ରାଜ୍ୟ

ମନରେଗାରେ ମହାଦୁର୍ନୀତି: ଖାଇଗଲେ ୧.୨୩ କୋଟି!

ବାରିପଦା: ବର୍ଷକୁ ଅତି କମରେ ୧୦୦ ଦିନର କାମ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମହାତ୍ମାଗାନ୍ଧି କର୍ମ ନିଯୁକ୍ତି ଯୋଜନା (ମନରେଗା)। ମାତ୍ର ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନା ଆରମ୍ଭରୁ ଝୁଣ୍ଟି ହେଉଛି। ଜିଲ୍ଲାରେ ମୋଟ୍ ୩ ଲକ୍ଷ ୩୨ ହଜାର ଜବ୍‌କାର୍ଡଧାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୮ ହଜାର ଜବକାର୍ଡଧାରୀ ନିୟମିତ କାମ କରୁଛନ୍ତି। ବାକି ୧ ଲକ୍ଷ ୫୪ ହଜାର ଜବକାର୍ଡଧାରୀ କାମ କରୁ ନାହାନ୍ତି। କାମ କରୁ ନଥିବା ଜବ୍‌କାର୍ଡଧାରୀଙ୍କ ମଧ୍ୟରେ ସମସ୍ତେ ଶ୍ରମିକ ନୁହନ୍ତି। ଏହି ହରିଲୁଟ୍‌ ସଂପର୍କରେ ଅଭିଯୋଗକ୍ରମେ ତଦନ୍ତ ହେଲା, ମାତ୍ର ଏଯାଏ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି।

୨୦୨୦-୨୧ରେ କୋଭିଡ୍ ବେଳେ ଶ୍ରମିକଙ୍କ ପାଇଁ ଦିନକ ମଜୁରି ସହ ଅତିରିକ୍ତ ୫୦ ଟଙ୍କା ଦେବାର ବ୍ୟବସ୍ଥା ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାକୁ ପ୍ରାୟ ୭ କୋଟି ୪୫ ଲକ୍ଷ ୩୨୪ ଟଙ୍କା ପ୍ରଦାନ କରାଯାଇଥିଲା। କାମ କରୁ ନଥିବା ଜବ୍‌କାର୍ଡଧାରୀଙ୍କ ଆକାଉଣ୍ଟରେ ଅତିରିକ୍ତ ଟଙ୍କା ଜମା ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଏଭଳି ଅଭିଯୋଗ ହେବା ପରେ ତନାଘନା ଆରମ୍ଭ ହୋଇଥିଲା। କୋଭିଡ୍‌ ଅତିରିକ୍ତ ଟଙ୍କା ଜମା ହୋଇଥିବା ସମସ୍ତ ଜବ୍‌କାର୍ଡଧାରୀ ଶ୍ରମିକ ନୁହନ୍ତି ବୋଲି ଜଣାପଡ଼ିଥିଲା। ଏଥିରେ ୧ କୋଟି ୨୩ ଲକ୍ଷ ଟଙ୍କା ହେରଫେର ହୋଇଥିବା ସ୍ବତନ୍ତ୍ର ଅଡିଟ୍‌ରୁ ପଦାକୁ ଆସିଲା।

ଏନେଇ ସରକାରଙ୍କ ନିର୍ଦ୍ଦେଶ ପରେ ଏକ ଟିମ୍ ଗଠନ କରାଯାଇ ଏହାର ତଦନ୍ତ କରାଯାଇଥିଲା। ଏହା ଭିତରେ ୨ ବର୍ଷ ବିତିଗଲାଣି, କିନ୍ତୁ ଏଯାଏ କାର୍ଯ୍ୟାନୁଷ୍ଠାନ ଶୂନ। କୁଆଡ଼େ ବଡ଼ ମୁଣ୍ଡ ଗଡ଼ିବ ବୋଲି କାର୍ଯ୍ୟାନୁଷ୍ଠାନରେ ବ୍ରେକ୍‌ ଲାଗିଥିବା ଆଲୋଚନା ହେଉଛି। ତେବେ ଏନେଇ ଜିଲ୍ଲା ପ୍ରଶାସନ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ହେରଫେର ଟଙ୍କା ଆଦାୟ କରିବା ନିମନ୍ତେ ପଦକ୍ଷେପ ନେବ‌ାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏନେଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ବାଇଁଙ୍କୁ ପଚାରିବାରୁ ଏବାବଦରେ ଅବଗତ ନଥିବା ସେ କହିଥିଲେ। ତେବେ ଏହା ଜାଣିବା ପରେ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।