ଦେଶ ବିଦେଶ

ଏଥର ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲ୍‌ହମ୍‌ରେ ବଡ଼ଦିନ ଗଛ ନାହିଁ, କି ଆନନ୍ଦ ଉତ୍ସବ ନାହିଁ

ବେ‌ଥଲ୍‌ହମ୍‌: ଜେରୁଜେଲମ୍‌ର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲ୍‌ହମ୍‌ ଚଳିତ ବର୍ଷ ବଡ଼ଦିନ ଅବସରରେ ଉତ୍ସବମୁଖର ଦିଶୁନାହିଁ। ଇସ୍ରାଏଲ୍‌ ଅଧିକୃତ ପାଲେଷ୍ଟାଇନ୍‌ ନଗରୀ ୱେଷ୍ଟ୍‌ବ୍ୟାଙ୍କ୍‌ର ହୋଟେଲ୍‌, ରେସ୍ତୋରାଁ ଓ ଉପହାର ବା ସ୍ମାରକୀ ସାମଗ୍ରୀ ଦୋକାନରେ ଗହଳ ଚହଳ ନାହିଁ। ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ସମସ୍ତଙ୍କୁ ଭୟଭୀତ କରିଛି।

୪ ପିଢ଼ି ହେବ ବେଥଲ୍‌ହମ୍‌ରେ ରହି କାମ କରୁଥିବା ପରିବାରର ଅନ୍ୟତମ ଦାୟାଦ ତଥା ଆଲେକ୍‌ଜେଣ୍ଡର୍‌ ହୋଟେଲ୍‌ର ମାଲିକ ଜୋଏ କ୍ୟାନାୱାଟି କହିଛନ୍ତି, ଆମ ହୋଟେଲ୍‌ରେ କୌଣସି ଗ୍ରାହକ ନାହାନ୍ତି। ଜଣେ ହେଲେ ବି ଆସୁନାହାନ୍ତି। ଏଭଳି ବିପର୍ଯ୍ୟସ୍ତ ବଡ଼ଦିନ କେବେ ହୋଇ ନ ଥିଲା। ବଡ଼ଦିନ ଅବସରରେ ବେଥଲ୍‌ହମ୍‌ ବନ୍ଦ ରହିଛି। ବଡ଼ଦିନ ଗଛ ନାହିଁ, ଆନନ୍ଦ ନାହିଁ, କି ବଡ଼ଦିନର ଉଚ୍ଛ୍ବାସ ନାହିଁ।

Image Courtesy of Reuters

ସୂଚନାଯୋଗ୍ୟ, ଯୀଶୁଙ୍କର ଜନ୍ମଭୂମିରେ ଥିବା ‘ଚର୍ଚ ଅଫ୍‌ ନେଟିଭିଟି’ ଦେଖିବା ଲାଗି ବିଶ୍ବର ସବୁ ଅଞ୍ଚଳରୁ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ବେଥଲ୍‌ହମ୍‌ ଆସନ୍ତି। ତାଙ୍କରି ଉପରେ ହିଁ ବେଥଲ୍‌ହମ୍‌ର ଆୟ ନିର୍ଭର କରେ।

କ୍ୟାନାୱାଟି କହିଛନ୍ତି, ଅ‌କ୍ଟୋବର ୭ ତାରିଖ ଆଗରୁ ବଡ଼ଦିନ ଲାଗି ହୋଟେଲ୍‌ ସବୁ ସମ୍ପୂର୍ଣ୍ଣ ‘ବୁକ୍‌’ ହୋଇଯାଇଥିଲା ଓ ପର୍ଯ୍ୟଟକମାନେ ସହରରେ ଅନ୍ୟ କେଉଁଠି ରହିବାକୁ ଜାଗା ଖୋଜୁଥିବା ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ, ଯୁଦ୍ଧ ଆରମ୍ଭ ହୋଇଯିବାରୁ ଗ୍ରାହକମାନେ ‘ବୁକିଙ୍ଗ୍‌’ କ୍ୟାନ୍‌ସଲ୍‌ କରିଦେଲେ। ଇମେଲ୍‌ରେ ଖାଲି ‘କ୍ୟାନ୍‌ସଲ୍‌’ ପରେ ‘କ୍ୟାନସଲ୍‌’ ଆସିଲା।

ଗଣମାଧ୍ୟମ ‘ରଏଟର୍ସ ଟିଭି’କୁ ସେ ଫାଙ୍କା ପଡ଼ିଥିବା ହୋଟେଲ୍‌କୁ ଡାକି ନେଇ କହିଛନ୍ତି, ପ୍ରତି ରାତିରେ ଅନ୍ୟୂନ ୧୨୦ଜଣ ଲୋକ ଏଠାରେ ରାତ୍ରଭୋଜନ କରନ୍ତି। ଲୋକଙ୍କ ଗହଳି ଚହଳି କଥାବାର୍ତ୍ତାରେ ହୋଟେଲ୍‌ ଉଛୁଳି ପଡ଼େ। କିନ୍ତୁ, ଏଥର ବଡ଼ଦିନ ଜଳଖିଆ ନାହିଁ, ରାତ୍ରଭୋଜନ ନାହିଁ କି, ବଡ଼ଦିନ ବୁଫେ ବି ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ