ଦେଶ ବିଦେଶ

ଗାଜା ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲୀୟ ବିମାନ ଆକ୍ରମଣ ଯୋଗୁଁ ୭୦ ନିହତ: ହମାସ୍‌

ଗାଜା ସିଟି: କେନ୍ଦ୍ରୀୟ ଗାଜାସ୍ଥିତ ଏକ ଶରଣାର୍ଥୀ ଶିବିର‌ ଉପରେ ଗୋଟାଏ ଇସ୍ରାଏଲୀୟ ଲଢୁଆ ବିମାନ ଆକ୍ରମଣ କରିବାରୁ ଅନ୍ୟୂନ ୭୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ହମାସ୍‌ ନିୟନ୍ତ୍ରଣାଧୀନ ଗାଜାର ସ୍ବାସ୍ଥ୍ୟମନ୍ତ୍ରାଳୟ କହିଛି।

ବିମାନ ଆକ୍ରମଣରେ ଅଲ୍‌-ମଗାଜୀ ଶିବିରରେ ଥିବା ଘର ସବୁ ଭାଙ୍ଗି ଯାଇଥିବା କଥା ପାଲେଷ୍ଟିନୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ଅଶରଫ୍‌ ଅଲ୍‌-କ୍ବିଦ୍ରା କହିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏଫ୍‌ପି’ ରିପୋର୍ଟ କରିଛି।

ଅଲ୍‌-ମଗାଜୀ ନରସଂହାର ସହିଦମାନଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୭୦କୁ ବୃଦ୍ଧି ପାଇଛି। ଶିବିରରେ ବହୁସଂଖ୍ୟକ ପରିବାର ରହୁଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି କହିବା ସହିତ ସେ ଏହାକୁ ନରସଂହାର କାଣ୍ଡ ବୋଲି ଅଭିହିତ କରିଛନ୍ତି।

Palestinians mourn relatives killed
Image Courtesy of Times Now

ମଗାଜୀ ଶିବିରରେ ଯାହା ଘଟିଲା ତାହା ଜନାକୀର୍ଣ୍ଣ ଆବାସିକସ୍ଥଳରେ ନରସଂହାର କରାଗଲା ବୋଲି ଧରିନେବାକୁ ପଡ଼ିବ ବୋଲି ଅଲ୍‌ କ୍ବିଦ୍ରା କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ଏହି ରିପୋର୍ଟ ଉପରେ ତଦନ୍ତ କରୁଥିବା କଥା ଇସ୍ରାଏଲ୍‌ ସେନାର ମୁଖପାତ୍ରଙ୍କ କାର୍ଯ୍ୟାଳୟ କହିଛି।

ବିବୃତି ଜାରି କରି ହମାସ୍‌ ମଧ୍ୟ ଏହି ବିମାନ ଆକ୍ରମଣ ଘଟଣାକୁ ଭୟବହ ନରସଂହାର ଓ ନୂତନ ଯୁଦ୍ଧ ଅପରାଧ ବୋଲି କହିଛି।

ସେହିପରି, ଉତ୍ତରାଞ୍ଚଳ ଗାଜାର ଜାବାଲିଆ ଶିବିରରେ ଇସ୍ରାଏଲୀୟ ବିମାନ ଆକ୍ରମଣ ହେତୁ ଗୋଟିଏ ପରିବାରର ୧୦ଜଣ ସଦସ୍ୟ ନିହତ ହୋଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ