ଅପରାଧ ଦେଶ ବିଦେଶ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆଜି ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍‌ ଓ ଜିପ୍‌ସି ଉପରେ ଅତର୍କିତ ପ୍ରଚଣ୍ଡ ଆକ୍ରମଣ କରିବାରୁ ୩ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଆଉ ଜଣେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆକ୍ରମଣ ପରେ ସେନା ମଧ୍ୟ ତୁରନ୍ତ ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲା। ସେନା ପକ୍ଷରୁ କୁହାଯାଇଛି ଯେ ରାଜୌରୀ ସେକ୍ଟରର ଥାନାମଣ୍ଡି ଅଂଚଳରେ ଆଜି ସନ୍ଧ୍ୟାରେ ଆତଙ୍କବାଦୀମାନେ ଏକ ପାହାଡ଼ ନିକଟରେ ଲୁଚି ରହି ସେନାର ଦୁଇଟି ଗାଡ଼ିକୁ ଟାର୍ଗେଟ୍‌ କରିଥିଲେ।

ଆତଙ୍କବାଦୀଙ୍କ ଗୁଳିବର୍ଷାରେ ୩ ଜଣ ଯବାନ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଏହାପରେ ସମଗ୍ର ଅଂଚଳକୁ ଘେରାବନ୍ଦୀ କରି ଅପରେସନ ଆରମ୍ଭ ହୋଇଛି । ମାସକ ମଧ୍ୟରେ ଏହା ସେନା ଉପରେ ଦ୍ବିତୀୟ ବଡ଼ ଆକ୍ରମଣ ହୋଇଥିବାରୁ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ରାଜୌରି ଓ ପୁଞ୍ଚ ଅଂଚଳରେ ଏପ୍ରିଲ ଓ ମେ ମାସରେ ମଧ୍ୟ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣ ଯବାନ ସହିଦ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ