ଦେଶ ବିଦେଶ

ଗଣତନ୍ତ୍ର ରାଷ୍ଟ୍ରମାନଙ୍କ ସହିତ ଭାରତର ତୁଳନା କରାଯାଇ ପାରେ, ଚୀନ୍‌ ସହିତ ନୁହେଁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ଚୀନ୍‌ ସହିତ ନୁହେଁ, ଗଣତନ୍ତ୍ର ରାଷ୍ଟ୍ରମାନଙ୍କ ସହିତ ଭାରତର ତୁଳନା କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଜିଙ୍ଗ୍‌ର ଏକଚ୍ଛତ୍ରବାଦ ଶାସନକୁ ଉଦ୍ଦେଶ୍ୟ କରି ‘ଫାଇନାନ୍‌ସିଆଲ୍‌ ଟାଇମ୍ସ୍‌’ ସହିତ ସାକ୍ଷାତ୍‌କାର ବେଳେ କହିଛନ୍ତି।

ଚୀନ୍‌ ତୁଳନାରେ ଭାରତର ଅଭିବୃଦ୍ଧି ଅଧିକ ହେବା କଥା ଏବଂ ଦୁର୍ନୀତି ନିରାକରଣ ଉପରେ ଧ୍ୟାନ ଦିଆଯିବା ଉଚିତ ବୋଲି ଅନେକ ଅନୁଭବ କରୁଥିବା କଥା ପଚରାଯିବାରୁ ପ୍ରଧାନମନ୍ତ୍ରୀ ମ‌ୋଦୀ କହିଲେ, ଆପଣ ଚୀନ୍‌ ସହିତ ତୁଳନା କଲେ, କିନ୍ତୁ ଭାରତକୁ ଅନ୍ୟ ଗଣତନ୍ତ୍ର ରାଷ୍ଟ୍ରମାନଙ୍କ ସହିତ ତୁଳନା କରିବା ଯୁକ୍ତିସଙ୍ଗତ ହୋଇ ଥାଆନ୍ତା।

ଦେଶରେ ବେକାରୀ, ଦୁର୍ନୀତି, ପ୍ରଶାସନିକ ବାଧାବିଘ୍ନ, କୁଶଳୀ କର୍ମଚାରୀଙ୍କ ଅଭାବ ଚିନ୍ତାଜନକ ବୋଲି ପଚରାଯିବାରୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଏସବୁ ସମସ୍ୟା ଥିଲେ ଭାରତ ବିଶ୍ବର ଦ୍ରୁତ-ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ହାସଲ କରି ନ ଥାଆନ୍ତା।

କର୍ମସଂସ୍ଥାନ ସଙ୍କଟ ପରିସ୍ଥିତି ଉପରେ ‘ସିଏମ୍‌ଆଇ’ର ଡାଟା ସଂକ୍ରାନ୍ତରେ ପଚାରିବାରୁ ପ୍ରଧାନମନ୍ତ୍ରୀ ମୋଦୀ ‘ପିରିଅଡିକ୍‌ ଲେବର୍‌ ଫୋର୍ସ ସର୍ଭେ’ର (ପିଏଲ୍‌ଏଫ୍‌ଏସ୍‌) ତଥ୍ୟ ଦେଇ କହିଲେ ଯେ, ଭାରତରେ କର୍ମସଂସ୍ଥାନ ସୃଷ୍ଟି ବାସ୍ତବରେ ଅନେକ ବୃଦ୍ଧି ପାଇଛି।

ବିଶ୍ବର ଉତ୍କୃଷ୍ଟ କମ୍ପାନିଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ ‘ସିଇଓ’ମାନେ ନିଯୁକ୍ତି ପାଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ଦେଶରେ କୁଶଳୀକର୍ମୀଙ୍କ ସଙ୍କଟ କଥାକୁ ଖଣ୍ଡନ କରିଛନ୍ତି। ଭାରତରେ କାରବାର ସମ୍ପ୍ରସାରଣ କରିବା ଲାଗି ଉତ୍କୃଷ୍ଟ କମ୍ପାନିମାନଙ୍କୁ ଆଣିବା ଲକ୍ଷ୍ୟରେ ସରକାରଙ୍କ ଉଦ୍ୟମ ଅନୁକୂଳ ବାତାବରଣ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ