ରାଜ୍ୟ

ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ଅଭ୍ୟର୍ଥନା କେନ୍ଦ୍ରରେ ତିନିପଟୁ ପଶିବେ ଭକ୍ତ

ପୁରୀ: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ସଂପୂର୍ଣ୍ଣ ବଦଳିବାକୁ ଯାଉଛି। ଯେଉଁ ବାଟ ଦେଇ ଭକ୍ତ ଶ୍ରୀମନ୍ଦିରକୁ ଯାଉଥିଲେ, ସେ ବ୍ୟବସ୍ଥା ବନ୍ଦ ହେବାକୁ ଯାଉଛି। ଏହି ନୂଆ ବ୍ୟବସ୍ଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଆରମ୍ଭ ହୋଇପାରେ। ଏଥିପାଇଁ ଅଭ୍ୟର୍ଥନା କେନ୍ଦ୍ରରେ ଟାଇଲ୍‌ ବିଛା କାମ ଚାଲିଛି। ଭିଡ଼ ନିୟନ୍ତ୍ରଣ ପାଇଁ ୩ ପ୍ରକାର ଟ୍ରାଫିକ ନିୟନ୍ତ୍ରଣ ଓ ଧାଡ଼ି ଦର୍ଶନ ବ୍ୟବସ୍ଥା ଆପଣାଯାଉଛି। ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ସ୍ମୃତିରଂଜନ ସ୍ବାଇଁ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବଡ଼ଦାଣ୍ଡରେ ମରିଚିକୋଟ ଛକରୁ ନୂଆ ଶୀତତାପ ନିୟନ୍ତ୍ରିତ ସେଡ୍‌ ନିର୍ମାଣ ହେଉଛି। ସେଡ୍‌ରୁ ବାହାରିବା ବେଳେ ଭକ୍ତମାନେ ୬ଟି ଧାଡ଼ିରେ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରକୁ ଯିବେ। ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂରୁ ଶ୍ରୀଦାଣ୍ଡ ବାଟରୁ ବାହାରୁଥିବା ଭକ୍ତଙ୍କ ପାଇଁ ବି ନୂଆ ଶୀତତାପ ନିୟନ୍ତ୍ରିତ ସେଡ୍‌ ନିର୍ମାଣ ଚାଲିଛି। ଏଠାରୁ ଅଭ୍ୟର୍ଥନା କେନ୍ଦ୍ରକୁ ଭକ୍ତଙ୍କ ପ୍ରବେଶ ପାଇଁ ୪ଟି ଧାଡ଼ି ରହିବ। ଦୁଇ ସେଡ୍‌ ଦେଇ ୧୦ଟି ଧାଡ଼ିରେ ଭକ୍ତମାନେ ଅଭ୍ୟର୍ଥନା କେନ୍ଦ୍ରରେ ପଶିବେ। ସେଠାରୁ ସାନଛତା ମଠ ଦେଇ ମେଘନାଦ ପାଚେରି କଡ଼ରେ ଏକ ଛୋଟ ସେଡ୍‌ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଯେଉଁମାନେ ଗାଣ୍ଡୁଆ ଚଉରା, ଗଡ଼ନ୍ତି ଛକ ପାର୍ଶ୍ବରୁ ଆସିବେ, ସେମାନେ ଦୋଳବେଦି କୋଣ ଦେଇ ଆସିବା ପରେ ଗ୍ରାଣ୍ଡ୍‌ ସେଣ୍ଟରଠାରୁ ଅଭ୍ୟର୍ଥନା କେନ୍ଦ୍ରରେ ପଶିବେ।

ଦୋଳମଣ୍ଡପ ସାହି, କାକୁଡ଼ିଖାଇ ପାର୍ଶ୍ବରୁ ଆସୁଥିବା ଭକ୍ତ ସିଂହଦ୍ବାର ଦେଇ ଗ୍ରାଣ୍ଡ ସେଣ୍ଟରଠାରୁ ଅଭ୍ୟର୍ଥନା କେନ୍ଦ୍ରରେ ପଶିବାକୁ ଯୋଜନା କରାଯାଇଛି। ସର୍ବସାଧାରଣ ଦିନରେ ଏହି ବ୍ୟବସ୍ଥାରେ ଭକ୍ତମାନେ ଦର୍ଶନ ପାଇଁ ଯାଇପାରିବେ। ଯଦି ଶନିବାର, ରବିବାର ଓ ଅନ୍ୟ ଛୁଟିଦିନରେ ଯଦି ଭକ୍ତଙ୍କ ଭିଡ଼ ଗ୍ରାଣ୍ଡ୍‌ ସେଣ୍ଟର ପର୍ଯ୍ୟନ୍ତ ବଢ଼ିଲା, ତେବେ ଜଗନ୍ନାଥବଲ୍ଲଭ ପାର୍କିଂରୁ ଶ୍ରୀଦାଣ୍ଡ ଦେଇ ଶ୍ରୀକୃଷ୍ଣ ସିନେମା ଗଳିରୁ ବଡ଼ଦାଣ୍ଡ ସେଡ୍‌ ଦେଇ ଅଭ୍ୟର୍ଥନା କେନ୍ଦ୍ରକୁ ଛାଡ଼ିବା ବ୍ୟବସ୍ଥା କରାଯାଉଛି। ଶ୍ରୀକୃଷ୍ଣ ସିନେମା ଗଳି ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଥିଲେ ଜଗନ୍ନାଥବଲ୍ଲଭ ପାର୍କିଂରୁ ଶ୍ରୀଦାଣ୍ଡ ଦେଇ ଶନି ମନ୍ଦିର ଗଳିରୁ ଭକ୍ତଙ୍କୁ ବଡ଼ଦାଣ୍ଡରୁ ମରିଚିକୋଟ ଛକରୁ ସେଡ୍‌ରେ ଭକ୍ତଙ୍କୁ ଛାଡ଼ିବାର ବ୍ୟବସ୍ଥା ହୋଇଛି।

ପ୍ରସ୍ତାବିତ ଯୋଜନା ଅନୁଯାୟୀ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରକୁ ୧୦ଟି ପ୍ରବେଶ ପଥ ରହିବ। ଏଠାରେ ୧୦ଟି କ୍ଲକ୍‌ ରୁମ୍‌ ରହିବ, ଯେଉଁଠି ଭକ୍ତମାନେ ଜୋତା ଓ ଅନ୍ୟାନ୍ୟ ଦରକାରୀ ଆସବାବ ରଖିପାରିବେ। କିନ୍ତୁ ଯେ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ସରିନି, ସେ ପର୍ଯ୍ୟନ୍ତ ଭକ୍ତମାନେ ବଡ଼ଦାଣ୍ଡ ଓ ଶ୍ରୀଦାଣ୍ଡ ନିକଟରେ ହେବାକୁ ଥିବା କ୍ଲକ୍‌ ରୁମ୍‌ରେ ଜୋତା ଓ ଅନ୍ୟାନ୍ୟ ଆସବାବ ରଖିପାରିବେ। ଅଘଟଣ ସମୟରେ ଅଭ୍ୟର୍ଥନା କେନ୍ଦ୍ରରୁ ବାହାରିବାକୁ ଯଥେଷ୍ଟ ବାଟ ବି ରହିବ। ଯେଉଁମାନେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବୁଲିବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ ଭିନ୍ନ ମୋବାଇଲ୍‌ କାଉଣ୍ଟର୍‌ ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।