ରାଜ୍ୟ

ଅପରେସନ୍‌ ବେଳେ ରୋଗୀଙ୍କୁ ମୁଥ ମାରିଲେ ଡାକ୍ତର; ଭିଡିଓ ଭାଇରାଲ୍‌ ହେବାରୁ ହେଲେ ନିଲମ୍ବିତ

ବେଜିଙ୍ଗ୍‌: ଚୀନ୍‌ର ଏକ ଡାକ୍ତରଖାନାରେ ଅସ୍ତ୍ରୋପଚାର ବେଳେ ଜଣେ ବୟୋବୃଦ୍ଧା ରୋଗୀଙ୍କୁ ମୁଥ ମାରିଥିବା ଘଟଣାରେ ଜଣେ ଡାକ୍ତରଙ୍କୁ ନିଲମ୍ବନ କରାଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ବିବିସି’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ୨୦୧୯ ମସିହାରେ ଚୀନ୍‌ର ଗୁଇଗାଙ୍ଗ୍‌ସ୍ଥିତ ଏକ ଡାକ୍ତରଖାନାରେ ଘଟିଥିଲା। ‘ସର୍ଭିଲେନ୍‌ସ୍‌ କ୍ୟାମେରା’ରେ ଉତ୍ତୋଳିତ ହୋଇଥିବା ଏ ସମସ୍ତ ଘଟଣାକୁ ଡାକ୍ତର ଏଇ ଫେନ୍‌ ଚୀନା ସାମଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ‘ୱେଇବୋ’ରେ ସେୟାର୍‌ କରିବା ପରେ ସଂପ୍ରତି ତାହା ଭାଇରାଲ୍‌ ହୋଇଛି। ସୂଚନାଯୋଗ୍ୟ, ଉହାନ୍‌ରେ କୋଭିଡ୍‌-୧୯ ବ୍ୟାପିଛି ବୋଲି ପ୍ରଥମେ ଯେଉଁ ଡାକ୍ତରମାନେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ ସେମାନଙ୍କ ମଧ୍ୟରୁ ଡାକ୍ତର ଏଇ ଫେନ୍‌ ଅନ୍ୟତମ।

Image Courtesy of Business Insider

ସଂଗୃହୀତ ସୂଚନା ଅନୁସାରେ, ଆଖିରେ ଅସ୍ତ୍ରୋପଚାର କରିବା ଲାଗି ଜଣେ ୮୨ ବର୍ଷୀୟ ବୃଦ୍ଧା ଉକ୍ତ ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତର ତାଙ୍କୁ ‘ଲୋକାଲ୍‌ ଆନାସ୍ଥେସିଆ’ ଦେଇଥିଲେ। କିନ୍ତୁ, ସେ ବୃଦ୍ଧା ତାହା ସହ୍ୟ କରି ନ ପାରିଲେ ନାହିଁ। ଆଞ୍ଚଳିକ କଥିତ ଭାଷାରେ କଥାବାର୍ତ୍ତା କରୁଥିବା ସେ ବୃଦ୍ଧା ମାଣ୍ଡାରିନ୍‌ ଭାଷାରେ ଡାକ୍ତର ଦେଉଥିବା ନିର୍ଦେଶାଳବଳି ବି ବୁଝି ପାରିଲେ ନାହିଁ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଡାକ୍ତରଜଣକ ବୃଦ୍ଧାଙ୍କ ମୁଣ୍ଡରେ ଅନ୍ୟୂନ ୩ ଥର ମୁଥ ମାରିଲେ।

ଡାକ୍ତରଖାନା ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଅସ୍ତ୍ରୋପଚାର ପୂର୍ବରୁ ସେ ରୋଗୀଙ୍କୁ ‘ଆନାସ୍ଥେସିଆ’ ଦିଆଯାଇଥିଲା। କିନ୍ତୁ, ସେ ତାହାକୁ ସହ୍ୟ କରିପାରିଲେ ନାହିଁ। ଅସ୍ତ୍ରୋପଚାର ବେଳେ ମୁଣ୍ଡ ଓ ଆଖିଡୋଳା ହଲାହଲି କଲେ। ଆଖି ଆଡ଼କୁ ହାତ ନେଲେ।  ସେମିତି କଲେ ସଂକ୍ରମଣ ହେବ ବୋଲି  ଡାକ୍ତର ମାଣ୍ଡାରିନ୍‌ ଭାଷାରେ କହୁଥିବା ବ‌େଳେ ରୋଗୀ ଆଞ୍ଚଳିକ କଥିତ ଭାଷାରେ କହୁଥିଲେ। ତେଣୁ, କେହି କାହାରି କଥା ବୁଝି ପାରିଲେ ନାହିଁ। ପରିସ୍ଥିତି ଜଟିଳ ହେବାରୁ ଡାକ୍ତର ସେ ରୋଗୀଙ୍କ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କଲେ।

କିନ୍ତୁ, ଘଟଣାକୁ ଅମାନବୀୟ କହି ଅନ୍‌ଲାଇନ୍‌ରେ ପ୍ରତିବାଦ ପ୍ରବଳ ହେବାରୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଉକ୍ତ ଡାକ୍ତରଙ୍କୁ ନିଲମ୍ବନ କରିଛନ୍ତି। ଡାକ୍ତରଖାନା ମଧ୍ୟ ସେ ବୃଦ୍ଧାଙ୍କୁ କ୍ଷମାଭିକ୍ଷା କରି ଅନୁକମ୍ପା ରାଶି ଭାବେ ୫,୮୦୦ ଟଙ୍କା ପ୍ରଦାନ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।