ରାଜ୍ୟ

ଅନୁମତିକୁ ବିତିଲାଣି ଦେଢ଼ ବର୍ଷ: ଏସ୍‌ସିବିରେ ହୃତ୍‌ପିଣ୍ଡ ପ୍ରତିରୋପଣ ନୋହିଲା

କଟକ: ହୃତ୍‌ପିଣ୍ଡ ପ୍ରତିରୋପଣ(ହାର୍ଟ ଟ୍ରାନ୍ସପ୍ଲାଣ୍ଟ) ପାଇଁ ଏସ୍‌ସିବିରେ ପ୍ରକ୍ରିୟା ଦେଢ଼ବର୍ଷ ତଳୁ ଆରମ୍ଭ ହୋଇ ଅନୁମତି ଆସି ସାରିଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରୁନି। ସ୍ବାସ୍ଥ୍ୟ ବିଭାଗ ଓ ଡିଏମ୍‌ଇଟିଙ୍କ କାର୍ଯ୍ୟାଳୟରୁ ଚୂଡ଼ାନ୍ତ ଅନୁମୋଦନ ନ ଆସିବା ଫଳରେ ଏହା ଅଟକି ରହିଛି। ହାର୍ଟ ଫେଲ୍ୟୁଅର୍‌ କ୍ଲିନିକ୍‌ ମାଧ୍ୟମରେ ପାଖାପାଖି ଦେଢଶହ ରୋଗୀ ହାର୍ଟ ପ୍ରତିରୋପଣ ପାଇଁ ପଂଜୀକରଣ କରିଥିବା ବେଳେ ସେମାନଙ୍କ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇପାରୁ ନାହିଁ।
କଟକ ବଡ଼ଡାକ୍ତରଖାନା ରାଜ୍ୟର ସବୁଠାରୁ ବଡ଼ ରେଫରାଲ୍‌ ହସ୍ପିଟାଲ୍‌ ହୋଇଥିବାରୁ ଏଠାକୁ ଓଡ଼ିଶା ସମେତ ପଡୋଶୀ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡରୁ ବି ରୋଗୀ ଆସିଥାନ୍ତି। ସରକାରୀ ବ୍ୟବସ୍ଥାରେ ରାଜ୍ୟର ଏକମାତ୍ର ମେଡିକାଲ କଲେଜ ଭାବେ ଏଠାରେ ଓପନ୍‌ ହାର୍ଟ ସର୍ଜରି ହୋଇପାରୁଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ରାଜ୍ୟରେ ଏସ୍‌ସିବି ଓ ଏମ୍‌କେସିଜି-ବ୍ରହ୍ମପୁରରେ କାର୍ଡିଓଥୋ‌ରାସିସ୍‌ ବିଭାଗ ରହିଛି। ହେଲେ ଏସ୍‌ସିବିରେ ଓପନ୍‌ ହାର୍ଟ ଓ ବିଭିନ୍ନ ସର୍ଜରି ହେଉଥିବା ବେଳେ ଏମ୍‌କେସିଜିରେ କେବଳ ଚିକିତ୍ସା ବ୍ୟବସ୍ଥା ଦିଆଯାଉଛି। ଫଳରେ ଏମ୍‌କେସିଜି କାର୍ଡିଓଥୋରାସିସ୍‌ ବିଭାଗ ବି ମାତ୍ର ଜଣେ ଆସୋସିଏଟ୍‌ ପ୍ରଫେସରଙ୍କୁ ନେଇ ଚାଲିଛି। ରାଜ୍ୟରେ ସରକାରୀ ବ୍ୟବସ୍ଥାରେ ୩ଜଣ କାର୍ଡିଓଥୋରାସିସ୍‌ ବିଶେଷଜ୍ଞ ରହିଛନ୍ତି। କିନ୍ତୁ ନୂଆ ବିଶେଷଜ୍ଞ ରାଜ୍ୟର ମେଡିକାଲ କଲେଜରୁ ସୃଷ୍ଟି ହୋଇପାରୁନାହାନ୍ତି। ଏସ୍‌ସିବିରେ ଥିବା ଏମ୍‌ସିଏଚ୍‌ ପାଠ୍ୟକ୍ରମ ବନ୍ଦ ହୋଇଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏପଟେ ରାଜ୍ୟରେ କେବଳ ଏମ୍‌ସ ଭୁବନେଶ୍ବରକୁ ଛାଡ଼ିଦେଲେ ଅନ୍ୟ ସରକାରୀ ଓ ବେସରକାରୀ ମେଡିକାଲ କଲେଜରେ ଏହି ପାଠ୍ୟକ୍ରମ ନାହିଁ। ଏସ୍‌ସିବିରୁ ୪ ବର୍ଷରୁ ଯେଉଁ ୩ଜଣ ବିଷେଷଜ୍ଞ ବାହାରିଥିଲେ ସେଥିରୁ ୨ଜଣ ଏମ୍‌କେସିଜି ଓ ଜଣେ ଏସ୍‌ସିବିରେ ଅଛନ୍ତି। କିନ୍ତୁ ଏମ୍‌କେସିଜିରେ ସରକାରୀ କାଗଜପତ୍ରରେ ଯେଉଁ ୨ଜଣ ଥିବା ଦେଖା‌ଯାଉଛି ସେଥିରୁ ଜଣେ ଦୀର୍ଘଦିନ ହେଲା ଲମ୍ବା ଛୁଟିରେ ରହିଛନ୍ତି।

ଏପଟେ କାର୍ଡିଓଥୋରାସିସ୍‌ ବିଭାଗରେ ହୃତ୍‌ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ପାଇଁ ୨୦୨୨ ମେ ୧୨ରୁ ଅନୁମତି ମିଳିସାରିଛି। ଏଥିପାଇଁ ଗତ ନଭେମ୍ବର ୧୨ରେ ହୃଦ୍‌ରୋଗ ବିଭାଗରେ ହାର୍ଟ ଫେଲ୍ୟୁଅର୍‌ କ୍ଲିନିକ୍‌ ଖୋଲା ଯାଇ ପଞ୍ଜୀକରଣ ଆହ୍ବାନ କରାଯାଇଥିଲା। କିନ୍ତୁ ପ୍ରକ୍ରିୟା କେବଳ ସେହି ପଂଜୀକରଣରେ ଅଟକି ଯାଇଛି। ଏହି ବ୍ୟବସ୍ଥା ଆରମ୍ଭ ପାଇଁ ୫ କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ କରାଯାଇ ସ୍ବାସ୍ଥ୍ୟ ବିଭାଗର ଅନୁମୋଦନ ପାଇଁ ପଠାଯାଇଛି। ହୃତ୍‌ପିଣ୍ଡ ପ୍ରତିରୋପଣ ପାଇଁ ଏକ୍‌ମୋ ସପୋର୍ଟ ବ୍ୟବସ୍ଥା ବି ଏସ୍‌ସିବିରେ ରହିଛି। ଯେହେତୁ ଏସସିବିରେ ଓପନ୍‌ହାର୍ଟ ସର୍ଜରି ହୋଇପାରୁଛି ତେଣୁ ହୃତ୍‌ପିଣ୍ଡ ପ୍ରତିରୋପଣରେ ସେଭଳି କିଛି ସମସ୍ୟା ନଥିବା ଜଣାପଡ଼ିଛି। କିନ୍ତୁ କାହିଁକି ଏହି ପ୍ରକ୍ରିୟା ଏଯାଏ ଅଟକି ରହିଛି, ସେ ଉତ୍ତର କାହା ପାଖରେ ନାହିଁ। ଆୟୁଷ୍ମାନ୍‌ ଭାରତ‌ ଯୋଜନାରେ ହୃତ୍‌ପିଣ୍ଡ ପ୍ରତିରୋପଣ ପ୍ୟାକେଜ୍‌ ୧୦ ଲକ୍ଷ ଟଙ୍କା ଥିବା ବେଳେ ଘରୋଇ ହସ୍ପିଟାଲ୍‌ରେ ଏଥିପାଇଁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଏସ୍‌ସିବିରେ ହୃତପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସାଧାରଣ ରୋଗୀ ଏଥିରୁ ହୁଏତ ଉପକୃତ ହୋଇପାରନ୍ତେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।