ରାଜ୍ୟ

ଓଡ଼ଗାଁରେ ମାତିଛନ୍ତି ୧୩ ଟିକିଆ ହାତୀପଲ

ଓଡ଼ଗାଁ: ୧୫ ଦିନ ଧରି ଓଡ଼ଗାଁ ଅଞ୍ଚଳରେ ହାତୀପଲ ଉତ୍ପାତ ଆରମ୍ଭ କରିଛନ୍ତି। ଗଞ୍ଜାମ ସୀମାନ୍ତରୁ ଆସିଥିବା ୧୩ ଟିକିଆ ହାତୀପଲ ବିଭିନ୍ନ ପଞ୍ଚାୟତରେ ପଶି ଚାଷୀଙ୍କ ଧାନ ଫସଲ ଉଜାଡ଼ି ଦେଇଛନ୍ତି। ୧୫ ଦିନ ମଧ୍ୟରେ ଦେଢ଼ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୦ ଏକର ଫସଲ ନଷ୍ଟ ହୋଇଥିବା ଏକ ଆକଳନରୁ ଜଣାପଡ଼ିଛି। ପ୍ରକାଶଯୋଗ୍ୟ, ଓଡ଼ଗାଁକୁ ଆସିଥିବା ୧୩ ଟିକିଆ ହାତୀପଲ ବନବିଭାଗର ନିଦ ହଜେଇ ଦେଇଛନ୍ତି। ଭାଲୁମୁଣ୍ତିଆ, ଗୟଳସିଂହ, ଗୋଛା ଜଙ୍ଗଲରୁ ହାତୀପଲ ବାହାରି ସନ୍ଧ୍ୟା ହେଲେ ସହରମୁଖା ହୋଇ ତାଣ୍ତବ ସୃଷ୍ଟି କରୁଛନ୍ତି। ପ୍ରତିଦିନ ହାତୀପଲ ରାଜପଥ ପାର ହେଉଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ବନବିଭାଗ ହାତୀ ଘଉଡ଼େଇବାକୁ ଯାଇ ନାକେଦମ୍‌ ହେଉଥିଲେ ମଧ୍ୟ ହାତୀ ଲେଉଟିଯିବାର ନା ଗନ୍ଧ ନାହିଁ। ୧୩ଟିକିଆ ହାତୀପଲ ମଧ୍ୟରେ ୩ଟି ଦନ୍ତା, ୩ଟି ମାଈ ଓ ୬ଟି ଛୁଆ ହାତୀ ଥିବା ବନ ବିଭାଗ କହିଛି। କାଳେ କିଛି ଅଘଟଣ ଘଟିବ, ସେଥିପାଇଁ ବନ ବିଭାଗ ଓ ବିଦ୍ୟୁତ୍ ସେକ୍ସନ ହାତୀ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ହାତୀପଲ ପ୍ରତିଦିନ ସନ୍ଧ୍ୟାରେ ରାଜପଥ ଉପରକୁ ଆସିବା ଯୋଗୁ ବନବିଭାଗର ମୁଣ୍ତ ବିନ୍ଧାର କାରଣ ପାଲଟିଛି। ୧୫ଦିନ ମଧ୍ୟରେ ଦେଢ଼ଶହ ଚାଷୀଙ୍କର ପାଖାପାଖି ୩୦ ଏକର ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏଥିରେ ଧାନ ଫସଲ ୨୮. ୪୭୮ ଏକର ନଷ୍ଟ ହୋଇଥିବା ବେଳେ ଡାଲିଜାତୀୟ ୨.୧୨୪ ଏକର ନଷ୍ଟ ହୋଇଛି। ଧାନରେ ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା ଓ ଡାଲି ଜାତୀୟ ଫସଲରେ ଏକର ପିଛା ୨୫ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ଦିଆଯିବ ବୋଲି ବନବିଭାଗ କହିଛି। ଏପଟେ ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି ଧାନ ଫସଲ ଉଜୁଡ଼ି ଯିବା ପରେ ମୁଣ୍ତରେ ହାତ ଦେଇ ବସିଛି।

ଦେଢ଼ଶହ ଚାଷୀ ପରିବାର ଘର ଚଳାଇବା କାଠିକର ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଏକର ପିଛା ମିଳୁଥିବା ୨୦ ହଜାର ଟଙ୍କା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି। ଜମିରେ ଚାଷଠାରୁ ଆରମ୍ଭ କରି ବେଉଷଣ, ବଛା, ଖେଳୁଆ ଏବଂ ଧାନ କଟା ବାବଦକୁ ଚାଷୀ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ତାହା ବୃଥା ଯାଇଥିବା କହିଛନ୍ତି। ଏବେ ବ୍ୟାଙ୍କ ଋଣ ଓ ସାହୁକାରଠାରୁ କରଜ ଆଣି ଋଣ ବୋଝରେ ବୁଡ଼ିଛନ୍ତି ଚାଷୀ। ଚାଷୀ ମୁଣ୍ତରେ ଚଡ଼କ ପଡ଼ିଥିବା ବେଳେ କେବେ ଏହି ଋଣ ବୋଝରୁ ଉଦ୍ଧାର ପାଇବେ ତାକୁ ନେଇ ଚିନ୍ତାରେ ଚାଷୀକୁଳ। ଏହି ଘଟଣାରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକ, ଦେଢ଼ଶହ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ସମସ୍ତଙ୍କୁ ଏକମାସ ମଧ୍ୟରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି। ତଥାପି ହାତୀ ଏହି ଅଞ୍ଚଳ ଛାଡ଼ି ଯାଇନଥିବାରୁ ଆଗକୁ ଆହୁରି ଧାନ ଫସଲ ଉଜୁଡ଼ିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।