୍ଚିବା ଓ ୨୯ ତାରିଖରେ ଜଣଙ୍କର ମୃତ୍ୟୁ ହୋଇଥିବାରୁ ଆତଙ୍କ ଖେଳି ଯାଇଛି।  ରାଉରକେଲା ଅଞ୍ଚଳରୁ ଭୋଜିରେ ସାମିଲ ହୋଇଥିବାରୁ ହଇଜା ସଂକ୍ରମଣ କଥା ବି ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।