ରାଜ୍ୟ

ମଲାପରେ ମରାମତି: ରାଉରକେଲାରେ ହଇଜା ମୃତକଙ୍କ ଶବ ପାଖରେ ପାଇପ୍‌ ସଜଡ଼ା

ରାଉରକେଲା: ସ୍ମାର୍ଟସିଟିରେ ହଇଜା ମୃତ୍ୟୁ ସଂଖ୍ୟା ୧୫‌ରେ ପହଞ୍ଚିଲାଣି। ଆକ୍ରାନ୍ତ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଅବଶ୍ୟ, ସଂକ୍ରମଣରେ ଅଙ୍କୁଶ ଲଗାଇବାକୁ ପ୍ରଶାସନ ପକ୍ଷରୁ ଅସଜଡ଼ା ପାଇପ୍‌କୁ ମରାମତି କରାଯାଉଛି। ପୂର୍ବରୁ ୩୬ଟି ସ୍ଥାନରେ ପାଇପ୍‌ ଫାଟିଥିବାବେଳେ ତାକୁ ମରାମତି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ ବର୍ଷ ବର୍ଷ ଧରି ଅଛୁଆଁ ହୋଇ ରହିଥିବା ଏକାଧିକ ପାଇପ୍‌ର ସ୍ଥିତି କିନ୍ତୁ ସୁଧୁରିପାରୁନି। ଫଳରେ ଗୋଳିଆ ପାଣି ପିଇ ଜନସାଧାରଣ ହଇଜା ଆକ୍ରାନ୍ତ ହେବା ହିଁ ସାର ହେଉଛି।

କେବଳ ପାନପୋଷ ବସ୍ତି ନୁହେଁ; ବରଂ ଟିମ୍ବରକଲୋନି, ମଧୁସୂଦନପାଲି, ଗୋପବନ୍ଧୁପାଲି, କଳିଙ୍ଗବିହାର, ଛେଣ୍ଡ୍‌, ବାସନ୍ତୀକଲୋନି ଆଦି ବିଭିନ୍ନ ଅଞ୍ଚଳରେ ସମାନ ଅବସ୍ଥା। ଗୋଟିଏ ପଟେ ପାଣି ପାଇପ୍‌କୁ ନିୟମିତଭାବେ ମରାମତି କରାଯାଉନଥିବାବେଳେ ଅପରପଟେ ପାଣି ଟାଙ୍କି ପ୍ରତି ମଧ୍ୟ ଆବଶ୍ୟକ ଦୃଷ୍ଟି ଦିଆଯାଉନି। ବର୍ଷବର୍ଷ ଧରି ଟାଙ୍କିର ଢ଼ାଙ୍କୁଣି ଖୋଲା ପଡ଼ିଥିବାରୁ ସେଥିରେ ଥିବା ପାଣିରେ ପୋକଜୋକ ପରିଲକ୍ଷିତ ହୋଇଛି। ଟିମ୍ବରକଲୋନିରେ ଥିବା ପାଣି ଟାଙ୍କିରେ ଏଭଳି ଦଶ୍ୟ ପରିଲକ୍ଷିତ ହୋଇଥିଲା। ପାଣି ଆସି ପଥମେ ମାଟିତଳେ ଖୋଳାଯାଇଥିବା ଟାଙ୍କିରେ ରହିଥାଏ। ପରେ ଉକ୍ତ ପାଣିକୁ ଫିଲ୍‌ଟର କରି ଟାଙ୍କିକୁ ଯୋଗାଯାଇଥାଏ ଓ ସେଥିରୁ ପାଣି ଯୋଗାଣ ହୋଇଥାଏ। ଟିମ୍ବରକଲୋନିରେ ତଳେ ଥିବା ଉକ୍ତ ପାଣି ଟାଙ୍କିକୁ ଦୀର୍ଘ ଦିନ ହେଲା ସଫେଇ କରାଯାଇନଥିଲା। ସ୍ଥିତି ପରଖିବାକୁ ‌ଢ଼ାଙ୍କୁଣି ଖୋଲିବା ମାତ୍ରେ ପୋକ ବାହାରିଥିବା ଦେଖିବାକୁ ମିଳିଥିଲା। ସେହିଭଳି ମଧୁସୂଦନପାଲି ଅଞ୍ଚଳରେ ବି ଗୋଳିଆ ପାଣି ଯୋଗାଣ ହେଉଥିବା ଅଭିଯୋଗ ହୋଇଛି।

ଅଭିଯୋଗପରେ ଗୁରୁବାର ଦିନଠାରୁ ସ୍ଥାନୀୟ ଉଚ୍ଚ ପ୍ରାଥମିକ ସ୍କୁଲ ସମ୍ମୁଖସ୍ଥ ରୋଡ୍‌କୁ ଜେସିବି ସହାୟତାରେ ଖୋଳି ପାଣି ପାଇପ୍‌ ମରାମତି ଆରମ୍ଭ ହୋଇଥିଲା। ଗୁରୁବାର ଅପରାହ୍ନରେ ଉକ୍ତ ସ୍ଥାନରେ ଏକ ଅସାଧାରଣ ଦୃଶ୍ୟ ପରିଲକ୍ଷିତ ହୋଇଥିଲା। ଗୋଟିଏପଟେ ହଇଜାରେ ମୃତ୍ୟୁବରଣ କରିଥିବା ସାବିତ୍ରୀ ଗିରିଙ୍କ ମୃତଦେହ ରାସ୍ତା ଉପରେ ରଖାଯାଇଥିବାବେଳେ ଏହାର ହାତଗଣତି ୧୦ ମିଟର ଦୂରତାରେ ପାଇପ୍‌ ମରାମତି ପାଇଁ ଜେସିବି ଗାଡ଼ି ଛିଡ଼ା ହୋଇଥିଲା। ଉଲ୍ଲେଖଯୋଗ୍ୟ, ସାବିତ୍ରୀଙ୍କ ଘର ଦୁର୍ଗାପୁର ପାହାଡ଼ର ଠିକ୍‌ ପାଦଦେଶରେ ଥିବାରୁ ସେଠାକୁ ଚାଲିଚାଲି ଯିବାକୁ ପଡ଼ିଥାଏ। ଚାରିଚକିଆ ଯାନ କିମ୍ବା ବାଇକ୍‌ରେ ଯିବା ଅସମ୍ଭବ। ଏଣୁ ମୃତଦେହକୁ ତାଙ୍କ ଘରକୁ ନିଆନଯାଇ ଉକ୍ତ ସ୍କୁଲ ସମ୍ମୁଖ ରାସ୍ତାରେ କିଛି ସମୟ ରଖିବାସହ ପ୍ରିୟଜନ ଦେଶ ଦର୍ଶନ କରିଥିଲେ। ଅନ୍ତିମ ସଂସ୍କାର ପାଇଁ ଶବ ନିଆଯିବାପରେ ପୁନର୍ବାର ପାଇପ୍‌ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।