ରାଜ୍ୟ

ଅଲଟିମେଟ୍‌ ଖୋ ଖୋ ଉଦ୍‌ଘାଟିତ: ଜଗରନଟ୍ସର ବିଜୟ ଅଭିଯାନ

କଟକ: ଭରପୂର ଦର୍ଶକ ଓ ପ୍ରବଳ ଉତ୍ସାହ ମଧ୍ୟରେ ରବିବାର ଅଲ୍‌ଟିମେଟ୍‌ ଖୋ ଖୋ ଦ୍ବିତୀୟ ସଂସ୍କରଣ ସ୍ଥାନୀୟ ଜବାହରଲାଲ ‌ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଛି। ୬ଟି ଦଳକୁ ନେଇ ଆୟୋଜିତ ଏହି ବହୁ ପ୍ରତୀକ୍ଷିତ ଲିଗ୍‌ରେ ଘରୋଇ ଦଳ ଓଡ଼ିଶା ଜଗରନଟ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଉଦ୍‌ଘା‌ଟନୀ ମୁକାବିଲାରେ ଏହି ବିଜେତା ଦଳ ୩୭-୨୭ରେ ରାଜସ୍ଥାନ ୱାରିଅର୍ସକୁ ମାତ୍‌ ଦେଇଛି। ଘ‌ରୋଇ ଦଳ ପାଇଁ ଅକ୍ଷୟ ମାସାଲ ୮ ପଏଣ୍ଟ ପାଇଥିଲା ବେଳେ ରୋହନ ସିଂଙ୍ଗାଡେ, ଅବିନାଶ ଦେଶାଇ, ଗୌତମ ଏମ୍‌କେ ୪ ମିନିଟ୍‌ରୁ ଅଧିକ ସମୟ ଲେଖାଏଁ ବିତାଇଥିବାରୁ ଓଡ଼ିଶାକୁ ଅଧିକ ପଏଣ୍ଟ ମିଳିବାରେ ସହାୟକ ହୋଇଥିଲା। ଓଡ଼ିଶା ଖେଳାଳି ଆଟାକିଂ ବେଳେ ସ୍କାଏ ଓ ପୋଲ୍‌ ଡାଇଭ୍‌ରୁ ୬ ଲେଖାଏଁ ଏବଂ ଟୋଟାଲ ଟଚ୍‌ରୁ ୨୦ ପଏଣ୍ଟ୍‌ କରାୟତ୍ତ କରିଛି। ଡିଫେଣ୍ଡିଂ ବେଳେ ୩ ବୋନସ ପଏଣ୍ଟ ହାସଲ କରିଛି। ଅନ୍ୟଏକ ମ୍ୟାଚ୍‌ରେ ଉପବିଜେତା ତେଲୁଗୁ ଯୋଦ୍ଧାସ୍‌ ୪୬-୪୪ରେ ମୁମ୍ବାଇ ଖିଲାଡ଼ିଜ୍‌କୁ ପରାସ୍ତ କରିଛି।

ଉଦ୍‌ଘାଟନୀ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଅଲ୍‌ଟିମେଟ୍‌ ଖୋ ଖୋର ସିଇଓ ତଥା ଲିଗ୍‌ କମିସିନର ତେନଜିଂଗ ନିୟାଗିଙ୍କ ଉପସ୍ଥିତିରେ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନ ଉତ୍ସବରେ ଭାରତୀୟ ଖୋ ଖୋ ମହାସଂଘର ସଭାପତି ସୁଧାଂଶୁ ମିତ୍ତଲ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ‌ବେହେରା, ଭାରତୀୟ ମହିଳା ଖୋ ଖୋ ଦଳର ଅଧିନାୟିକା ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ନସରିନ୍‌ ଶେଖ ଓ କଟକ ମେୟର ସୁବାସ ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳାଳିମାନେ ଶପଥ ପାଠ କରିବା ପରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଏହି ଉତ୍ସବରେ ୬ ଫ୍ରାଞ୍ଚାଇଜ୍‌ ଚେନ୍ନାଇ କୁଇକ୍‌ ଗନ୍‌ସର ଶ୍ରୀନାଥ ଚିଟ୍ଟୋରୀ, ଗୁଜରାଟ ଜାଏଣ୍ଟସ୍‌ର ବିନୟ ସିଂହ, ମୁମ୍ବାଇ ଖିଲାଡିଜ୍‌ର ପୁନିତ ବଲାନ, ଓଡ଼ିଶା ଜଗରନଟ୍ସର ରଂଜିତ ପରିଡ଼ା, ରାଜସ୍ଥାନ ୱାରିଅର୍ସର ଜିଗର ଶାହ, ‌ତେଲୁଗୁ ଯୋଦ୍ଧାସ୍‌ର ପି‌କେଏସ୍‌ଭି ସାଗର ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।