ଦେଶ ବିଦେଶ

କାନ୍ଥ ଉପରେ ବାଘ ଦେଖିବାକୁ ଲୋକଙ୍କ ଭିଡ଼

ପିଲିଭିତ: ଉତ୍ତରପ୍ରଦେଶର ପିଲିଭିତ ସ୍ଥିତ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ବାଘ ରାତି ପ୍ରାୟ ୨ଟାବେଳେ ଆଟକୋନା ଗାଁକୁ ପ୍ରବେଶ କରିଥିଲା। ଏହା ଏକ ଗୁରୁଦ୍ୱାରାର ପାଚେରି ଉପରେ ଯାଇ ବସିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେବା ପରେ ସେମାନେ ଜାଲ ସାହାଯ୍ୟରେ ସୁରକ୍ଷା ବଳୟ ସୃଷ୍ଟି କରିଥିଲେ। ଏହାକୁ ଦେଖିବା ପାଇଁ ଲୋକମାନେ ମଧ୍ୟ ଭିଡ଼ ଜମାଇଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ବାଘଠାରୁ ମାତ୍ର କିଛି ମିଟର ଦୂରରେ ସ୍ଥାନୀୟ ଲୋକେ ଜମା ହୋଇଥିଲେ। ଏହି ବାଘର ଝଲକ ଦେଖିବା ପାଇଁ ଅନେକ ଲୋକ ଗୁରୁଦ୍ୱାରା ନିକଟରେ ଥିବା ଘରର ଛାତ ଉପରକୁ ଚଢ଼ିଯାଇଥିବା ବେଳେ ଆଉ କେତେଜଣ ସୁରକ୍ଷା ଜାଲ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଡିସେମ୍ବର ୨୬ରେ ସେୟାର ହେବା ପରେ ଏହାକୁ ୧.୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏପରିକି ଅନେକ ଲୋକ ଭିଡିଓର କମେଣ୍ଟ ସେକ୍ସନରେ ନିଜର ମତାମତ ଦେଇଥିଲେ। କେହି କେହି ବାଘକୁ ତା’ର ପ୍ରାକୃତିକ ବାସସ୍ଥଳୀକୁ ସୁରକ୍ଷିତ ଫେରିବା ଉପରେ ଗୁରୁତ୍ବ ଦେଇଥିବା ବେଳେ ଆଉ କେହି ବାଘଟି ଅସୁସ୍ଥ ଥାଇପାରେ ବୋଲି ଅନୁମାନ କରୁଛନ୍ତି। ବନ ବିଭାଗ ନିଶ୍ଚେତକ ଦେଇ ବାଘଟିକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଛି ଓ ବାଘ ଦ୍ବାରା କେହି ମୃତାହତ ହୋଇନ‌ାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ