ରାଜ୍ୟ

ରାଜ୍ୟରେ ଆଉ ୨ କୋଭିଡ ଆକ୍ରାନ୍ତ ଚିହ୍ନଟ: ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା।
ଏଣେ ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋଭିଡ ଟେଷ୍ଟିଙ୍ଗ ବଢ଼ିଛି। ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି, ମେଡିକାଲରେ କେହି ନାହାଁନ୍ତି। ତେଣୁ ଆତଙ୍କିତ ହେବାର ନାହିଁ। ଆଗକୁ ବଢ଼ିବା ନେଇ ସ୍ଥିତି ଅନୁଧ୍ୟାନ କରାଯାଉଛି। ଜାତୀୟସ୍ତରୀୟ ତଥ୍ୟ ଅନୁସାରେ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ୯୨% ରୁ ଉର୍ଦ୍ଧ୍ବ ହୋମ ଆଇସୋଲେସନରେ ଅଛନ୍ତି, ଆଉ ଯେଉଁମାନେ ମେଡିକାଲରେ ଆଡମିଟ ହେଉଛନ୍ତି ଓ ମେଜରିଟି ଡେଥ ମଧ୍ୟ କୋମଅର୍ବିଟ କଣ୍ଡିସନ ପାଇଁ ହୋଇଛି। କୋଭିଡ ପାଇଁ ମେଡିକାଲରେ ଆଡମିଟ ହେବା ବହୁତ କମ। ବଢ଼ିବ ନ ବଢ଼ିବ ଏବେ କହିହେବନି। ସ୍ଥିତି ଉପରେ ନଜର ରଖାଯାଇଛି। ଯଦି ବଢ଼େ, ତେବେ ଭୟାବହତା ଆଶଙ୍କା କମ୍।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।