ରାଜ୍ୟ

ସଜେଇ ହୋଇଛି ରାୟଗଡ଼ା: ଆଜି ‘ଚଇତି‘ର ଶୁଭାରମ୍ଭ

ରାୟଗଡ଼ା: ଚଇତି ପାଇଁ ସଜେଇ ହୋଇଛି ରାୟଗଡ଼ା। ମଙ୍ଗଳବାର ଠାରୁ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ(ଜିସିଡି) ହାଇସ୍କୁଲ ପଡ଼ିଆ ଠାରେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଜିଲ୍ଳାର ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୩’। ସହରର ବିଭିନ୍ନ ସ୍ଥାନରେ ଥିବା କାନ୍ଥଗୁଡ଼ିକରେ ସୁନ୍ଦର ଚିତ୍ର ମାଧ୍ୟମରେ ଜିଲ୍ଳାର କଳା, ସଂସ୍କୃତି, ବାଦ୍ୟ, ପରମ୍ପରା, ନୃତ୍ୟ, ସାହିତ୍ୟ, ଐତିହ୍ୟକୁ ଅଙ୍କା ଯାଉଥିବା ବେଳେ କେତେକ ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଏବଂ ଅନ୍ୟ ଚିତ୍ରରେ ଝଲସୁଛି ରାୟଗଡ଼ା ସହର। ଏହି ଅବସରରେ ଜିସିଡି ହାଇସ୍କୁଲ ପଡ଼ିଆରେ ଚଇତି ମହୋତ୍ସବ ନିମନ୍ତେ ଚଇତି ମଂଚ ସଜେଇବା କାର୍ଯ୍ୟାରମ୍ଭ ହୋଇଥିବା ବେଳେ ଓରମାସ ଓ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପଲ୍ଳିଶ୍ରୀ ମେଳା ନିମନ୍ତେ ଷ୍ଟଲଗୁଡିକ ଚୁଡାନ୍ତ ପର୍ଯ୍ୟାୟରେ ପଂହଚି ସାରିଛି। ଏଥିସହ ବିଭିନ୍ନ ବିଭାଗୀୟ ପ୍ରକଳ୍ପ ପ୍ରଦର୍ଶନୀ, ଏସଏଚଜି ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଇଦ୍ୟାଦିର ପ୍ରଦର୍ଶନୀ ଆୟୋଜନ କରାଯାଇଛି। ପ୍ରତେହ୍ୟ ସଂଧ୍ୟାରେ ଦର୍ଶକଙ୍କ ମନୋରଂଜନ ପାଇଁ ବିଭିନ୍ନ ମନୋମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇବାର ବ୍ୟବସ୍ଥା ମଧ୍ୟ କରାଯାଉଛି।

ରାୟଗଡ଼ା ଜିଲ୍ଳା ସଂସ୍କୃତି ପରିଷଦ ଓ ଚଇତି ମହୋତ୍ସବ କମିଟି ଅଧ୍ୟକ୍ଷା ତଥା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଚଇତି ମହୋତ୍ସବ ପାଳନ ନିମନ୍ତେ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସବ୍ କମିଟିଗୁଡ଼ିକର ପ୍ରସ୍ତୁତି ବୈଠକ ଏକ ପ୍ରକାର ଚୁଡ଼ାନ୍ତ ହୋଇ ସାରିଥିବା ବେଳେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ତଥା ଚଇତି କ୍ରୀଡ଼ା ମହୋତ୍ସବ ଅଧ୍ୟକ୍ଷ ବିବେକାନନ୍ଦ ଶର୍ମାଙ୍କ ପୌରହିତ୍ୟରେ ଚଇତି କ୍ରୀଡ଼ା ମହୋତ୍ସବ ଶେଷ ହୋଇଯାଇଛି। ଏହି କ୍ରମରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଫୁଡ୍ କମିଟି ଏବଂ ଶୋଭାଯାତ୍ରା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ମଙ୍ଗଳବାର ଦିନ ମା’ ମଝିଘରିଆଣୀ ମନ୍ଦିରରୁ ଜିସିଡି ହାଇସ୍କୁଲ ପଡିଆ ସଭାସ୍ଥଳ ପର୍ଯ୍ୟନ୍ତ ଶୋଭା ଯାତ୍ରାରେ ୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସେମାନଙ୍କ ନିମନ୍ତେ ଭୋଜନ ଏବଂ ଜଳଖିଆ, ପାନୀୟ ଜଳ ଆଦି ବ୍ୟବସ୍ଥା କରାଯାଇଛଇ। ଶୋଭାଯାତ୍ରାରେ ଜିଲ୍ଳାର ସମସ୍ତ ବ୍ଳକରୁ କଳା, ସଂସ୍କୃତି ସଂଘ, ଅନୁଷ୍ଠାନଗୁଡିକରୁ ସାଂସ୍କୃତିକ ଦଳ, ସଂର୍କୀତନ ଦଳ, ପାରମ୍ପରିକ ନୃତ୍ୟ, ବାଦ୍ୟଯନ୍ତ୍ର ଏବଂ ଡଙ୍ଗରିଆ କନ୍ଧ ଓ ଲାଂଜିଆ ସଉରା ସଂପ୍ରଦାୟର ପାରମ୍ପରିକ ବେଶଭୂଷାରେ କଳାକାରମାନଙ୍କ ଯୋଗଦାନ ସହ ରାୟଗଡା ବ୍ଳକର ଗଜ ପର୍ବ ବାଦ୍ୟ,ଦୁର୍ଗାପାଡୁର ଜନଜାତିଙ୍କ ବଇଁଶି ନୃତ୍ୟ, କାଶୀପୁରର ଢେମସା ନୃତ୍ୟକୁ ସାମିଲ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।