ରାଜ୍ୟ

ଆସନ୍ତା ନିର୍ବାଚନ ପାଇଁ ବିଜେପି, କଂଗ୍ରେସର ରଣହୁଙ୍କାର

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟର ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିକଟରେ ନିଜ ନିଜର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ଫେରିଛନ୍ତି। ଏହାକୁ ନେଇ ଦୁଇ ଦଳ ନେତା ବେଶ୍‌ ଉତ୍ସାହିତ ଅଛନ୍ତି। ଏଥିସହିତ ନୂଆବର୍ଷ ପରେ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ଲଢ଼େଇ କରିବାକୁ ରଣହୁଙ୍କାର ଦେଇଛନ୍ତି।

ରାଜ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଜାନୁଆରିରେ ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରାଯିବ। ରତ୍ନଭଣ୍ଡାର ଖୋଲିବା, ବିକାଶରେ ଓଡ଼ିଶା ପଛରେ କାହିଁକି, ନାରୀ ନିର୍ଯାତନା, ଶିଶୁ ଚୋରି ଓ ଖଣି ଲୁଟ୍‌କୁ ବିଜେପି ପ୍ରସଙ୍ଗ କରିବ। ନିକଟରେ ବିଧାୟକଙ୍କ ସହ ଆଲୋଚନା ବେଳେ ଜାନୁଆରିରୁ ସଂଘର୍ଷକୁ ଶାଣିତ କରିବା ପାଇଁ ମୋଦୀ ସ୍ପଷ୍ଟ କରିଛନ୍ତି। ସବୁ ସାଙ୍ଗଠନିକ କାମ ଶେଷ କରି ହଳ ପାଇଁ ବିଲକୁ ଓହ୍ଲାଇବୁ। ବର୍ଷା ହେବା କ୍ଷଣି ବିହନ ଗଜା ହେବ। ମୋଦୀ ନିଜେ ଜାନୁଆରିରେ ଆସିବେ ଓ ବିଲ ଦେଖିବେ। ସାର ପକାଇ ବିଲକୁ ଆହୁରି ଉର୍ବର କରିବେ।
ସେହିପରି ଟିକେଟ ବଣ୍ଟନକୁ ନେଇ ଶ୍ରୀ ମିଶ୍ର କହିଛନ୍ତି ଯେ ଟିକେଟ୍‌ ପାଇବାର ପ୍ରମୁଖ ମାପଦଣ୍ଡ ଦେଉଛି ଯିଏ ଦଳ ଓ ସମାଜ ପାଇଁ ସମର୍ପିତ ଥିବ, ପ୍ରାର୍ଥୀଙ୍କ ନାଁରେ ବିଶେଷ ଅଭିଯୋଗ ନ ଥିବ ଓ ଜିତିବାର କ୍ଷମତା ଥିବା ସେହିଭଳି ଲୋକଙ୍କୁ ଟିକେଟ ଦିଆଯିବ। ରାଜ୍ୟର ୨୧ଟି ଲୋକସଭା ଆସନ ଓ ସଂଖ୍ୟା ଗରିଷ୍ଠତା ସହ ରାଜ୍ୟରେ ସରକାର ଗଢ଼ିବା ହେଉଛି ବିଜେପିର ଲକ୍ଷ୍ୟ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଜାନୁଆରିରୁ ସରକାରଙ୍କ ବିରୋଧରେ ଜୋରଦାର ଲଢ଼େଇ : ଜୟନାରାୟଣ
ଜାନୁଆରିରେ ଆସିବେ ମୋଦୀ, ବିଲ ଦେଖିବେ; ସାର ପକାଇ ଆହୁରି ଉର୍ବର କରିବେ
ବହୁ ବିଜେଡି ନେତା କଂଗ୍ରେସର ସଂପର୍କରେ ଅଛନ୍ତି : ଶରତ

ଅପରପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡିର ବହୁ ନେତା ଏବେ କଂଗ୍ରେସର ଯୋଗାଯୋଗରେ ରହିଛନ୍ତି। ଖୁବଶୀଘ୍ର ଅନେକ ବିଜେଡି ନେତା କଂଗ୍ରେସରେ ସାମିଲ ହେବେ। ବିଜେଡି ଫାଟ ଫାଟ ହୋଇଯିବ। ୨୦୨୪ରେ ଓଡ଼ିଶାରେ ବିଜେଡିର ନାମ ନିଶାନ ନଥିବ। ୨୦୨୪ରେ ଶଙ୍ଖ ବାଜିବ ନାହିଁ କି ପଦ୍ମ ଫୁଟିବ ନାହିଁ, କଂଗ୍ରେସର ସୂର୍ଯ୍ୟ ଉଇଁବ। ସବୁ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ। ଛାତ୍ର ଓ ଯୁବକଙ୍କୁ ଡରୁଥିବା ସରକାରର ପତନ ହୋଇଥାଏ। ଆସନ୍ତାକାଲି କଂଗ୍ରେସ ଦଳର ୧୩୮ତମ ପ୍ରତିଷ୍ଠା ଦିବସ ନାଗପୁରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ସହ ପ୍ରଦେଶ କଂଗ୍ରେସ ସଭାପତିମାନେ ସାମିଲ ହେଉଛନ୍ତି। ସେଠାରେ ରଣନୀତି ପ୍ରସ୍ତୁତ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।