ଦେଶ ବିଦେଶ

୪୦୦୦ ହଜାର ଟପିଲା ଦେଶରେ କୋଭିଡ୍‌-୧୯ ସଂକ୍ରମଣ; ଥାନେରେ ୫ଜଣ ‘ଜେଏନ୍‌.୧’ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ସକ୍ରିୟ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ସମ୍ପ୍ରତି ୪୦୦୦ ଟପିଥିବା କଥା ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।

ଗତ ୨୪ ଘଣ୍ଟାରେ କେରଳରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ସମ୍ପ୍ରତି ଦେଶରେ କୋଭିଡ୍‌-୧୯ ସଂକ୍ରମଣଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୫,୩୩,୩୩୪କୁ ବୃଦ୍ଧି ପାଇଛି।

ଆଜି ସକାଳ ୮ଟା ସୁଦ୍ଧା ‘ଅପ୍‌ଡେଟ୍‌’ କରାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରାଳୟ ଓେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪,୦୫୪ଟି ସକ୍ରିୟ କୋଭିଡ୍‌-୧୯ ମାମଲା ରିପୋର୍ଟ କରାଯାଇଛି। ରବିବାର ସକାଳ ୮ଟା ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୩,୭୪୨।

Image Courtesy of India Today

ସେହିପରି, ଗତ ୨୪ ଘଣ୍ଟା ମଧ୍ୟରେ ୩୧୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ସେମାନଙ୍କୁ ମିଶାଇ ଦେଶରେ ସମୁଦାୟ ୪,୪୪,୭୧,୮୬୦ଜଣ କୋଭିଡ୍‌-୧୯ ସୁସ୍ଥ ହେଲେଣି। ସମ୍ପ୍ରତି ଜାତୀୟ ସୁସ୍ଥତା ହାର ୯୮.୮୧% ଥିବା ବେଳେ ମୃତ୍ୟୁହାର ୧.୧୮% ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ଏହାଛଡ଼ା, ନଭେମ୍ବର ୩୦ରୁ ମହାରାଷ୍ଟ୍ରର ଥାନେରୁ ସଂଗ୍ରହ କରାଯାଇଥିବା ୨୦ଟି ନମୁନାରୁ ୫ଟି ‘ଜେଏନ୍‌.୧’ ଚିହ୍ନଟ କରାଯାଇଥିବା କଥା ରବିବାର ଦିନ ଜଣେ ସରକାରୀ ଅଧିକାରୀ ନିଉଜ୍‌ ଏଜେନ୍‌ସି ‘ପିଟିଆଇ’କୁ କହିଛନ୍ତି।

ଏହି ୫ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ବି ଅଛନ୍ତି। କିନ୍ତୁ, କ‌ୌଣସି ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇନାହିଁ। ଥାନେ ସହରରେ ସମୁଦାୟ ୨୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୨ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବାକି ଘରେ ରହି ସୁସ୍ଥ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ