ରାଜ୍ୟ ସ୍ପେଶାଲ ରିପୋର୍ଟ

ମୃତ ଲକ୍ଷ୍ମୀ ମାଝୀଙ୍କୁ ନ୍ୟାୟ ଦାବିରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ୬ ଘଣ୍ଟିଆ ରାୟଗଡ଼ା ବନ୍ଦ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ସ୍ଥିତ ମା ଗୃହ ପରିଚାଳିକା ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଗିରଫ କରିବା ଦାବି ନେଇ ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ରାୟଗଡ଼ା ବନ୍ଦ ପାଳନ କରାଯାଉଛି। ଆଜି ସକାଳୁ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିବାର ଦେଖିବାକୁ ମିଳିଛି।

ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼.ଐଶ୍ବର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ସ୍ଥାନୀୟ କପିଳାସ ଛକ ଠାରେ ବିଜେପି କର୍ମୀମାନେ ୩୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ବିଜେପିର ଏହି ବନ୍ଦ ଡାକରାକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ଅବରୋଧ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବି. ଲକ୍ଷ୍ମୀ,କେ. ଅଶ୍ୱିନୀ, ଭାନୁମତି ମୁଦୁଲି ଓ କାଳିରାମ ମାଝୀ ପ୍ରମୁଖଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ଗୃହ ସମ୍ମୁଖ ରୋଗୀମାନଙ୍କ ରୋଷେଇ ଘର ପାଚେରୀ ନିକଟରୁ ଲକ୍ଷ୍ମୀଙ୍କ ଅର୍ଦ୍ଧଦଗ୍ଧ ମୃତଶରୀର ଉଦ୍ଧାର କରାଯାଇଥିଲା।ଖବର ପାଇ ବାପା ବେଲଧର ମାଝି ଓ ପରିବାର ବର୍ଗ ଚନ୍ଦ୍ରପୁରରେ ପଂହଚି ଏ ବାବଦରେ ଥାନାରେ ଏତଲା ଦେବା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଆଲିସା ସଂଗଠନର ନିର୍ଦ୍ଦେଶକ ନରସିଂହ ମହାପାତ୍ର ଲକ୍ଷ୍ମୀକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ବାପା ବେଲଧର ମାଝି ଏତଲାରେ ଉଲ୍ଳେଖ କରିଥିବା ଜଣାପଡିଛି।
ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଜଣାପଡିବା ପରେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବା ପାଇଁ ରାଜ୍ୟ ମହିଳା ବିଜେପି ସଭାନେତ୍ରୀ ଡଃ.ବିଶ୍ୱାଳଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ସଂପାଦିକା ବବିତା ପାତ୍ରଙ୍କ ନେତୃତ୍ୱରେ ସତ୍ୟ ଅନୁସନ୍ଧାନକାରୀ ଦଳ ପହଞ୍ଚି ସ୍ଥାନୀୟ ଲୋକ ତଥା ଡାକ୍ତର, ପୁଲିସଙ୍କ ସହ ଆଲୋଚନା କରି ଫେରିଛନ୍ତି।ରାଜ୍ୟରେ ଏବେ ନାବାଳିକା, ଯୁବତୀ, ମହିଳା କେହି ବି ସୁରକ୍ଷିତ ନ ଥିବା ବେଳେ ଦକ୍ଷିଣ ଓଡିଶାରେ ଏଭଳି ଘଟଣା ଏବେ ଧୀରେଧୀରେ ମୁଣ୍ଡ ଟେକିବାରେ ଲାଗିଛି ବୋଲି ଅଭିଯୋଗ ହୋଇଥିଲା।
ରାୟଗଡା ଜିଲ୍ଳାରେ ମହିଳାମାନଙ୍କ ଉପରେ ଘଟିଥିବା ବିଭିନ୍ନ ଘଟଣାର ଉଦାହରଣ ଦେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚା ଡ. ଐଶ୍ବର୍ଯ୍ୟା. ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଏପରିକି ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀଙ୍କ ଜିଲ୍ଳାରେ ଆଦିବାସୀ ମହିଳା, ଯୁବତୀମାନେ ସୁରକ୍ଷିତ ନ ଥିବା ବେଳେ ଏଠାରେ ଆଇନକୁ କୁଠାରଘାତ କରାଯାଉଛି ବୋଲି ଡ.ବିଶ୍ୱାଳ କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କେ.ଅଶ୍ୱିନୀ, ଜିଲ୍ଳା ଉପସଭାପତି ଅର୍ଚ୍ଚନା ବର୍ମା, ଜିଲ୍ଳା ମହିଳା ମୋର୍ଚ୍ଚା ଉପସଭାପତି ଭାନୁମତି ମୁଦୁଲି, ରେଖାରାଣୀ ନାୟକ, ଜିଲ୍ଳା ସାଧରଣ ସଂପାଦିକା ରଜିତା କାଡ୍ରକା, କୋଷାଧ୍ୟକ୍ଷା ଟି.ଚନ୍ଦ୍ରକଳା, ସଂପାଦିକା ସୀମା ଉପାଧ୍ୟୟ, ଜିଲ୍ଳା ବିଜେପି କମିଟି ସାଧାରଣ ସଂପାଦକ କିଶୋର ଚନ୍ଦ୍ର ପଣ୍ଡା, ଉମେଶ ଖୋସଲା, ଗୋପୀ ଆନନ୍ଦଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।