ରାଜ୍ୟ

ହେଲ୍‌ଥ ଟିପ୍ସ: କୌଣସି ହାଡ଼ ପାଇଁ ପ୍ରଭାବଶାଳୀ ହୋଇଥାଏ ବେସାଲ ଇମ୍‌ପ୍ଲାଣ୍ଟ

ହନୁ ହାଡ଼ରେ ଦାନ୍ତର ଇମ୍‌ପ୍ଲାଣ୍ଟଙ୍କୁ ଧାରଣ କରିବା ପାଇଁ ସ୍ବତନ୍ତ୍ରଭାବେ ବେସାଲ ଇମ୍‌ପ୍ଲାଣ୍ଟ୍‌ ପ୍ରସ୍ତୁତ କରାଯାଇଛି। ଏହି ବେସାଲ ହାଡ଼ ଅତ୍ୟାଧୁନିକ ଓ ଗୁଣାବତା ଇମ୍‌ପ୍ଲାଣ୍ଟକୁ ଧରି ରଖିବା ପାଇଁ ଉଚ୍ଚମାନର କୋର୍ଟିକାଲ ବୋନ୍‌ ପ୍ରଦାନ କରିଥାଏ। ଯାହାକି ଲାଟେରାଲ ଇମପ୍ଲାଣ୍ଟ-ଡିସ୍‌ ଇମପ୍ଲାଣ୍ଟ ବା କୋର୍ଟିକାଲ ଇମପ୍ଲାଣ୍ଟ ଭାବେ ପରିଚିତ। ଉପର ଓ ତଳ ହନୁ ହାଡ଼ରେ ଏକକ କିମ୍ବା ଏକାଧିକ ୟୁନିଟ୍‌ର ପୁନରୁଦ୍ଧାର ପାଇଁ ବ୍ୟବହୃତ ହୋଇଥାଏ। ଏକ୍ସଟ୍ରାକ୍ସନ୍ ସକେଟ କିମ୍ବା ହିଲ୍‌ଡ ବୋନ୍‌ରେ ଏହାକୁ ଲଗାଯାଇଥାଏ। ବେସାଲ ପ୍ରତିରୋପଣ ସବୁଠାରୁ ଅଭିନବ ପଦ୍ଧତି, ଯାହାକି ଯେ କୌଣସି ହାଡ଼ ପାଇଁ ପ୍ରଭାବଶାଳୀ ହୋଇଥାଏ। କୌଣସି ‌ପ୍ରକାର ବୋନ୍ ଡେନସିଟି ବା ବୋନ୍ ମାସ ରୋଗୀଙ୍କ‌ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରେ।

ADVERTISEMENT

javascript:false

javascript:false

javascript:false

Sambad Is Now On WhatsApp

Join And Get Latest News Updates Delivered To You Via WhatsAppJOIN NOW

recommended by

EIGHTIFY

This Video Will Soon Be Banned. Watch Before It’s Deleted

LEARN MORE

ବେସାଲ ଇମପ୍ଲାଣ୍ଟର ଇତିହାସ
୧୯୭୨ ମସିହାରେ ଡା.ଜନ-ମାର୍କ ଜୁଲିଏଟ୍‌ଙ୍କ ଦ୍ବାରା ପ୍ରଥମ ଏକକ ଇମପ୍ଲାଣ୍ଟ ପ୍ରତିରୋପଣ କରାଯାଇଥିଲା। ୧୯୮୦ର ମଧ୍ୟଭାଗରେ ପରାସୀ ଦାନ୍ତ ଡାକ୍ତର ଡା. ଗେରାର୍ଡ ସ୍କୋରସେଟି ଏକ ଉନ୍ନତ ବେସାଇ ପ୍ରତିରୋପଣ ପ୍ରଣାଳୀ ଉଦ୍ଭାବନ କରିଥିଲେ। ପରବର୍ତ୍ତୀ ସମୟରେ ଏହା ଅତ୍ୟାଧୁନିକ ବେସାଲ ଇମପ୍ଲାଣ୍ଟ ଓ କୋର୍ଟିକୋ-ବେସାଲ ଇମପ୍ଲାଣ୍ଟକୁ ବିକଶିତ କରିବାରେ ସହାୟତ ହୋଇପାରିଥିଲା। ଏବେର ବେସାଲ ଇମପ୍ଲାଣ୍ଟ ୧୯୯୦ ର ଶେଷ ଆଡ଼କୁ ସ୍ବିଜରଲାଣ୍ଡର ପ୍ରଫେସର ଏସ୍‌. ଇହଡେଙ୍କ ଦ୍ବାରା ଉଦ୍ଭାବନ ହୋଇଥିଲା। ବେସାଇ ଇମପ୍ଲାଣ୍ଟ ଦୀର୍ଘ ବର୍ଷ ହେବ ବ୍ୟବହୃତ ହୋଇଆସିଛି। ବେସାଲ ବୋନ୍‌ରେ କମ୍ ସଂକ୍ରମଣ ଆଶଙ୍କା ରହିଥାଏ। ଏହା ଘନ, କର୍ଟିକାଲ ଓ ଇମପ୍ଲାଣ୍ଟ ପାଇଁ ଉତ୍କୃଷ୍ଟ ରହିଥାଏ। ପାରମ୍ପରିକ ଇମପ୍ଲାଣ୍ଟଗୁଡ଼ିକ କ୍ରେଷ୍ଟାଲ ଆଲଭୋଲାର ହାଡ଼ରେ ରଖାଯାଇଥାଏ। ବେସାଇ ଇମପ୍ଲାଣ୍ଟର ମୁଖ୍ୟତଃ ୨ଟି ପରିବାର ଅଛି। ପ୍ରଥମ ଜେନେରେସନ୍‌ର ଇମପ୍ଲାଣ୍ଟ ଡିସ୍କ ଓ ବର୍ତ୍ତମାନ ସମୟର ଇମପ୍ଲାଣ୍ଟ ବିସିଏସ୍‌। ଇମପ୍ଲାଣ୍ଟ ବିସିଏସ୍‌ ୭ଦିନ ଭିତରେ ୨-୩ଟି ପର୍ଯ୍ୟାୟରେ କରାଯାଇଥାଏ। ସପ୍ତାହ ଭିତରେ ରୋଗୀକୁ ୩ଥର ଡେଣ୍ଟାଲ କ୍ଲିନିକ୍‌କୁ ଆସିବାକୁ ପଡ଼ିଥାଏ। ବେସାଲ ଡେଣ୍ଟାଲ ଇମପ୍ଲାଣ୍ଟରେ ନିର୍ଦ୍ଦିଷ୍ଟଭାବେ ପ୍ରୋସ୍ଥେସିସ୍‌ ସ୍ଥାପିତ ହୋଇଥାଏ।

ବେସାଲ ଇମପ୍ଲାଣ୍ଟର ଫାଇଦା
ଇମପ୍ଲାଣ୍ଟ ଅସ୍ତ୍ରୋପଚାରର ୭୨ଘଣ୍ଟା ଭିତରେ ପ୍ରୋସ୍ଥେସିସ୍‌କୁ ସ୍ଥାନିତ କରାଯାଇଥାଏ। ମଧୁମେହ ଓ ଧୂମ୍ରପାନ କରୁଥିବା ରୋଗୀମାନଙ୍କ ପାଇଁ ବେସାଇ ଇମପ୍ଲାଣ୍ଟ ଫଳପ୍ରଦ। ଏପରିକି ଅତ୍ୟଧିକ ମଧୁମେହ ଓ ଗ୍ଲାଇକୋଲେଟେ୍‌ ହିମୋଗ୍ଲୋବିନ୍‌ ସ୍ତର ଥିଲେ ମଧ୍ୟ ଏହାକୁ ପ୍ରତିରୋପଣ କରାଯାଇପାରିବ। ଏହି ପ୍ରତିରୋପଣରେ ପତଳା ଓ ପଲିସ୍ ହୋଇଥିବା ମ୍ୟୁକୋଲୋଜ ଅନୁପ୍ରବେଶ ପଥ ରହିଛି। ଯାହାକି ପେରି-ଇମପ୍ଲାଣ୍ଟାର ସମ୍ଭାବନାକୁ ହ୍ରାସ କରିଥାଏ। ଜଟିଳ ଦାନ୍ତରୋଗ ସମସ୍ୟାକୁ ଦୂର କରିବା ପାଇଁ ଅତ୍ୟାଧୁନିକ ପ୍ରଣାଳୀ ମାଧ୍ୟମରେ ବିଶେଷଜ୍ଞ ଡ଼ା ସୁନୀଲ କର ଚିକିତ୍ସା କରୁଛନ୍ତି l
ବରିଷ୍ଠ ବିଶେଷଜ୍ଞ, ଦନ୍ତ ବିଭାଗ
ଥ୍ରିଏସ୍‌ ଡେଣ୍ଟାଲ କେୟାର, ବମିଖାଲ, ଭୁବନେଶ୍ବର
ଫୋନ୍‌ : ୮୦୯୩୯୨୪୯୯୦

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।